exam
କଟକ : ମାଟ୍ରିକ୍ରେ ଆଜି ହିନ୍ଦୀ ପରୀକ୍ଷା। ପ୍ରଥମ ଦୁଇଟି ପରୀକ୍ଷା ମାତୃଭାଷା ଓଡ଼ିଆ ଓ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। ତେଣୁ ଆଜି କିଭଳି ସୁରୁଖୁରୁରେ ପରୀକ୍ଷା ପରିଚାଳନା ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।
ପରୀକ୍ଷା ପୂର୍ବରୁ କିଭଳି ପ୍ରଶ୍ନପତ୍ର ଭାଇରାଲ ନହୁଏ, ତା ଉପରେ ନଜର ରଖିଛି ମାଧ୍ୟମିକ ଶିକ୍ଷା ପରିଷଦ। ଇଂରାଜୀ ପରୀକ୍ଷା ଦିନ କପି ଅଭିଯୋଗରେ ୩ଟି ହାଇସ୍କୁଲର ଇଂରାଜୀ ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ନେଇଛି ବୋର୍ଡ। ବଲାଙ୍ଗିର ଜିଲ୍ଲାର ଘୁନସର ସରକାରୀ ହାଇସ୍କୁଲ, ଢେଙ୍କାନାଳ ପଳାସପିଠାର ପି.ଆର୍ ହାଇସ୍କୁଲ ଏବଂ କଟକ ଗୋପୀନାଥପୁରର କୃପାସିନ୍ଧୁ ନୋଡାଲ ହାଇସ୍କୁଲ।
ଏହି ୩ଟି ସେଣ୍ଟରର ଇଂରାଜୀ ଖାତା ମୂଲ୍ୟାୟନ ନିଷ୍ପତ୍ତି ପରେ ନିର୍ଦ୍ଧାରଣ ହେବ ବୋଲି ବୋର୍ଡ ସଭାପତି ସୂଚନା ଦେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/exam-5_1626429815.jpg)