student
ଜଳେଶ୍ୱର (ଅଜିତ ଦାସ): ମାଟ୍ରିକ୍ ପରୀକ୍ଷାରେ ଫେଲ୍ ହେବା ଜାଣି ଜଣେ ଛାତ୍ର ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଆଜି ଏପରି ଅଭାବନୀୟ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି।
ବସ୍ତା ବ୍ଲକ ପୁଣ୍ଡରୁଙ୍ଗି ଗାଁର ଶଙ୍କର୍ଷଣ ସେଠୀ ସଦର ବ୍ଲକ ମାଣ୍ଡୁରୁକୁଲା ଗାନ୍ଧିଜୀ ହାଇସ୍କୁଲରେ ପାଠ ପଢ଼ନ୍ତି। ଚଳିତବର୍ଷ ସେ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ଭଲ ନମ୍ୱର ରଖି ପାସ୍ କରିବେ ବୋଲି ଭାବିଥିଲେ। ମାତ୍ର ଆଜି ପ୍ରକାଶ ପାଇଥିବା ମାଟ୍ରିକ୍ ପରୀକ୍ଷାରେ ସେ ଫେଲ୍ ହୋଇଥିବା ଜାଣିବାକୁ ପାଇଥିଲେ। ଏଥିପାଇଁ ସେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ପରେ ସେ ବିଷ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଚଳିତବର୍ଷ ୫ ଲକ୍ଷ ୬୧ ହଜାର ୮୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୩ ଲକ୍ଷ ୯୭ ହଜାର ୧୨୫ ଜଣ ପିଲା ପାସ୍ କରିଛନ୍ତି। ଆଉ ୧ ଲକ୍ଷ ୬୩ ହଜାର ୯୫୪ ଜଣ ଫେଲ୍ ହୋଇଛନ୍ତି। ୮୨ ସ୍କୁଲ୍ରେ ରେଜଲ୍ଟ ଶୂନ୍ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/student_1626502492.jpg)