Advertisment

UG ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲଘୁଦକ୍ଷତା : UGC ଫ୍ରେମ୍ ପାଠ୍ୟକ୍ରମ, ଡ୍ରାଫ୍ଟ ମାନୁଆଲ୍ ଗାଇଡଲାଇନ୍ ପ୍ରକାଶିତ

ଭୁବନେଶ୍ୱର: ସ୍ନାତକୋତ୍ତର ଛାତ୍ରଛାତ୍ରୀ ମାନଙ୍କୁ ଲଘୁ କୌଶଳ ପ୍ରଦାନ କରିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଲାଇଫ୍ ସ୍କିଲ୍ସ (ଜୀବନ କୌଶଳ ) ଉପରେ ଏକ ପାଠ୍ୟକ୍ରମ ପ୍ରସ୍ତୁତ କରିଛି। ଛାତ୍ରମାନଙ୍କୁ ଲଘୁ କୌଶଳ ପ୍ରଦାନ UGC ଗୁଣାତ୍ମକ ମାନ ବୃଦ୍ଧି କରିବାର ଦଶଟି ପଦକ୍ଷେପ ମଧ୍ୟରୁ ଅନ୍ୟତମ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। UGC ଅନୁଯାୟୀ, ନୂତନ ପାଠ୍ୟକ୍ରମ ହେଉଛି ପ୍ରାୟ 120 ଘଣ୍ଟା ପାଇଁ 8 କ୍ରେଡିଟ୍ ପାଠ୍ୟକ୍ରମ । ଏଥିରେ ଚାରୋଟି […]

UG ଛାତ୍ରଛାତ୍ରୀ ମାନଙ୍କ ପାଇଁ ଲଘୁଦକ୍ଷତା : UGC ଫ୍ରେମ୍ ପାଠ୍ୟକ୍ରମ, ଡ୍ରାଫ୍ଟ ମାନୁଆଲ୍ ଗାଇଡଲାଇନ୍ ପ୍ରକାଶିତ 

ug

Advertisment

ଭୁବନେଶ୍ୱର: ସ୍ନାତକୋତ୍ତର ଛାତ୍ରଛାତ୍ରୀ ମାନଙ୍କୁ ଲଘୁ କୌଶଳ ପ୍ରଦାନ କରିବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଲାଇଫ୍ ସ୍କିଲ୍ସ (ଜୀବନ କୌଶଳ ) ଉପରେ ଏକ ପାଠ୍ୟକ୍ରମ ପ୍ରସ୍ତୁତ କରିଛି। ଛାତ୍ରମାନଙ୍କୁ ଲଘୁ କୌଶଳ ପ୍ରଦାନ UGC ଗୁଣାତ୍ମକ ମାନ ବୃଦ୍ଧି କରିବାର ଦଶଟି ପଦକ୍ଷେପ ମଧ୍ୟରୁ ଅନ୍ୟତମ ବୋଲି ସରକାରୀ ସୂତ୍ରରୁ ପ୍ରକାଶ। UGC ଅନୁଯାୟୀ, ନୂତନ ପାଠ୍ୟକ୍ରମ ହେଉଛି ପ୍ରାୟ 120 ଘଣ୍ଟା ପାଇଁ 8 କ୍ରେଡିଟ୍ ପାଠ୍ୟକ୍ରମ । ଏଥିରେ ଚାରୋଟି ଭାଗ ରହିବ - ଯୋଗାଯୋଗ ଦକ୍ଷତା, ବୃତ୍ତିଗତ ଦକ୍ଷତା, ନେତୃତ୍ୱ ଏବଂ ପରିଚାଳନା ଦକ୍ଷତା ଏବଂ ମାନବିକ ମୂଲ୍ୟବୋଧ ।

Advertisment

ଏହାପୂର୍ବରୁ, UGC ଏକ କାର୍ଯ୍ୟକାରିଣୀ ଗୋଷ୍ଠୀ ଗଠନ କରି ଏହାର କାର୍ଯ୍ୟକାରିତା ପାଇଁ ଶିକ୍ଷକମାନଙ୍କ ପାଇଁ ଏକ ଗାଇଡ୍ ପ୍ରସ୍ତୁତ କରିବା ପାଇଁ “ଜୀବନ କୌଶଳ ପାଠ୍ୟକ୍ରମ ବା “ସୁବିଧାକାରୀ” ଗାଇଡଲାଇନ ପ୍ରସ୍ତୁତ କରିଥିଲା । ପାଠ୍ୟକ୍ରମରେ ଉଲ୍ଲେଖ କରାଯାଇଥିବା ମଡ୍ୟୁଲ୍ ସହିତ ଜଡିତ ଶିକ୍ଷାଦାନ, ମୂଲ୍ୟାଙ୍କନ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ କ୍ଷେତ୍ରରେ ଶିକ୍ଷକମାନଙ୍କୁ ସାହାଯ୍ୟ କରିବା ।

UGC ୱେବସାଇଟରେ “ଲାଇଫ୍ ସ୍କିଲ୍ ପାଠ୍ୟକ୍ରମ(ଜୀବନ କୌଶଳ ) ପାଇଁ“ ସୁବିଧାକାରୀଙ୍କ ଗାଇଡ୍ଲାଇନ୍ସ ”ଉପରେ ଡ୍ରାଫ୍ଟ ମାନୁଆଲ୍ ଉପଲବ୍ଧ । ମାର୍ଚ୍ଚ 31, 2021 ସୁଦ୍ଧା ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ର ଛାତ୍ରୀ , ରିସର୍ଚ୍ଚ କରୁଥିବା ପ୍ରାର୍ଥୀ ଏବଂ ଏହି କ୍ଷେତ୍ରରେ ଜଡିତ ବ୍ୟକ୍ତିଙ୍କ ସମେତ ଅନ୍ୟ ହିତାଧିକାରୀଙ୍କ ଠାରୁ ମତାମତ / ପରାମର୍ଶ ମାଗିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି UGC ବିଜ୍ଞପ୍ତିରେ କୁହାଯାଇଛି। ପାଠ୍ୟକ୍ରମ ବିଷୟରେ ଏକ ସଂକ୍ଷିପ୍ତ ସୂଚନା ଏଠାରେ ରେ ଉପଲବ୍ଧ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ