Advertisment

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳକୁ ନେଇ ଆଶଙ୍କାରେ ଛାତ୍ରଛାତ୍ରୀ

ଭୁବନେଶ୍ୱର : ମେ’ ମାସ ସରିଲା, ଆଉ କେବେ ବାହାରିବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ? ବିଳମ୍ବକୁ ନେଇ ଆଶଙ୍କାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ। ଏପଟେ ବାରମ୍ବାର ତାରିଖ ବଦଳାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପ୍ରଥମେ ମେ’ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ ବୋଲି କୁହାଯାଇଥିଲା। ଆଉ ଏବେ ଜୁନ୍ ପ୍ରଥମ ସପ୍ତାହରେ ଫଳ ବାହାରିବ ବୋଲି ଟାର୍ଗେଟ ରଖିଛି ପରିଷଦ। ସାଧାରଣ ନିର୍ବାଚନ, ବାତ୍ୟା ‘ଫୋନି’ ଓ ଖାତା […]

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳକୁ ନେଇ ଆଶଙ୍କାରେ ଛାତ୍ରଛାତ୍ରୀ

result

Advertisment

ଭୁବନେଶ୍ୱର : ମେ’ ମାସ ସରିଲା, ଆଉ କେବେ ବାହାରିବ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ? ବିଳମ୍ବକୁ ନେଇ ଆଶଙ୍କାରେ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ। ଏପଟେ ବାରମ୍ବାର ତାରିଖ ବଦଳାଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ପ୍ରଥମେ ମେ’ ଶେଷ ସପ୍ତାହ ସୁଦ୍ଧା ଫଳ ପ୍ରକାଶ ପାଇବ ବୋଲି କୁହାଯାଇଥିଲା। ଆଉ ଏବେ ଜୁନ୍ ପ୍ରଥମ ସପ୍ତାହରେ ଫଳ ବାହାରିବ ବୋଲି ଟାର୍ଗେଟ ରଖିଛି ପରିଷଦ।

Advertisment

ସାଧାରଣ ନିର୍ବାଚନ, ବାତ୍ୟା ‘ଫୋନି’ ଓ ଖାତା ଦେଖିବା ଲାଗି ଶିକ୍ଷକଙ୍କ ଅଭାବ ପାଇଁ ରେଜଲ୍ଟ ପ୍ରକାଶରେ ବିଳମ୍ବ ଘଟୁଥିବା ସଫେଇ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ। ତେବେ ଜୁନ୍ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ଗତବର୍ଷ +2 ବିଜ୍ଞାନର ପରୀକ୍ଷା ଫଳ ମେ’ ୧୯ତାରିଖରେ ବାହାରିଥିଲା। ଏଥର ଏତେ ବିଳମ୍ବକୁ ନେଇ ଟେନ୍‌ସନରେ ଅଛନ୍ତି ଛାତ୍ରଛାତ୍ରୀ। କାରଣ ସିବିଏସ୍‌ଇ ଓ ଆଇସିଏସ୍‌ଇ ଦ୍ୱାରା ପରିଚାଳିତ ଦ୍ୱାଦଶ ରେଜଲ୍ଟ କେବେଠୁ ବାହାରି ସାରିଲାଣି। ତେଣୁ ଇଞ୍ଜିନିୟରିଂ ଓ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ଅନାଇ ରହିଛନ୍ତି କେବେ ଆସିବ ରେଜଲ୍ଟ। ସେପଟେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବକୁ ଶିକ୍ଷାବିତ୍ ନାପସନ୍ଦ କରିଛନ୍ତି।

Advertisment

ଏଥର ସୁରୁଖୁରୁରେ ପରୀକ୍ଷା ହୋଇଥିଲେ ମଧ୍ୟ ଖାତା ଦେଖାବେଳେ କେତେକ ତ୍ରୁଟି ବିଚ୍ୟୁତି ହୋଇଥିବା ଦେଖିବାକୁ ମିଳିଥିଲା। ମୋବାଇଲ ଫୋନ୍‌କୁ ବାରଣ କରାଯାଇଥିବା ସତ୍ତ୍ୱେ ବାରିପଦା ଏମ୍‌ପିସି କଲେଜରେ ଅଧ୍ୟାପକମାନେ ମୋବାଇଲ୍ ଟର୍ଚ୍ଚ ଲାଇଟ୍‌ରେ ଖାତା ଦେଖିବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ