railway3
ଆପଣ ରେଳ ବିଭାଗରେ ଚାକିରି ପାଇଁ ଆବେଦନ କରିଛନ୍ତି କି ? ଏବେ ଆଉ ଚିନ୍ତା କରନ୍ତୁନି। ରେଳ ବିଭାଗ ଏହାର ଖାଲି ଥିବା ଲୋକୋ ପାଇଲଟ୍ ଓ ଟେକ୍ନିସିଆନ୍ ପଦବୀ ସଂଖ୍ୟାକୁ ୨୬ହଜାର ୫୦୨ରୁ ୬୦ ହଜାରକୁ ବଢ଼ାଇଦେଇଛି। ଏହାର ଅନ୍ଲାଇନ୍ ନିଯୁକ୍ତି ପରୀକ୍ଷା ୯ ଅଗଷ୍ଟରେ ଅନୁଷ୍ଠିତ ହେବ। ଏଣୁ ଏହାର ଏକ ସପ୍ତାହ ପୂର୍ବରୁ ରେଳ ବିଭାଗ ଆବେଦନକାରୀଙ୍କୁ ଏହି ବଡ଼ ଖୁସି ଖବର ଦେଇଛି।
ରେଳବିଭାଗ ଏକ ସୂଚନା ମାଧ୍ୟମରେ ଏହି ପଦବୀ ସଂଖ୍ୟା ବଢ଼ାଇଥିବାର ଘୋଷଣା କରିଛି। ଏ ବିଷୟରେ ଅଧିକ ଅପ୍ଡେଟ୍ ଜାଣିବାକୁ ରେଲୱେ ବୋର୍ଡର ୱେବ୍ସାଇଟ୍କୁ ବାରମ୍ବାର ଚେକ୍ କରିବାକୁ ଆବେଦନକାରୀଙ୍କୁ ସୂଚନା ଦେଇଛି।
ଆସନ୍ତା ୯ ଅଗଷ୍ଟରେ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ଓ ଟେକ୍ନିସିଆନ୍ ପଦବୀରେ ନିଯୁକ୍ତି ପାଇଁ ଅନ୍ଲାଇନ୍ ପରୀକ୍ଷା ହେବ। ଏହି ପରୀକ୍ଷାର ୪ଦିନ ପୂର୍ବରୁ ପ୍ରାର୍ଥୀମାନେ ସେମାନଙ୍କ ଆଡ୍ମିଟ୍ କାର୍ଡ ପାଇପାରିବେ ବୋଲି ରେଳବିଭାଗ ସୂଚନା ଦେଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/railway3_1626694689.jpg)