Advertisment

Avneet With Suryakumar: ବିରାଟଙ୍କ ପରେ ସୂର୍ଯ୍ୟକୁମାରଙ୍କ ସହ ଅବନୀତ, ଭିଡିଓ ହେଉଛି ଭାଇରାଲ

ଭାରତୀୟ ଟି -୨୦ କ୍ରିକେଟ୍ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏସିଆ କପ୍‌ରେ ସଫଳତା ପରେ ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ ଓ ଦିବ୍ୟ ସନ୍ଧ୍ୟା ଆଳତୀରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ତାଙ୍କ ସହ ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀ ମଧ୍ୟ ଉପସ୍ଥିତ ଥିଲେ।

VIDEO

VIDEO Photograph: (OTV)

Advertisment

ଭାରତୀୟ ଟି -୨୦ କ୍ରିକେଟ୍ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏସିଆ କପ୍‌ରେ ସଫଳତା ପରେ ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ ଓ ଦିବ୍ୟ ସନ୍ଧ୍ୟା ଆଳତୀରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ତାଙ୍କ ସହ ତାଙ୍କ ପତ୍ନୀ ଦେବୀଶା ଶେଟ୍ଟୀ ମଧ୍ୟ ଉପସ୍ଥିତ ଥିଲେ। 

Advertisment

ଏହି ଘଟଣାର ଏକ ଭିଡିଓ କ୍ରିକେଟର ଇନଷ୍ଟାଗ୍ରାମରେ ପ୍ରଶଂସକମାନଙ୍କ ସହ ସେୟାର କରିଥିଲେ, ଯେଉଁଥିରେ ପ୍ରଶଂସକମାନଙ୍କ ନଜର ଅଭିନେତ୍ରୀ ଅବନୀତ କୌରଙ୍କ ଉପରେ ପଡିଥିଲା। ଅବନୀତ ନିଜ ଜନ୍ମଦିନ ଅବସରରେ ମହାକାଳଙ୍କ ଦର୍ଶନ ପାଇଁ ପହଞ୍ଚିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ପୁଣିଥରେ ଚର୍ଚ୍ଚାରେ ରହିଛି।

ଭାଇରାଲ ଭିଡିଓରେ ସୂର୍ଯ୍ୟକୁମାର ଯାଦବ ତାଙ୍କ ପତ୍ନୀ ଦେବୀଶାଙ୍କ ସହ ପୂର୍ଣ୍ଣ ଭକ୍ତିଭାବରେ ଭଗବାନ ଭୋଳେନାଥଙ୍କ ଦର୍ଶନ କରିଥିଲେ ଓ ତାଙ୍କର ଆଶୀର୍ବାଦ ଗ୍ରହଣ କରିଥିଲେ। ସୂର୍ଯ୍ୟକୁମାର ଓ ତାଙ୍କ ପତ୍ନୀ ସନ୍ଧ୍ୟା ଆରତୀ ସମୟରେ ମନ୍ଦିରର ନନ୍ଦୀ ହଲରେ କିଛି ସମୟ ଅତିବାହିତ କରିଥିଲେ ଓ ମହାକାଳଙ୍କର ପୂଜାର୍ଚ୍ଚନା କରିଥିଲେ। 

Advertisment

ଏହି ଭିଡିଓ କ୍ରିକେଟର ନିଜେ ଇନଷ୍ଟାଗ୍ରାମରେ ସେୟାର କରିଥିଲେ, ଯେଉଁଥିରେ ଅବନୀତ କୌର ଗୁଲାବୀ ରଙ୍ଗର ସୁଟ୍‌ରେ ବସିଥିବା ଦେଖାଯାଇଛନ୍ତି।ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ କ୍ରିକେଟର ବିରାଟ କୋହଲୀ ଅବନୀତ କୌରଙ୍କର ଏକ ବୋଲ୍ଡ ଫୋଟୋକୁ ଲାଇକ କରିଥିଲେ, ଯାହା ସୋସିଆଲ ମିଡିଆରେ କିଛି ମିନିଟରେ ଭାଇରାଲ ହୋଇଯାଇଥିଲା। 

Advertisment

ଅବନୀତଙ୍କ ଫଲୋଅରଙ୍କ ସଂଖ୍ୟା ୩୧.୮ ମିଲିୟନରେ ପହଞ୍ଚିଛି। ଯଦିଓ ବିରାଟ କୋହଲୀ ଏହାକୁ ଭୁଲରେ ହୋଇଯାଇଥିବା କହିଥିଲେ। ଏହାପରେ ସୋସିଆଲ ମିଡିଆରେ ଅବନୀତ କୌରଙ୍କୁ ବେଶ୍‌ ଟ୍ରୋଲ କରାଯାଇଥିଲା। ସେହି ସମୟରେ ମଧ୍ୟ ଅବନୀତ କୌର କହିଥିଲେ ଯେ ସେ କେବଳ ନିଜ କାମ ଉପରେ ଧ୍ୟାନ ଦିଅନ୍ତି, ଏପରି କଥାଗୁଡ଼ିକ ଉପରେ ନୁହେଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ