Advertisment

ଏହି ହିଟ୍‌ ଶୋ' ସହିତ ପୁଣିଥରେ ଟିଭି ପରଦାକୁ ଫେରିବେ ଆମିର୍‌ !

ମୁମ୍ବାଇ: ଖୁବ୍‌ ଶୀଘ୍ର ବଲିଉଡ୍‌ ସୁପରଷ୍ଟାର ଆମିର୍‌ ଖାନ୍‌ଙ୍କୁ ଟିଭି ପରଦାରେ ଦେଖିବାକୁ ମିଳିବ। ବଲିଉଡର ମିଷ୍ଟର୍‌ ପର୍‌ଫେକ୍ସନିଷ୍ଟ୍‌ କୁହାଯାଉଥିବା ଆମିର୍‌ ଖାନ୍‌ଙ୍କୁ ପୁଣିଥରେ ତାଙ୍କର ଲୋକପ୍ରିୟ ରିଅଲିଟି ଶୋ’ ‘ସତ୍ୟମେବ ଜୟତେ’ ସିଜନ୍‌ ୩ ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ। ୨୦୧୪ ପରଠୁ ଏହି ରିଅଲଟି ଶୋ’କୁ ଦେଖିବା ପାଇଁ ଆମିରଙ୍କ ଫ୍ୟାନ୍ସ୍ ଅପେକ୍ଷା କରିଛନ୍ତି। ଖବର ମୁତାବକ, ୨୦୧୯ ମସିହା ଭିତରେ ସତ୍ୟମେବ ଜୟତେ ଶୋ’ ଅନ୍‌ ଏୟାର ହୋଇପାରେ। କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ […]

ଏହି ହିଟ୍‌ ଶୋ' ସହିତ ପୁଣିଥରେ ଟିଭି ପରଦାକୁ ଫେରିବେ ଆମିର୍‌ !

aamir khan

Advertisment

ମୁମ୍ବାଇ: ଖୁବ୍‌ ଶୀଘ୍ର ବଲିଉଡ୍‌ ସୁପରଷ୍ଟାର ଆମିର୍‌ ଖାନ୍‌ଙ୍କୁ ଟିଭି ପରଦାରେ ଦେଖିବାକୁ ମିଳିବ। ବଲିଉଡର ମିଷ୍ଟର୍‌ ପର୍‌ଫେକ୍ସନିଷ୍ଟ୍‌ କୁହାଯାଉଥିବା ଆମିର୍‌ ଖାନ୍‌ଙ୍କୁ ପୁଣିଥରେ ତାଙ୍କର ଲୋକପ୍ରିୟ ରିଅଲିଟି ଶୋ’ ‘ସତ୍ୟମେବ ଜୟତେ’ ସିଜନ୍‌ ୩ ମାଧ୍ୟମରେ ଦର୍ଶକ ଦେଖିବାକୁ ପାଇବେ। ୨୦୧୪ ପରଠୁ ଏହି ରିଅଲଟି ଶୋ’କୁ ଦେଖିବା ପାଇଁ ଆମିରଙ୍କ ଫ୍ୟାନ୍ସ୍ ଅପେକ୍ଷା କରିଛନ୍ତି।

Advertisment

ଖବର ମୁତାବକ, ୨୦୧୯ ମସିହା ଭିତରେ ସତ୍ୟମେବ ଜୟତେ ଶୋ’ ଅନ୍‌ ଏୟାର ହୋଇପାରେ। କିଙ୍ଗ୍‌ ଖାନ୍‌ ଶାହାରୁଖ୍‌ ଖାନ୍‌ଙ୍କ ଟକ୍‌ ଶୋ’ ‘Ted talks India 2’ ପରେ ସତ୍ୟମେବ ଜୟତେ ଅନ୍‌ ଏୟାର ହୋଇପାରେ।

ଆହୁରି ମଧ୍ୟ ଚର୍ଚ୍ଚା ହେଉଛି କି, ଆମିର୍‌ଙ୍କ ଫିଲ୍ମ ‘Thugs of Hindostan’ ଦୀପାବଳିରେ ରିଲିଜ୍‌ ହେବାକୁ ଯାଉଛି। ଏହାର ପ୍ରମୋସନ୍‌ ସରିଲା ପରେ ଆମିର୍‌ ତାଙ୍କର ଟିଭି ଶୋ’ ସତ୍ୟମେବ ଜୟତେର ସୁଟିଂରେ ଲାଗି ପଡ଼ିବେ। ଏପରିକି ଏହି ଶୋ’ କୁ ନେଇ ତାଙ୍କ ଟିମ୍‌ ମଧ୍ୟ ରିସର୍ଚ୍ଚ ଆରମ୍ଭ କରି ଦେଲେଣି ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ଆମିର୍‌ ଏହି ଶୋ’ ସହିତ ଜଡ଼ିତ ସମସ୍ତ ଜିନିଷକୁ ନିଜେ ଭଲ ଭାବରେ ପରଖିବେ, ଆଉ ଯେତେବେଳେ ତାଙ୍କୁ ଠିକ୍‌ ଲାଗିବ ସେ ଅନ୍‌ ଏୟାର କରିବା ପାଇଁ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି।

Advertisment

ଏଥର ସତ୍ୟମେବ ଜୟତେ ଶୋ’ ମାଧ୍ୟମରେ ଆମିର୍‌ ଅନେକ ବଡ଼ ବଡ଼ ପ୍ରସଙ୍ଗ ଉଠାଇ ପାରନ୍ତି। ଏହି ସମସ୍ତ ପ୍ରସଙ୍ଗ ଯୁବପିଢ଼ିଙ୍କ ଜୀବନରେ ଦେଖାଦେଉଥିବା ସମସ୍ୟା ସମ୍ବନ୍ଧିତ ବୋଲି କୁହଯାଉଛି। ଯେପରିକି ବେରୋଜଗାର, ଡିପ୍ରେସନ୍‌ ଇତ୍ୟାଦି। ଏହି ଶୋ’ରେ ୧୦ଟି ଏପିସୋଡ୍‌ ରହିବ।

୨୦୧୨ ମସିହାରେ ଆମିର ଖାନ୍‌ଙ୍କୁ ସତ୍ୟମେବ ଜୟତେରେ ଦେଖିବାକୁ ମିଳିଥିଲା। ଏହି ଶୋ’ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଆଦୃତ। ଏହାର ପ୍ରଥମ ସିଜନ୍‌ ୧୫ ଏପିସୋଡ୍‌ ଥିବାବେଳେ ସିଜନ୍‌ ୨କୁ ଦୁଇଟି ଭାଗରେ ବଣ୍ଟା ଯାଇଥିଲା। ପ୍ରଥମ ଭାଗରେ ୫ଟି ଏପିସୋଡ୍‌ ସାମିଲ ଥିଲା ଓ ଏହା ୨୦୧୪ ମସିହା ମାର୍ଚ୍ଚ ମାସରେ ପ୍ରସାରଣ କରାଯାଇଥିଲା। ସେହିପରି ଏହାର ଦ୍ୱିତୀୟ ଭାଗର ୬ଟି ଏପିସୋଡ୍‌କୁ ୨୦୧୪ ମସିହା ଅକ୍ଟୋବରରେ ଅନ୍‌ ଏୟାର କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ