Advertisment

Tribal Kids Keep Sanskrit Alive: ଆଦିବାସୀ ପିଲାଙ୍କ ପାଟିରେ ସଂସ୍କୃତ ଭାଷା, ଆବୃତ୍ତି କରୁଛନ୍ତି ଶ୍ଳୋକ ଓ ମନ୍ତ୍ର

ଆଦିବାସୀ ପିଲାଙ୍କ ପାଟିରେ ସଂସ୍କୃତ ଭାଷା l ବହି ନଦେଖି ନିର୍ଭୁଲ ଭାବେ ଆବୃତ୍ତି କରୁଛନ୍ତି ଶ୍ଳୋକ ଓ ମନ୍ତ୍ର। ଆଧୁନିକତାର ଦ୍ୱାହି ଦେଇ ମାତୃଭାଷା ଓ ସଂସ୍କୃତ ଠାରୁ ଦୁରେଇ ଯାଉଥିବା ସମାଜ ପାଇଁ ଏମାନେ ସାଜିଛନ୍ତି ଉଦାହରଣ l

Sanskrit-School

Sanskrit-School Photograph: (OTV)

Advertisment

ଆଦିବାସୀ ପିଲାଙ୍କ ପାଟିରେ ସଂସ୍କୃତ ଭାଷାl ବହି ନଦେଖି ନିର୍ଭୁଲ ଭାବେ ଆବୃତ୍ତି କରୁଛନ୍ତି ଶ୍ଳୋକ ଓ ମନ୍ତ୍ର। ଆଧୁନିକତାର ଦ୍ୱାହି ଦେଇ ମାତୃଭାଷା ଓ ସଂସ୍କୃତ ଠାରୁ ଦୁରେଇ ଯାଉଥିବା ସମାଜ ପାଇଁ ଏମାନେ ସାଜିଛନ୍ତି ଉଦାହରଣ l  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରର ସର୍ବ ପୁରାତନ ଏବଂ ଏକମାତ୍ର ସଂସ୍କୃତ ବିଦ୍ୟାଳୟ କବିସୂର୍ଯ୍ୟ ବିଦ୍ୟା ପୀଠରl ଏକ ଶତାବ୍ଦୀ ଧରି ଏହି ବିଦ୍ୟାଳୟ ଦେଇଛି ଅନେକଙ୍କୁ ସଫଳତା l ହେଲେ ଏବେ ବହୁ ସମସ୍ୟା ଭିତରେ ଘାଣ୍ଟି ହେଉଛିl ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ 120 ରୁ ଉର୍ଦ୍ଧ ପିଲା ପଢୁଥିବା ବେଳେ ବିଷୟ ଅନୁଯାୟୀ ବିଦ୍ୟାଳୟରେ ନାହାନ୍ତି ଶିକ୍ଷକ। ଆଉ ନାହିଁ ପ୍ରଯ୍ୟାପ୍ତ ଶ୍ରେଣୀ ଗୃହ ଓ ଶୌଚାଳୟl କିଛି ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ତିନୋଟି ଶ୍ରେଣୀ ଗୃହରେ ପଢୁଛନ୍ତି 120 ପିଲା l ଯେଉଠି ପଢୁଛନ୍ତି, ସେଇଠି ଖାଉଛନ୍ତିl ଆଉ ସେଇଠି ହିଁ ଶୋଉଛନ୍ତିl ସଂସ୍କୃତ ଶିକ୍ଷା ପ୍ରତି ସରକାରଙ୍କ କାହିଁକି ଅବହେଳା ବୋଲି ସାଧରଣ ରେ ଉଠିଛି ପ୍ରଶ୍ନ l 

Advertisment

ଶ୍ରେଣୀ ଗୃହ ଭଳି ଶିକ୍ଷକ ଅଭାବ ବି ଏଠି ବଡ଼ ସମସ୍ୟା l 120 ପିଲାଙ୍କ ପାଇଁ ଅଛନ୍ତି ମାତ୍ର ଜଣେ ଶିକ୍ଷକ ସେବି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକl ଷଷ୍ଠ ରୁ ଦଶମ ଶ୍ରେଣୀ ପାଇଁ ଜଣେ ଶିକ୍ଷକ ହିଁ ଭରଷା। ସମସ୍ୟାକୁ ଦେଖି ପ୍ରଧାନ ଶିକ୍ଷକ ନିଜ ପ୍ରୟାସ ରେ ଅବସରପ୍ରାପ୍ତ ଦୁଇ ଶିକ୍ଷକଙ୍କ ସହାୟତାରେ ପାଠ ପଢାଉଛନ୍ତିl ଆଉ ବନ୍ଦ ହେବାକୁ ଯାଉଥିବା ଏହି ବିଦ୍ୟାଳୟକୁ ବଞ୍ଚାଇ ରଖିଛନ୍ତିl ଜିଲ୍ଲା ତଥା ଜିଲ୍ଲା ବାହାରୁ ଆଦିବାସୀ ପିଲାଙ୍କୁ ଆଣି ଏଠାରେ ରଖି ସେମାନଙ୍କ ପାଠପଢା, ଖାଇବା, ପିଇବା ଭଲ ମନ୍ଦ ବ୍ୟବସ୍ଥା କରିବା ସହ ବିଦ୍ୟାଳୟକୁ ବଞ୍ଚାଇ ରଖିବାକୁ ଚାଲିଛି ପ୍ରୟାସl ହେଲେ ସରକାରୀ ସ୍ତରରେ କିଛି ବି ପ୍ରୟାସ ହେଉ ନାହିଁ।

ତେବେ ବିଦ୍ୟାଳୟ ସମସ୍ୟା ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟିକୁ ଅଣାଯିବ ବୋଲି କହିଛନ୍ତି କବିସୂର୍ଯ୍ୟନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ l 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ