Advertisment

୧୦୦୦ ଶିକ୍ଷକଙ୍କୁ “ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକ ସମ୍ମାନ” ପ୍ରଦାନ

ମୁମ୍ବାଇ : ସେଣ୍ଟର ଫର ଟିଚର୍ସ ଆକ୍ରିଡିଟେସନ୍‍ (ସେଣ୍ଟା) ପକ୍ଷରୁ ଆୟୋଜିତ ଟିଚିଙ୍ଗ୍‍ ପ୍ରଫେସନାଲ୍‍ ଅଲମ୍ପିଆଡ୍‍ (ଟିପିଓ)୨୦୧୮ରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଏକ ହଜାର ଶିକ୍ଷକଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍‍ ପକ୍ଷରୁ ‘ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକ ସମ୍ମାନ’ରେ ସମ୍ମାନିତ କରାଯାଇଛି । ଏହି ୧୦୦୦ ଶିକ୍ଷକଙ୍କ ଭିତରୁ ଯେଉଁମାନେ ସେଣ୍ଟା ଟିପିଓ ୨୦୧୮ର ବିଜେତା ଘୋଷିତ ହୋଇଛନ୍ତି ସେମାନଙ୍କୁ ୟୁନେସ୍କୋ, ୟୁନିସେଫ, ସିବିଏସ୍‍ଇ ବୋର୍ଡ ପ୍ରତିନିଧିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି । ଏହା ସହିତ ଜାତୀୟ ସ୍ତରରେ ସେଣ୍ଟା- […]

୧୦୦୦ ଶିକ୍ଷକଙ୍କୁ “ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକ ସମ୍ମାନ” ପ୍ରଦାନ

RELIANCE

Advertisment

ମୁମ୍ବାଇ : ସେଣ୍ଟର ଫର ଟିଚର୍ସ ଆକ୍ରିଡିଟେସନ୍‍ (ସେଣ୍ଟା) ପକ୍ଷରୁ ଆୟୋଜିତ ଟିଚିଙ୍ଗ୍‍ ପ୍ରଫେସନାଲ୍‍ ଅଲମ୍ପିଆଡ୍‍ (ଟିପିଓ)୨୦୧୮ରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଏକ ହଜାର ଶିକ୍ଷକଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍‍ ପକ୍ଷରୁ ‘ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକ ସମ୍ମାନ’ରେ ସମ୍ମାନିତ କରାଯାଇଛି ।

Advertisment

ଏହି ୧୦୦୦ ଶିକ୍ଷକଙ୍କ ଭିତରୁ ଯେଉଁମାନେ ସେଣ୍ଟା ଟିପିଓ ୨୦୧୮ର ବିଜେତା ଘୋଷିତ ହୋଇଛନ୍ତି ସେମାନଙ୍କୁ ୟୁନେସ୍କୋ, ୟୁନିସେଫ, ସିବିଏସ୍‍ଇ ବୋର୍ଡ ପ୍ରତିନିଧିଙ୍କ ଦ୍ୱାରା ସମ୍ମାନିତ କରାଯାଇଛି । ଏହା ସହିତ ଜାତୀୟ ସ୍ତରରେ ସେଣ୍ଟା- ଟିପିଓ ପଞ୍ଚମ ସଂସ୍କରଣର ଶୁଭାରମ୍ଭ ହୋଇଛି ।

ଏହି ଅବସରରେ ରିଲାଏନ୍ସ ଫାଉଣ୍ଡେସନ୍‍ ପକ୍ଷରୁ ସେଣ୍ଟା ସହଭାଗିତାରେ “ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକ ସମ୍ମାନ”ର ପରବର୍ତ୍ତୀ ସଂସ୍କରଣ ଘୋଷଣା କରାଯାଇଛି । ଉତ୍କର୍ଷ ହାସଲ କରିଥିବା ଶିକ୍ଷକଙ୍କୁ ସମ୍ମାନିତ କରିବାର ଏହି ପରମ୍ପରା ଜାରି ରଖି ଫାଉଣ୍ଡେସନ୍‍ ପକ୍ଷରୁ ସେଣ୍ଟା ଟିପିଓ ଦ୍ୱାରା ଆୟୋଜିତ ଜାତୀୟସ୍ତରରର ପ୍ରତିଯୋଗୀତାରେ ବିଜୟୀ ହୋଇଥିବା ୧୦୦୦ଜଣ ବିଜେତାଶିକ୍ଷକଙ୍କୁ ନଗଦ ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି ।

Advertisment

ଭାରତର ୭୫ଟି ସହର ସମେତ ଆବୁଧାବିରେ ସେଣ୍ଟା ଟିଚିଙ୍ଗ୍‍ ପ୍ରଫେସନାଲ୍‍ ଅଲମ୍ପିଆଡ୍‍ (ଟିପିଓ) ୨୦୧୯ ଏକ ସମୟରେ ଡିସେମ୍ବର ୧୪ ଦିନ ଆୟୋଜିତ ହେବ । ପ୍ରାଥମିକଠୁ ଆରମ୍ଭ କରି ମାଧ୍ୟମିକ ଯାଏ ୨୩ଟି ବିଷୟରେ ଏହି ପ୍ରତିଯୋଗୀତା ଆୟୋଜନ ହେବ ।

ଏହି ଶୁଭାରମ୍ଭ ଅବସରରେ ଈଶା ଅମ୍ବାନୀ କହିଛନ୍ତି, ‘ଆମେ ରିଲାଏନ୍ସ ଫାଉଣ୍ଡେସନ୍‍ ଜରିଆରେ ଦେଶର ଉଦାହରଣ ସୃଷ୍ଟିକାରୀ ଏହି ଶିକ୍ଷକମାନଙ୍କ କଠିନ ପରିଶ୍ରମ ଏବଂ ସମର୍ପଣକୁ ସମ୍ମାନିତ କରି ଗର୍ବ ଅନୁଭବ କରୁଛୁ । ଦେଶର ଯୁବାବର୍ଗଙ୍କୁ ଭବିଷ୍ୟତ ଗଢ଼଼ିବା ପାଇଁ ଆବଶ୍ୟକ ଦକ୍ଷତା ହସ୍ତାନ୍ତର କରିବାରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ । ସାରା ଦେଶରେ ଶିକ୍ଷା ପ୍ରଦାନ ଢାଞ୍ଚାରେ ଉଲ୍ଲେଖନୀୟ ବିକାଶ ଆଣିବା ଲକ୍ଷ୍ୟରେ ରିଲାଏନ୍ସ ଫାଉଣ୍ଡେସନ୍‍ ଶିକ୍ଷକମାନଙ୍କୁ ଆବଶ୍ୟକୀୟ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ’।

Advertisment

ସେଣ୍ଟାର ପ୍ରତିଷ୍ଠାତା ଏବଂ ସିଇଓ ରାମ୍ୟା ଭେଙ୍କଟରମଣ କହିଛନ୍ତି, ଅସାଧାରଣ ଶିକ୍ଷକମାନଙ୍କୁ ଜାତୀୟସ୍ତରରେ ଏକ ପରିଚିତି ପ୍ରଦାନର ପ୍ଳାଟଫର୍ମ ସୃଷ୍ଟି ପାଇଁ ସେଣ୍ଟା ଲକ୍ଷ୍ୟ ରଖିଛି । ଶିକ୍ଷକତାକୁ ସମାଜରେ ଏକ ସମ୍ମାନସ୍ପଦ କାର୍ଯ୍ୟ ଭାବେ ରୂପାନ୍ତରିତ କରିବା ହେଉଛି ଏହିପରି କାର୍ଯ୍ୟର ପ୍ରମୁଖ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି ।

ଏହିବର୍ଷ ସେଣ୍ଟା ଟିପିଓ ଡିସେମ୍ବର ୧୪, ୨୦୧୯ରେ ହେବ । ଏଥିପାଇଁ ଆବଶ୍ୟକ ପଞ୍ଜିକରଣ ସୁଯୋଗ ଉନ୍ମୁକ୍ତ ରହିଛି । ସାରା ଦେଶର ଶିକ୍ଷକମାନେ ଏଥିଲାଗି ଆବେଦନ କରିପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ