Charidham Film Photograph: (OTV)
ମୋ ବାପା-ମା’ ମୋ ଚାରିଧାମ । ‘ଚାରିଧାମ’ ସିନେମାକୁ ଦର୍ଶକଙ୍କ ଭୁରିଭୁରି ପ୍ରଶଂସା । ଓଡ଼ିଶାର ୬୦ଟି ହଲରେ ରିଲିଜ୍ ହୋଇଛି ‘ଚାରିଧାମ’ । ସିନେମାର କାହାଣୀକୁ ପସନ୍ଦ କରୁଛନ୍ତି ସମସ୍ତେ । ୫ କୋଟିର ବଜେଟ ଏବଂ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଫିଲ୍ମ ଚାରିଧାମ ପୂଜା ବଜାରରେ ରିଲିଜ୍ ହୋଇଛି । କଳାକାରମାନଙ୍କ ଦୀର୍ଘଦିନର ଅକ୍ଲାନ୍ତ ପରିଶ୍ରମକୁ ସ୍କ୍ରିନରେ ଫିଲ୍ମ ଦେଖି ସବୁ ଦର୍ଶକ ପ୍ରଶଂସା କରୁଛନ୍ତି ।
ଫିଲ୍ମ ‘ଚାରିଧାମ’ର ଲିଡ୍ ରୋଲରେ ଅଛନ୍ତି ସୁପରଷ୍ଟାର ଅନୁଭବ ମହାନ୍ତି । ଅନୁଭବଙ୍କ ସହ ଏଥିରେ କଣ୍ଠଶିଳ୍ପୀ ଭାବେ ପରିଚିତା ଡାକ୍ତର ଅନୁରାଧା ପାଣିଗ୍ରାହୀଙ୍କ ଯୋଡ଼ି ଦେଖିବାକୁ ମିଳିଛି । ଅନ୍ୟାନ୍ୟ ଭୂମିକାରେ ସୁକାନ୍ତ ରଥ, ସୁଜିତ ପାଇକରାୟ, ଅଶୋକ ଦାସଙ୍କ ଭଳି ବରିଷ୍ଠ ଅଭିନେତା ଅଭିନୟ କରିଛନ୍ତି । ତେବେ ପରିବାରରେ ପ୍ରେମ, ସଂଘର୍ଷ ଓ ସ୍ୱାମୀ ସ୍ତ୍ରୀଙ୍କ ନିବିଡ଼ତାକୁ ନେଇ ଏକ ଘରୋଇ କାହାଣୀ ପ୍ରସ୍ତୁତ ହୋଇଛି । ଯାହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନିର୍ଦ୍ଦେଶକ ତାପସ ସରଘରିଆ ।
ଫିଲ୍ମଟିକୁ ଚାରିଧାମକୁ ଯାଇ ସୁଟିଂ କରାଯାଇଛି । ତେବେ ବ୍ୟୟବହୁଳ ତଥା ୫ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ସିନେମା ପୂଜା ବଜାରରେ ବେଶ ଭଲ କରିବ ବୋଲି ପୂରା ଟିମ୍ ଆଶାବାଦୀ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/28/charidham-film-2025-09-28-17-07-10.jpg)