Advertisment

ଅନନ୍ୟା ପାଣ୍ଡେ ଗୀତ ଗାଇଲେ କାନରୁ ରକ୍ତ ବାହାରୁଛି!

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସୋସିଆଲ୍ ମିଡିଆରେ ଏକ ଚର୍ଚ୍ଚିତ ନାମ। ଅନନ୍ୟା ତାଙ୍କ ପ୍ରଶଂସକମାନଙ୍କୁ ନିଜ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ବିଷୟରେ ସୋସିଆଲ୍ ମିଡିଆରେ ଲଗାତର ସୂଚନା ଦେ‍ଇଆସୁଛନ୍ତି। ନିକଟରେ ଅନନ୍ୟା ତାଙ୍କ ‍ଇଂଷ୍ଟାଗ୍ରାମ ପେଜ୍‌ରେ ନିଜ ପିଲାବେଳର ଏଭଳି ଏକ କୌତୁକିଆ ଫଟୋ ସେଆର୍ କରିଛନ୍ତି, ଯାହାକୁ ଦେଖିଲେ ଯେ କେହିର ବି ପିଲାଦିନ ମନେପଡିଯିବ। ଆଜି ବି ଏହି ଅଭିନେତ୍ରୀ ତାଙ୍କ ‍‍ଇଂଷ୍ଟା ଷ୍ଟୋରିକୁ ନେଇ ବେଶ ଚର୍ଚ୍ଚାରେ। ଆପଣ […]

ଅନନ୍ୟା ପାଣ୍ଡେ ଗୀତ ଗାଇଲେ କାନରୁ ରକ୍ତ ବାହାରୁଛି!

3

Advertisment

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ସୋସିଆଲ୍ ମିଡିଆରେ ଏକ ଚର୍ଚ୍ଚିତ ନାମ। ଅନନ୍ୟା ତାଙ୍କ ପ୍ରଶଂସକମାନଙ୍କୁ ନିଜ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ବିଷୟରେ ସୋସିଆଲ୍ ମିଡିଆରେ ଲଗାତର ସୂଚନା ଦେ‍ଇଆସୁଛନ୍ତି।

Advertisment

publive-image

ନିକଟରେ ଅନନ୍ୟା ତାଙ୍କ ‍ଇଂଷ୍ଟାଗ୍ରାମ ପେଜ୍‌ରେ ନିଜ ପିଲାବେଳର ଏଭଳି ଏକ କୌତୁକିଆ ଫଟୋ ସେଆର୍ କରିଛନ୍ତି, ଯାହାକୁ ଦେଖିଲେ ଯେ କେହିର ବି ପିଲାଦିନ ମନେପଡିଯିବ। ଆଜି ବି ଏହି ଅଭିନେତ୍ରୀ ତାଙ୍କ ‍‍ଇଂଷ୍ଟା ଷ୍ଟୋରିକୁ ନେଇ ବେଶ ଚର୍ଚ୍ଚାରେ।

publive-image

ଆପଣ ଜାଣିଥାଆନ୍ତୁ ଯେ ଅଭିନୟ ବ୍ୟତୀତ ଅନନ୍ୟା ପାଣ୍ଡେ ଗୀତ ଗାଇବାରେ ମଧ୍ୟ ରୁଚି ରଖନ୍ତି। କିନ୍ତୁ କଥା ଏ‍ଇଠି ଯେ ଅନନ୍ୟାଙ୍କ ଗୀତ ଗାଇବାର ରୁଚି ଅନ୍ୟଙ୍କୁ ଭାରି ପଡୁଛି। ତାଙ୍କ ଗୀତ ଶୁଣୁଥିବା ଲୋକଙ୍କ କାନରୁ ରକ୍ତ ବୋହିଆସୁଛି। ତେବେ ଏହି କଥା ଆମେ ନୁହେଁ, ଅନନ୍ୟାଙ୍କ ଭଉଣୀ ରାୟସା କହିଛନ୍ତି। ଅନନ୍ୟା ନିଜ ‍ଇଂଷ୍ଟା ଷ୍ଟୋରୀରେ ଗୋଟିଏ ଚାଟ୍‌ର ସ୍କ୍ରିନ୍‌ସଟ୍ ସେଆର କରିଥିଲେ। ଏଥିରେ ତାଙ୍କ ସାନ ଭଉଣୀ ରାୟସା ଅନନ୍ୟାଙ୍କୁ ମେସେଜ୍ କରି କହିଛନ୍ତି ଯେ, “ଗୀତ ବନ୍ଦ କର ମୋ କାନରୁ ରକ୍ତ ବାହାରିଲାଣି।’

Advertisment

publive-image

ଅନନ୍ୟା ପାଣ୍ଡେ ମଧ୍ୟ ନିଜ ଭଉଣୀ ମେସେଜର ମଜାଦାର ଉତ୍ତର ରଖିଛନ୍ତି। ସେ କହିଛନ୍ତି- ତୁମ ସହ ଚାର୍ଟଂ କଲେ ମତେ ବହୁତ ଭଲ ଲାଗେ। ଅନନ୍ୟାଙ୍କ ଇଂଷ୍ଟା ଷ୍ଟୋରୀ ଦେଖିଲା ପରେ ଜଣାଯାଏ ଯେ ସେ ବହୁତ ଖରାପ ଗାଉଛନ୍ତି। ଅନନ୍ୟା ମଧ୍ୟ ପୂର୍ବର ଏକ ଫଟୋ ସେଆର କରିଛନ୍ତି ଯେଉଁଥିରେ ସେ ସୁହାନା ଓ ଶନାୟାଙ୍କ ସହ ହୋଲି ଖେଳୁଥିବା ଦେଖାଯାଏ। ଫଟୋ ସେଆର କରିବା ସହ ଅନନ୍ୟା କହିଛନ୍ତି ଯେ ତାଙ୍କର ବେଷ୍ଟ ହୋଲି ଏହି ଦୁଇ ବାନ୍ଧବୀଙ୍କ ସହ ହୋଇଥାଏ। ଚଳିତ ବର୍ଷ ହୋଲିରେ ସେ ତାଙ୍କର ଏହି ଦୁଇ ବାନ୍ଧବୀଙ୍କୁ ମିସ୍ କରିଥିବା କହିଛନ୍ତି।

publive-image

ତେବେ ଜଣେ ଷ୍ଟାରକିଡ କାରଣରୁ ଅନନ୍ୟାଙ୍କୁ ବଲିଉଡରେ ପ୍ରବେଶ କରିବା ଏବଂ ମୁକାବିଲା କରିବା ସହଜ ହୋଇଯାଇଥିଲା। ସେ ତାଙ୍କର ପ୍ରଥମ ସିନେମା ‘ଷ୍ଟୁଡେଣ୍ଟ୍‌ ଅଫ୍ ଦି ଇୟର-୨’ରେ ଦର୍ଶକଙ୍କ ମନରେ ନିଜର ଛାପ ଛାଡ଼ିବାରେ ସକ୍ଷମ ହୋଇଥିଲେ। ଏହି ସିନେମାରେ ତାଙ୍କ ସହ-କଳାକାରଭାବେ ଟାଇଗର ସ୍ରପ୍ ଓ ତାରା ସୁତାରିଆଙ୍କୁ ଦେଖିବାକୁ ମିଳିଥିଲା।

Advertisment

publive-image

ଏହି ସିନେମା ପାଇଁ ଅନନ୍ୟାଙ୍କୁ ବେଷ୍ଟ ଫିମେଲ୍ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା।  ଶେଷରେ ସେ ଈଶାନ ଖଟ୍ଟରଙ୍କ ସହ ସିନେମା ‘ଖାଲି ପିଲି’ରେ ନଜରକୁ ଆସିଥିଲେ। ଏହି ସିନେମାରେ ଅନନ୍ୟାଙ୍କ ଟପୋରୀ ଭୂମିକା ବହୁତ ପସନ୍ଦ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ