Advertisment

Odisha CHSE +2 Exam: ବାଜିଲା ଯୁକ୍ତ ଦୁଇ ବିଗୁଲ୍ , ପ୍ରସ୍ତୁତ ରୁହ ଛାତ୍ରଛାତ୍ରୀ...CCTVରେ ଛାଉଣୀ ହେବ ପରୀକ୍ଷା କେନ୍ଦ୍ର

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆସନ୍ତାବର୍ଷ ଫେବୃୟାରୀ 15 ରୁ 25 ଭିତରେ ଆରମ୍ଭ ହେବ ପରୀକ୍ଷା। ଡିସେମ୍ବର 15 ସୁଦ୍ଧା ମିଳିବ ଆଡମିଟ କାର୍ଡ। ଏଥର ଇଣ୍ଟରନାଲ ପରୀକ୍ଷା ପାଇଁ ଦୁଇଟି ସ୍ଲଟ ରହିଛି।

PLUS-TWO

PLUS-TWO Photograph: (OTV)

Advertisment

ଯୁକ୍ତ ଦୁଇ ପରୀକ୍ଷା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଆସନ୍ତାବର୍ଷ ଫେବୃୟାରୀ 15 ରୁ 25 ଭିତରେ ଆରମ୍ଭ ହେବ ପରୀକ୍ଷା। ଡିସେମ୍ବର 15 ସୁଦ୍ଧା ମିଳିବ ଆଡମିଟ କାର୍ଡ। ଏଥର ଇଣ୍ଟରନାଲ ପରୀକ୍ଷା ପାଇଁ ଦୁଇଟି ସ୍ଲଟ ରହିଛି। ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର 22 ରୁ 31 ଯାଏଁ ହେବ। ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇ ପାରିବେ ନାହିଁ, ସେମାନେ ଜାନୁୟାରୀ 10 ରୁ 15 ଯାଏଁ ଇଣ୍ଟରନାଲ ପାଇଁ ଆଉ ଏକ ସୁଯୋଗ ପାଇବେ। ଜାନୁୟାରୀ 2 ରୁ 15 ଯାଏଁ ହେବ ପ୍ରାକ୍ଟିକାଲ ପରୀକ୍ଷା। ନଭେମ୍ବର 29 ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି। ଏଥର ନୂଆ 89ଟି ଅପଗ୍ରେଡ ସ୍କୁଲରେ ହେବ ପରୀକ୍ଷା କେନ୍ଦ୍ର। ସେହିପରି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପ୍ରୋଭିଶିନାଲ ସାର୍ଟିଫିକେଟକୁ ଡିଜିଟାଲଇଏସନ କରିବ CHSE ।

ସେପଟେ ପରୀକ୍ଷା ତାରିଖ ଜଣାପଡିବା ପରେ କଲେଜ ମାନଙ୍କରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ପରୀକ୍ଷା ହଲ, ସମେତ କରିଡ଼ରରେ ସିସିଟିଭି ଲଗାଯାଉଛି। ଫାଇନାଲ ପରୀକ୍ଷା ପୂର୍ବର ଦ୍ୱାଦଶ ପିଲାମାନଙ୍କ ପାଇଁ ନଭେମ୍ବର 10ରୁ ପ୍ରି ବୋର୍ଡ ପରୀକ୍ଷା ହେବ ବୋଲି କହିଛନ୍ତି ବିଜେବି ଜୁନିୟର କଲେଜ ଅଧ୍ୟକ୍ଷ। କାଉନ୍ସିଲ ପରୀକ୍ଷା ଭଳି ସମାନ ଢାଞ୍ଚାରେ ପରୀକ୍ଷା ହେବ। ଅକ୍ଟୋବର27 ରୁ ନଭେମ୍ବର 1 ଯାଏ ପ୍ରାକ୍ଟିକାଲ ପରୀକ୍ଷା ହେବ। ତେଣୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତାରିଖ ଘୋଷଣା ପୂର୍ବରୁ ପିଲାଙ୍କ ପାଠପଢା ସହ ସବୁ ପ୍ରକାର ପ୍ରସ୍ତୁତ ଥିବା କହିଛନ୍ତି ଉଭୟ ଛାତ୍ରଛାତ୍ରୀ ଓ ବିଜେବି ଯୁକ୍ତ ଦୁଇ ସେକେଣ୍ଡାରୀ କଲେଜ ଅଧ୍ୟକ୍ଷ।

Advertisment



ଏକ୍ସ ରେଗୁଲାର ଫର୍ମ ଫିଲଅପ ଅକ୍ଟୋବର 13 ରୁ ନଭେମ୍ବର 22 ଯାଏଁ ଚାଲିବ। ସେହିପରି ଅକ୍ଟୋବର 20 ରୁ ନଭେମ୍ବର 22 ଯାଏଁ ରେଗୁଲାର ପିଲାଙ୍କ ଫର୍ମ ଫିଲଅପ ଚାଲିବ। 2025-26 ଶିକ୍ଷାବର୍ଷ ରେ ସମୁଦାୟ 1349ଟି ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା।                   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ