Advertisment

ଭୁବନେଶ୍ୱରରେ ମିଳିବ ପ୍ରଶାସନିକ ସେବା ଲାଗି କୋଚିଂ

ଭୁବନେଶ୍ୱର : ପ୍ରଶାସନିକ ସେବା କୋଚିଂ ଲାଗି ଏଣିକି ବାହାର ରାଜ୍ୟକୁ ଯିବାକୁ ପଡ଼ିବନି। ପ୍ରତିଭାବାନ ଆଶାୟୀଙ୍କୁ ଭୁବନେଶ୍ୱରରେ ଦିଆଯିବ ଉନ୍ନତମାନର କୋଚିଂ। ପ୍ରଶାସନିକ ସେବାରେ ଓଡ଼ିଆଙ୍କ ସଫଳତା ହାର କମୁଥିବାରୁ ଏଥିରେ ସୁଧାର ଆଣିବାକୁ ଅଣ୍ଟା ଭିଡ଼ିଛି ଉଚ୍ଚ ଶିକ୍ଷା ବିଭାଗ। ଜୁନ୍ ୨୪ରୁ ଆରମ୍ଭ ହେବ କୋଚିଂ କ୍ଲାସ୍। ପ୍ରଥମ ବର୍ଷରେ ୧୦୦ ଜଣ ଆଶାୟୀଙ୍କୁ କୋଚିଂ ଦିଆଯିବ। ଏଥିପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି। ବର୍ଷେ ଅବଧି ରହୁଥିବା ଏହି କୋଚିଂ କ୍ଲାସ୍‌ରେ […]

ଭୁବନେଶ୍ୱରରେ ମିଳିବ ପ୍ରଶାସନିକ ସେବା ଲାଗି କୋଚିଂ

coaching

Advertisment

ଭୁବନେଶ୍ୱର : ପ୍ରଶାସନିକ ସେବା କୋଚିଂ ଲାଗି ଏଣିକି ବାହାର ରାଜ୍ୟକୁ ଯିବାକୁ ପଡ଼ିବନି। ପ୍ରତିଭାବାନ ଆଶାୟୀଙ୍କୁ ଭୁବନେଶ୍ୱରରେ ଦିଆଯିବ ଉନ୍ନତମାନର କୋଚିଂ। ପ୍ରଶାସନିକ ସେବାରେ ଓଡ଼ିଆଙ୍କ ସଫଳତା ହାର କମୁଥିବାରୁ ଏଥିରେ ସୁଧାର ଆଣିବାକୁ ଅଣ୍ଟା ଭିଡ଼ିଛି ଉଚ୍ଚ ଶିକ୍ଷା ବିଭାଗ। ଜୁନ୍ ୨୪ରୁ ଆରମ୍ଭ ହେବ କୋଚିଂ କ୍ଲାସ୍। ପ୍ରଥମ ବର୍ଷରେ ୧୦୦ ଜଣ ଆଶାୟୀଙ୍କୁ କୋଚିଂ ଦିଆଯିବ। ଏଥିପାଇଁ ଅନେକ ଆଶାୟୀ ଆବେଦନ କରିଛନ୍ତି। ବର୍ଷେ ଅବଧି ରହୁଥିବା ଏହି କୋଚିଂ କ୍ଲାସ୍‌ରେ ପ୍ରିଲିମ୍‌ନାରି ଓ ମେନ୍‌ ପର୍ଯ୍ୟାୟ ପରୀକ୍ଷା ଲାଗି ପାଠ ପଢାଯିବ। ଏଥିଲାଗି ଉଚ୍ଚ ଶିକ୍ଷା ବିଭାଗ ଏକ ସଂସ୍ଥାକୁ ନିୟୋଜିତ କରିଛି। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ସଚିବ ପାର୍ଥସାରଥୀ ମିଶ୍ର।

Advertisment

ଯେଉଁ ଆଶାୟୀଙ୍କ ଅଭିଭାବକଙ୍କ ବାର୍ଷିକ ରୋଜଗାର ୨ଲକ୍ଷ ଟଙ୍କାରୁ ଅଧିକ, ସେମାନେ କୋଚିଂ ପାଇଁ ୨୫ ପ୍ରତିଶତ ଅର୍ଥ ଦେବାକୁ ପଡ଼ିବ। ଯେଉଁ ଆଶାୟୀଙ୍କ ପରିବାରର ବାର୍ଷିକ ରୋଜଗାର ୨ଲକ୍ଷ ଟଙ୍କାରୁ କମ୍ ଥିବ, ସେମାନେ ମାଗଣାରେ କୋଚିଂ ପାଇବେ। ଏହାଦ୍ୱାରା ଆର୍ଥିକ ଦୁର୍ବଳ ଶ୍ରେଣୀର ପ୍ରତିଭାବାନ ଛାତ୍ରଛାତ୍ରୀମାନେ ଉନ୍ନତମାନର କୋଚିଂ ପାଇପାରିବେ ବୋଲି ଆଶା କରାଯାଉଛି।

ପୂର୍ବରୁ ରାଜ୍ୟର ୧୦ଟି ବିଶ୍ୱବିଦ୍ୟାଳୟ ଓ ୫୨ଟି ସରକାରୀ ଡିଗ୍ରୀ କଲେଜରେ ପ୍ରଶାସନିକ ସେବା ଲାଗି କୋଚିଂ ସେଣ୍ଟର ଖୋଲାଯାଇଛି। ଏବେ ରାଜଧାନୀରେ ପ୍ରଶାସନିକ ସେବା ଲାଗି କୋଚିଂ ହବ୍‌ ଖୋଲିବା ନିଷ୍ପତ୍ତି ଓଡ଼ିଆ ଛାତ୍ରଛାତ୍ରୀଙ୍କୁ କେତେ ସଫଳତା ଆଣିଦେଉଛି ତା’ଉପରେ ସମସ୍ତଙ୍କର ନଜର ରହିଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ