Advertisment

ବଲିଉଡ୍‌ରୁ ବିଦାୟ ନେଲେ ସନା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ବିଗ୍ ବସ୍‌ ଫେମ୍‌ ସନା ଖାନ୍ ବଲିଉଡ ଛାଡିବେ। ସୋଶାଲ୍ ମିଡିଆ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏ ସମ୍ପର୍କିତ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଭାଇ ଓ ଭଉଣୀ ମାନେ ମୁଁ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ରହିଛି। ମୁଁ ବର୍ଷ ବର୍ଷ ଧରି ଚଳଚ୍ଚିତ୍ର ଜଗତ ସହ ଜଡିତ। ଫିଲ୍ମ ଜଗତରୁ ମତେ ଅନେକ ଖ୍ୟାତି, ସମ୍ମାନ ଏବଂ […]

ବଲିଉଡ୍‌ରୁ ବିଦାୟ ନେଲେ ସନା

sana-khan

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ବିଗ୍ ବସ୍‌ ଫେମ୍‌ ସନା ଖାନ୍ ବଲିଉଡ ଛାଡିବେ। ସୋଶାଲ୍ ମିଡିଆ ମାଧ୍ୟମରେ ସେ ଏହି ସୂଚନା ଦେଇଛନ୍ତି। ନିକଟରେ ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏ ସମ୍ପର୍କିତ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଭାଇ ଓ ଭଉଣୀ ମାନେ ମୁଁ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମୋଡରେ ରହିଛି।

Advertisment

ମୁଁ ବର୍ଷ ବର୍ଷ ଧରି ଚଳଚ୍ଚିତ୍ର ଜଗତ ସହ ଜଡିତ। ଫିଲ୍ମ ଜଗତରୁ ମତେ ଅନେକ ଖ୍ୟାତି, ସମ୍ମାନ ଏବଂ ଧନ ମିଳିଛି, ଯେଉଁଥିପାଇଁ ମୋ ପ୍ରଶଂସକମାନଙ୍କ ନିକଟରେ ମୁଁ ଋଣି । କିନ୍ତୁ, ଗତ କିଛି ଦିନ ହେବ, ମୁଁ ଚିନ୍ତାରେ ଥିଲି। ମୁଁ ଭାବୁଥିଲି, ଜଣେ କେବଳ କଣ ଧନ ଏବଂ ଖ୍ୟାତି ଅର୍ଜନ କରିବା ପାଇଁ ଜନ୍ମ ନେଇଥାଏ? ଅସହାୟ କିମ୍ବା ଅଭାବୀ ଲୋକମାନଙ୍କ ସେବା କରିବା କଣ ଏକ ନୈତିକ ଦାୟିତ୍ୱ ନୁହେଁ? କେତେବେଳେ ବି ମୃତ୍ୟୁ ଆସିପାରେ ଏବଂ ମୃତ୍ୟୁ ପରେ ଆମର କ’ଣ ହେବ, ଏ ବିଷୟରେ ମଣିଷ ଭାବିବା ଉଚିତ ନୁହେଁ? ମୃତ୍ୟୁ ପରେ ମୋର କ’ଣ ହେବ? ଏହି ପ୍ରଶ୍ନର ଉତ୍ତର ମୁଁ ଅନେକ ବର୍ଷ ହେଲାଣି ଖୋଜୁଛି।

https://www.instagram.com/p/CGFm-Q-AFEh/?utm_source=ig_web_copy_link

ମୁଁ ଆଜିଠାରୁ ଫିଲ୍ମ ଜଗତରୁ ବିଦାୟ ନେଇ ମାନବ ସେବା କରିବି। ଏଥିସହ ମତେ ସୃଷ୍ଟିକୁ ଆଣିଥିବା ସୃଷ୍ଟିକର୍ତ୍ତାଙ୍କ ଆଦେଶ ପାଳନ କରିବି। ସମସ୍ତ ଭାଇ ଓ ଭଉଣୀମାନଙ୍କୁ ମୋର ଅନୁରୋଧ ଯେ, ଆପଣମାନେ ମୋ ପାଇଁ ପ୍ରାର୍ଥନ କରନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ