Advertisment

ଚୋରି କରି ଦୁଇ କଳାକାର ଗିରଫ

ମୁମ୍ବାଇ : ଚୋରି ମାମଲାରେ ମୁମ୍ବାଇ ପୋଲିସ ଦୁଇ ଟିଭି ସିରିଏଲ ଅଭିନେତ୍ରୀଙ୍କୁ ଗିରଫ କରିଛି। ପ୍ରସିଦ୍ଧ ଟିଭି ଶୋ କ୍ରାଇମ ପେଟ୍ରୋଲ ଏବଂ ଅନ୍ୟାନ୍ୟ କ୍ରାଇମ୍‌ ଶୋ’ରେ ଉଭୟ କଳାକାର ଛୋଟମୋଟ ଭୂମିକାରେ ଅଭିନୟ କରିଛନ୍ତି। କରୋନା କାଳରେ ଲକ୍‌ଆଉନ୍…

ଚୋରି କରି ଦୁଇ କଳାକାର ଗିରଫ

Untitled-1

Advertisment

ମୁମ୍ବାଇ : ଚୋରି ମାମଲାରେ ମୁମ୍ବାଇ ପୋଲିସ ଦୁଇ ଟିଭି ସିରିଏଲ ଅଭିନେତ୍ରୀଙ୍କୁ ଗିରଫ କରିଛି। ପ୍ରସିଦ୍ଧ ଟିଭି ଶୋ କ୍ରାଇମ ପେଟ୍ରୋଲ ଏବଂ ଅନ୍ୟାନ୍ୟ କ୍ରାଇମ୍‌ ଶୋ’ରେ ଉଭୟ କଳାକାର ଛୋଟମୋଟ ଭୂମିକାରେ ଅଭିନୟ କରିଛନ୍ତି। କରୋନା କାଳରେ ଲକ୍‌ଆଉନ୍ ଯୋଗୁଁ ସିରିଏଲ ବନ୍ଦ ହେବା କାରଣରୁ ଉଭୟ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଅଭିଯୋଗ ମୁତାବକ, ଉଭୟ ଅଭିନେତ୍ରୀ ପେଇଙ୍ଗ୍‌ ଗେଷ୍ଟ୍ ଭାବେ ଆସିଥିଲେ ଏବଂ ଲକରରେ ରଖାଯାଇଥିବା ୩ ଲକ୍ଷ ୨୮ ହଜାର ଟଙ୍କା ନେଇ ସେଠାରୁ ଛୁ ମାରିଥିଲେ। ପୋଲିସ ଏହି ଘଟଣାର ତଦନ୍ତ କରୁଛି।

Advertisment

ସୂଚନାନୁସାରେ, ଯେତେବେଳେ ଏହି ଅଭିନେତ୍ରୀମାନେ ମେ ୧୮ରେ ଆରେ କଲୋନୀର ରୟାଲ୍ ପାମ୍‌ ଅଞ୍ଚଳରେ ଅବସ୍ଥିତ ଏକ ପାଶ୍ ବିଲ୍ଡିଂରେ ରହୁଥିବା ବ୍ୟକ୍ତିଙ୍କ ଘରକୁ ଯାଇଥିଲେ। ସେତେବେଳେ, ସେହି ଘରେ ପୂର୍ବରୁ ପେଇଙ୍ଗ୍ ଲକର୍‌ରେ ଥିବା ୩ ଲକ୍ଷ ୨୮ ହଜାର ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ।

ଘଟାଣା ପରେ ଏହି ଚୋରି ଖବର ପୋଲିସକୁ ଦିଆଯାଇଥିଲା। ଏହା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରାରମ୍ଭିକ ଅନୁସନ୍ଧାନରେ ଯେତେବେଳେ ପୋଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କଲା ସେତେବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପୋଲିସ୍ ହାତରେ ଲାଗିଲା, ଯାହା ଆଧାରରେ ପୋଲିସ ଉଭୟଙ୍କୁ ଗିରଫ କରିଥିଲା।

Advertisment

ପୋଲିସର ତଦନ୍ତ ବେଳେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଥିଲା ଯେତେବେଳେ ଉଭୟ ଟଙ୍କା ନେଇ ବାହାରକୁ ଯାଉଥିବାର ଦେଖାଯାଇଥିଲା। ଏହା ପରେ ପୋଲିସ୍ ଯେତେବେଳେ ଉଭୟଙ୍କୁ ପଚରାଉଚରା କଲା ସେମାନେ ତାଙ୍କ ଅପରାଧକୁ ସ୍ୱୀକାର କରିଥିଲେ।

ଆରେ ପୋଲିସ୍ ଷ୍ଟେସନର ଜଣେ ବରିଷ୍ଠ ଅଧିକାରୀ ନୂତନ ପାୱାର କହିଛନ୍ତି ଯେ ଲୋକପ୍ରିୟ ଟିଭି ଶୋ କ୍ରାଇମ୍ ପେଟ୍ରୋଲ୍ ଏବଂ ସାବଧାନ୍ ଇଣ୍ଡିଆ ବ୍ୟତୀତ ସେ ଅନେକ ୱେବ୍ ସିରିଜ୍‌ରେ ମଧ୍ୟ ସେମାନେ କାମ କରିଛନ୍ତି। ପୋଲିସ ସେମାନଙ୍କଠାରୁ ଚୋରି ହୋଇଥିବା ୫୦ ହଜାର ଟଙ୍କା ଜବତ କରିଛି। ଉଭୟଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଜୁନ୍ ୨୩ ପର୍ଯ୍ୟନ୍ତ କୋର୍ଟ ଉଭୟଙ୍କୁ ପୋଲିସ ହେପାଜତକୁ ପଠାଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ