Advertisment

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ; ପାସ୍‌ ହାର ୭୨.୩୩ ପ୍ରତିଶତ

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ। ଆଜି ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିୟମରେ ରେଜଲ୍ଟ ପ୍ରକାଶିତ ହୋଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରେଜଲ୍ଟ ଘୋଷଣା କରିଛନ୍ତି। ଚଳିତ ବର୍ଷ ୭୨.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି। ଯାହା ଗତବର୍ଷ ତୁଳନାରେ ୪.୬୫% କମ୍। ଛାତ୍ରଛାତ୍ରୀମାନେ www.chseodisha.nic.in, www.orissaresults.nic.in  ୱେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ। ବାଲେଶ୍ୱରରେ ପାସ୍‌ ହାର ସର୍ବାଧିକ ରହିଛି। ବାଲେଶ୍ୱରରେ ପାସ୍ ହାର ୮୬.୫୬ ପ୍ରତିଶତ […]

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ରେଜଲ୍ଟ; ପାସ୍‌ ହାର ୭୨.୩୩ ପ୍ରତିଶତ

students

Advertisment

ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତ ବର୍ଷର ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ। ଆଜି ମଧ୍ୟାହ୍ନ ୧୨ଟାରେ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନର ଗୀତଗୋବିନ୍ଦ ଅଡିଟୋରିୟମରେ ରେଜଲ୍ଟ ପ୍ରକାଶିତ ହୋଇଛି। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ରେଜଲ୍ଟ ଘୋଷଣା କରିଛନ୍ତି।

Advertisment

ଚଳିତ ବର୍ଷ ୭୨.୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ ହୋଇଛନ୍ତି। ଯାହା ଗତବର୍ଷ ତୁଳନାରେ ୪.୬୫% କମ୍।

ଛାତ୍ରଛାତ୍ରୀମାନେ www.chseodisha.nic.inwww.orissaresults.nic.in  ୱେବ୍‌ସାଇଟ୍‌ରେ ରେଜଲ୍ଟ ଦେଖିପାରିବେ।

Advertisment

ବାଲେଶ୍ୱରରେ ପାସ୍‌ ହାର ସର୍ବାଧିକ ରହିଛି। ବାଲେଶ୍ୱରରେ ପାସ୍ ହାର ୮୬.୫୬ ପ୍ରତିଶତ ରହିଛି। ସେହିପରି ଗଜପତି ଜିଲ୍ଲା ପାସ୍‌ ହାର ସର୍ବନିମ୍ନ ରହିଛି। ଗଜପତିରେ ପାସ୍ ହାର ୩୬.୨୦ ପ୍ରତିଶତ ରହିଛି।

ସେହିପରି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ମୋଟ୍‌ ୨୦, ୮୦୬ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ୱିତୀୟ ଶ୍ରେଣୀରେ ୨୩, ୯୦୪ଜଣ ଛାତ୍ରଛାତ୍ରୀ ଓ ତୃତୀୟ ଶ୍ରେଣୀରେ ୨୫, ୩୬୦ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

Advertisment

ଚଳିତ ବର୍ଷ ୯୯ହଜାର ୧୮ଜଣ ଛାତ୍ରଛାତ୍ରୀ ବିଜ୍ଞାନ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୦ ହଜାର ୭୦୬ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି।

ଗତବର୍ଷ ତୁଳନାରେ ଏଥର ୧୫ ଦିନ ବିଳମ୍ବରେ ରେଜଲ୍ଟ ପ୍ରକାଶ ପାଇଛି।  ସାଧାରଣ ନିର୍ବାଚନ, ଫୋନି ଓ ମୂଲ୍ୟାୟନକାରୀ ଅଭାବ, ରେଜଲ୍ଟ ବିଳମ୍ବର କାରଣ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ