Advertisment

ଅଭିନେତା ଅର୍ଜୁନ ରାମପାଲ୍‌ଙ୍କ ଘର ରେଡ୍‌ କଲା ଏନ୍‌ସିବି

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ୍‌ଙ୍କ ମୁମ୍ବାଇ ସ୍ଥିତ ଅନ୍ଧେରୀ ଓ ବାନ୍ଦ୍ରା ବାସଭବନରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଚଢ଼ଉ କରିଛି। ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଏନ୍‌ସିବି ଆଜି ଅର୍ଜୁନଙ୍କ ବାସଭବନରେ ରେଡ୍‌ କରିଥିବା ସୂଚନା ମିଳିଛି।  ଗତକାଲି ଏନ୍‌ସିବି ଅର୍ଜୁନଙ୍କ ଡ୍ରାଇଭରଙ୍କୁ ଉଠାଇ ନେଇଥିଲା। ଏହା ପୂର୍ବରୁ NCB ଅଭିନେତା ଅର୍ଜୁନ୍‌ ରାମପାଲ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ଗାବେରିଲା ଡେମେଟ୍ରିଆଡିସ୍‌ଙ୍କ ଭାଇ ଆଜିସିଆଲୋସ୍ ଡେମେଟ୍ରିଆଡିସ୍‌ଙ୍କୁ ଗିରଫ କରିଥିଲା। ତେବେ ତାଙ୍କୁ ଜାମିନ ମିଳି ଯାଇଥିଲା। ତିନି ଦିନ […]

ଅଦ୍ୟତନ ହୋଇଛି
Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ୍‌ଙ୍କ ମୁମ୍ବାଇ ସ୍ଥିତ ଅନ୍ଧେରୀ ଓ ବାନ୍ଦ୍ରା ବାସଭବନରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଚଢ଼ଉ କରିଛି। ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଏନ୍‌ସିବି ଆଜି ଅର୍ଜୁନଙ୍କ ବାସଭବନରେ ରେଡ୍‌ କରିଥିବା ସୂଚନା ମିଳିଛି।  ଗତକାଲି ଏନ୍‌ସିବି ଅର୍ଜୁନଙ୍କ ଡ୍ରାଇଭରଙ୍କୁ ଉଠାଇ ନେଇଥିଲା।

Advertisment

ଏହା ପୂର୍ବରୁ NCB ଅଭିନେତା ଅର୍ଜୁନ୍‌ ରାମପାଲ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ଗାବେରିଲା ଡେମେଟ୍ରିଆଡିସ୍‌ଙ୍କ ଭାଇ ଆଜିସିଆଲୋସ୍ ଡେମେଟ୍ରିଆଡିସ୍‌ଙ୍କୁ ଗିରଫ କରିଥିଲା। ତେବେ ତାଙ୍କୁ ଜାମିନ ମିଳି ଯାଇଥିଲା। ତିନି ଦିନ ପୂର୍ବରୁ ଏନ୍‌ସିବି ପୁଣି ତାଙ୍କୁ ଜେରା କରିଥିଲା।

ଗତକାଲି ବଲିଉଡ୍‌ ପ୍ରଡ୍ୟୁସର୍‌ (ପ୍ରଯୋଜକ) ଫିରୋଜ ନାଦିଆଦୱାଲାଙ୍କ ପତ୍ନୀଙ୍କୁ ଏନ୍‌ସିବି ଗିରଫ କରିଥିଲା। ରେଡ୍‌ ସମୟରେ ଫିରୋଜଙ୍କ ମୁମ୍ବାଇ ସ୍ଥିତ ଘରୁ ୧୦ ଗ୍ରାମ marijuana ଗଞ୍ଜେଇ ଜବତ କରାଯାଇଛି।

Advertisment

ପଢ଼ନ୍ତୁ:ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଗିରଫ ହେଲେ ପ୍ରଡ୍ୟୁସର୍‌ଙ୍କ ପତ୍ନୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ