Advertisment

ଓଟିଇଟିର ପିଛା ଛାଡୁନି ବିବାଦ

ଭୁବନେଶ୍ୱର : ଓଟିଇଟିର ପିଛା ଛାଡୁନି ବିବାଦ। ଅଗଷ୍ଟରେ ହୋଇଥିବା ଅନ୍‌ଲାଇନ୍ ପରୀକ୍ଷାର ଆନ୍ସର କିରେ ବ୍ୟାପକ ତ୍ରୁଟି ଥିବା ପରିଲକ୍ଷିତ ହୋଇଛି। ଯାହାକୁ ନେଇ ପରୀକ୍ଷାର୍ଥୀ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପ୍ରଶ୍ନ ପିଛା ଚ୍ୟାଲେଞ୍ଜ୍ ପାଇଁ ୫୦୦ ଟଙ୍କା ଫି ଧାର୍ଯ୍ୟ ହୋଇଥିବା ବେଳେ ପୂଜାଛୁଟିରେ ଆନ୍ସର କି ପ୍ରକାଶକୁ ନେଇ ଉଠିଛି ପ୍ରଶ୍ନ। ପ୍ରଶ୍ନ ନମ୍ବର ଏକ- ଓଡିଶାର ୨୬ତମ ଗଭର୍ଣ୍ଣର କିଏ ? ଉତ୍ତର ହେଲା ନବୀନ ପଟ୍ଟନାୟକ […]

ଓଟିଇଟିର ପିଛା ଛାଡୁନି ବିବାଦ

otet

Advertisment

ଭୁବନେଶ୍ୱର : ଓଟିଇଟିର ପିଛା ଛାଡୁନି ବିବାଦ। ଅଗଷ୍ଟରେ ହୋଇଥିବା ଅନ୍‌ଲାଇନ୍ ପରୀକ୍ଷାର ଆନ୍ସର କିରେ ବ୍ୟାପକ ତ୍ରୁଟି ଥିବା ପରିଲକ୍ଷିତ ହୋଇଛି। ଯାହାକୁ ନେଇ ପରୀକ୍ଷାର୍ଥୀ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପ୍ରଶ୍ନ ପିଛା ଚ୍ୟାଲେଞ୍ଜ୍ ପାଇଁ ୫୦୦ ଟଙ୍କା ଫି ଧାର୍ଯ୍ୟ ହୋଇଥିବା ବେଳେ ପୂଜାଛୁଟିରେ ଆନ୍ସର କି ପ୍ରକାଶକୁ ନେଇ ଉଠିଛି ପ୍ରଶ୍ନ।

Advertisment

ପ୍ରଶ୍ନ ନମ୍ବର ଏକ- ଓଡିଶାର ୨୬ତମ ଗଭର୍ଣ୍ଣର କିଏ ? ଉତ୍ତର ହେଲା ନବୀନ ପଟ୍ଟନାୟକ । ସଠିକ ଉତ୍ତର କିନ୍ତୁ ପ୍ରଫେସର ଗଣେଶୀ ଲାଲ। ପ୍ରଶ୍ନ ନମ୍ବର ଦୁଇ- ଓଡ଼ିଶାର ଚାନ୍ଦିପୁର ସମୁଦ୍ରକୂଳ ଡ୍ୟାସ୍‌ରେ ଅବସ୍ଥିତ । ଉତ୍ତର ହେଉଛି ଭଦ୍ରକ । ସଠିକ୍ ଉତ୍ତର କିନ୍ତୁ ବାଲେଶ୍ୱର । ପ୍ରଶ୍ନ ନମ୍ବର ତିନି- କେଉଁ ଓଡିଆ କବି କେଦାରଗୌରୀ ଲେଖିଥିଲେ? ଉତ୍ତର ଫକୀର ମୋହନ ସେନାପତି । ସଠିକ୍ ଉତ୍ତର ରାଧାନାଥ ରାୟ।  ଏଭଳି ଚାଞ୍ଚଲ୍ୟକର ଉତ୍ତର ଦେଖିବାକୁ ମିଳୁଛି ଓଟିଇଟି ପରୀକ୍ଷାର ଆନ୍ସର କି ରେ। ଗତ ୫ ତାରିଖରୁ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କ ଲାଗି ଦିଆଯାଇଥିବା ଆନ୍ସର କି ରେ ଏଭଳି ସାଂଘାତିକ ତ୍ରୁଟି ଦେଖିବାକୁ ମିଳିଛି।

ଅଗଷ୍ଟ ୫ରୁ ୧୮ ଯାଏ ୪୫ଟି ସିଫ୍ଟରେ ହୋଇଥିଲା ଅନ୍‌ଲାଇନ୍ ଓଟିଇଟି ପରୀକ୍ଷା । ତେବେ ଆନ୍ସର କି ରେ କିନ୍ତୁ ପ୍ରତି ସିଫ୍ଟରେ ୧୦ରୁ ଅଧିକ ଉତ୍ତର ଭୁଲ୍ ଥିବା ସାମନାକୁ ଆସିଛି । ଏତେ ପରିଣାମର ଫି ଦେଇ ଅନ୍‌ଲାଇନ୍‌ରେ ଆବେଦନ କରିବା ବାଧକ ସାଜୁଥିବା ଛାତ୍ରଛାତ୍ରୀ କହିଛନ୍ତି।

Advertisment
ଗତ ଜାନୁଆରୀ ୧୬ରେ ଓଟିଇଟି ଅଫ୍ ଲାଇନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ମାତ୍ର ପ୍ରଶ୍ନପତ୍ର ଲିକ୍ ଯୋଗୁ ପରୀକ୍ଷା ବାତିଲ୍ ହେଲା ଏବଂ  ଅନ୍‌ଲାଇନ୍ ପରୀକ୍ଷା ଅଗଷ୍ଟରେ ଆୟୋଜନ କଲା ମାଧ୍ୟମିକ ଶିକ୍ଷା ବୋର୍ଡ । ଏଥିରେ ବି ଅନ୍‌ଲାଇନ୍ ପ୍ରଶ୍ନ ଭାଇରାଲ୍ ହେଲା। କିନ୍ତୁ ଏହାକୁ ବୋର୍ଡ ସ୍ୱୀକାର କରିନଥିଲା । ଆଉ ଏବେ ଆନ୍ସର କି ରେ ଏଭଳି ବ୍ୟାପକ ତ୍ରୁଟି ପରିଲକ୍ଷିତ ହେବା ବୋର୍ଡର ପରୀକ୍ଷା ପରିଚାଳନାକୁ ପଦାର ପକାଇଛି।

ପୂର୍ବ ବର୍ଷଗୁଡିକରେ ପରୀକ୍ଷା ସରିବାର ୧୦ ଦିନ ଭିତରେ ଆନ୍ସର କି ଆସିଥାଏ । ଚଳିତବର୍ଷ ଦଶହରା ଛୁଟିରେ ତ୍ରୁଟି ପୂର୍ଣ୍ଣ ଆନ୍ସର କି ପ୍ରକାଶକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ। ୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ଏଭଳି ତରବରିଆ ଭାବେ ଛୁଟିରେ ଆନ୍ସର କି ପ୍ରକାଶର ରହସ୍ୟ କ’ଣ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ