CONTROVERSY Photograph: (OTV)
ହ୍ୟୁମାନ ସିନା ଚାଲିଗଲେ ହେଲେ ପଛରେ ଛାଡ଼ି ଯାଇଛନ୍ତି ଅନେକ ପ୍ରଶ୍ନ। ମୃତ୍ୟୁ ପାଇଁ ତିନି ଜଣଙ୍କୁ ଦାୟୀ କରିଛନ୍ତି ମାଆ ଶେଫାଳୀ। ଏମ୍ସରୁ କଟକ ଘର ଯାଏଁ କାନ୍ଦି କାନ୍ଦି ନ୍ୟାୟ ମାଗିଛନ୍ତି। ଗତ କିଛି ବର୍ଷ ଧରି ହ୍ୟୁମାନଙ୍କ ଜୀବନରେ ସବୁ କିଛି ଠିକ୍ ନଥିଲା। ପାରିବାରିକ ଅଶାନ୍ତି, ବ୍ୟକ୍ତିଗତ ଜୀବନରେ ବିବାଦ, ନିଜ ଲୋକ ଛାଡ଼ି ଚାଲି ଯିବା ପରେ ଭାଙ୍ଗିପଡ଼ିଥିଲେ ହ୍ୟୁମାନ ସାଗର। ଏସବୁ ଭିତରେ ଅନ୍ୟ ପାଇଁ ଗାଉଥିଲେ, ନଚାଉଥିଲେ କିନ୍ତୁ ମନରେ ମନରେ ଗୁମୁରି ଗୁମୁରି କାନ୍ଦୁଥିଲେ ହ୍ୟୁମାନ୍।...
ଏଇ କଥା କୁହା ଆଖି, ଲୁହରେ ଭିଜାଇ ଚାଲିଗଲା। ଏଇ ମନ ଜିଣା ସ୍ବର, ଭଙ୍ଗା ହୃଦୟକୁ ଯୋଡୁଥିବା ମଣିଷ ଯେ ଏତେ ବଡ଼ କ୍ଷତ ଦେଇ ଯିବ ନା କେହି ଭାବିଥିଲା ନା କଳ୍ପନା ବି କରିଥିଲା। ହ୍ୟୁମାନ ସିନା ଗଲେ ହେଲେ ଛାଡ଼ି ଦେଇଗଲେ ଅନେକ ପ୍ରଶ୍ନ, ରହିଗଲା ଅନେକ ଅକୁହା କାହାଣୀ।...
ସାଂଘାତିକ, ସଙ୍ଗୀନ, ସ୍ପର୍ଶକାତର...ହ୍ୟୁମାନଙ୍କ ସହ ଏମିତି କ’ଣ ଘଟିଥିଲା ଯାହାକୁ ନେଇ ଏତେ ବଡ଼ ଅଭିଯୋଗ କଲେ ହ୍ୟୁମାନଙ୍କ ମାଆ। ଗତକାଲି ପୁଅର ମୃତ୍ୟୁ ପରେ ମାଆ ଶେଫାଳୀ ସୁନା ବଡ଼ ଅଭିଯୋଗ କରିଛନ୍ତି। ଗଲା କିଛି ବର୍ଷ ଧରି ହ୍ୟୁମାନଙ୍କ ସହ ସବୁ କିଛି ଠିକ୍ ଚାଲିନଥିଲା। ସ୍ବାସ୍ଥ୍ୟ ବିଗିଡ଼ିବା ସତ୍ତ୍ବେ ତାଙ୍କୁ ବାରମ୍ବାର ଜୋରଜବରଦସ୍ତ ସୋ’ କୁ ନିଆଯାଉଥିଲା। ଘଣ୍ଟା ଘଣ୍ଟା ଧରି ଟ୍ରାଭେଲ୍ କରିବା ଓ ଷ୍ଟେଜରେ ଫର୍ମମାନ୍ସ ପାଇଁ ବିଗୁଡ଼ୁଥିଲା ସ୍ବାସ୍ଥ୍ୟବସ୍ଥା। ଏମିତିକି ଯେଉଁ ଦିନ ମେଡିକାଲରେ ଆଡମିଟ୍ ହେଲେ ସେ ଦିନ ବି ସୋ’ ରଖିଥିଲେ ମ୍ୟାନେଜର୍ ଓ ଆୟୋଜକ।
ହେଲେ ଏସବୁ ଭିତରେ ଆଜି ନୂଆ ନାଁ ଭାବେ ସାମ୍ନାକୁ ଆସିଛନ୍ତି ଅର୍ପିତା ଚୌଧୁରୀ। ଯାହାଙ୍କ ସହ ହ୍ୟୁମାନଙ୍କ ସମ୍ପର୍କ ଯୋଡ଼ିଛନ୍ତି ତାଙ୍କ ମାଆ। ହ୍ୟୁମାନଙ୍କ ମାନସିକ ଅବସ୍ଥା ବିଗିଡ଼ିବାର କାରଣ ବି କୁଆଡ଼େ ସେ ଥିଲେ। ହେଲେ କିଏ ସେଇ ଅର୍ପିତା? କ’ଣ ଥିଲା ହ୍ୟୁମାନଙ୍କ ସହ ତାଙ୍କ ସମ୍ପର୍କ ସେ ସବୁ ଏବେ ସସପେନ୍ସ ଘେରରେ।...
ଜାଣିଶୁଣି ଅବହେଳା କରାଯାଉଥିଲା?
ହ୍ୟୁମାନଙ୍କ ବିୟୋଗ ଶୋକରେ ବୁଡ଼ିଥିବା ଫ୍ୟାନଙ୍କୁ ଏସବୁ ଅଭିଯୋଗ ଅନେକ ପ୍ରଶ୍ନ ଠିଆ କରିଛି। ହ୍ୟୁମାନଙ୍କ ସହ ସବୁ କିଛି ଠିକଠାକ୍ ନଥିଲା କି? ତାଙ୍କୁ କିଏ ନିୟନ୍ତ୍ରଣ କରୁଥିଲା ? ସ୍ବାସ୍ଥ୍ୟ ବିଗିଡ଼ିବା ପରେ ବି କାହିଁକି ଏତେ ଷ୍ଟେଜ୍ ସୋ’ କରୁଥିଲେ? ନା କିଏ କରାଉଥିଲା? ଟଙ୍କା ପାଇଁ ତାଙ୍କୁ ବ୍ୟବହାର କରୁଥିଲେ କି? ସ୍ବାସ୍ଥ୍ୟ ବିଗିଡ଼ିବା ପରେ ଜାଣିଶୁଣି ଅବହେଳା କରାଯାଉଥିଲା?...ସାଧାରଣତଃ ସେଲିବ୍ରିଟିଙ୍କ ଜୀବନଶୈଳୀ କିଛିଟା ଭିନ୍ନ ଥାଏ। କିନ୍ତୁ ଅତ୍ୟଧିକ ଅନିୟନ୍ତ୍ରିତ ହେବା ହ୍ୟୁମାନଙ୍କ ପାଇଁ କାଳ ହେଲା କି ? ସେଲିବ୍ରିଟିଙ୍କ ଚାକଚକ୍ୟ ଜୀବନ ଭିତରେ ଲୁଚି ରହିଛି କି ଅନେକ କଳା କାହାଣୀ। ନା ସବୁ ଜାଣି ଚୁପ୍ ଥିଲେ ସମସ୍ତେ?
ଲୁହରେ ଭାସୁଥିବା ଏଇ ଆଖି ଏବେ ବାପାଙ୍କୁ ଖୋଜୁଛି। ୟାକୁ କିଏ ବୁଝେଇ ପାରିବ କି କ’ଣ ସବୁ ଘଟିଗଲା! ଆଉ ଯେ ସେ ବାପାଙ୍କୁ ଦେଖିପାରିବନି କି ବାପା ଆଉ ଫେରିବେନି। ମାଆଙ୍କ ଛାତି ତ ଫାଟି ଯାଉଥିବ...ହେଲେ ମୃତ୍ୟୁର କାରଣ କଣ ଖାଲି ବେମାରୀ? ମାତ୍ର ବର୍ଷ କେଇଟା ଭିତରେ ହଜାର ହଜାର ଗୀତରେ ଲକ୍ଷାଧିକ ଇମୋସନ୍ ଛାଡ଼ିଥିବା ସାଗରଙ୍କ ଜୀବନରେ ଯେ କେତେ ଜୁଆର ଭଟ୍ଟା ଆସିଛି ତା ବୟାନ କରିବା ଭାରି କଷ୍ଟକର।
୨୦୨୩ରେ ସ୍ତ୍ରୀ ଶ୍ରେୟା ମିଶ୍ରଙ୍କ ସହ ବିବାହ ଓ ପରେ ଝିଅଠୁ ଅଲଗା ହେବା ତାଙ୍କୁ ଅଧିକ ବ୍ୟତିବସ୍ତ କରିଦେଇଥିଲା। ପୂର୍ବରୁ କୋଭିଡ୍ ରେ ବାପା ଛାଡ଼ି ଚାଲି ଯାଇଥିଲେ, ପ୍ରିୟର ସାନ ଭାଇ ବି ଅଲବିଦା କହିଥିଲା। ଏତେ ଦୁଃଖ ସହି ବି ଅନ୍ୟକୁ ନଚାଇ ପାରୁଥିଲେ ହ୍ୟୁମାନ। ନିଜ ହୃଦୟ ଭାଙ୍ଗି ବି ଅନ୍ୟର ଯୋଡ଼ିବାକୁ କରୁଥିଲେ ଗୀତରେ ପ୍ରେମ ନିବେଦନ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/18/controversy-2025-11-18-21-02-45.jpg)