Advertisment

ଏଣିକି ସ୍କୁଲରେ ଅନ୍‌ଲାଇନ୍‌ରେ ଉପସ୍ଥାନ

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଲାଗୁହେବ ଅନ୍‌ଲାଇନ୍‌ରେ ଉପସ୍ଥାନ ବ୍ୟବସ୍ଥା। ପ୍ରଥମେ ଗୋଟିଏ ଜିଲ୍ଲାର ଗୋଟିଏ ସ୍କୁଲରେ ପାଇଲଟ୍‌ ପ୍ରକଳ୍ପ ଭାବେ ଏହି ବ୍ୟବସ୍ଥା ଲାଗୁ ହେବ। ଏହା ମାଧ୍ୟମରେ ସ୍କୁଲରେ କେଉଁ ଶିକ୍ଷକ ଓ କେତେ ପିଲା ଉପସ୍ଥିତ ଅଛନ୍ତି, ତାହା ସହଜରେ ଜାଣିହେବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ। ଛାତ୍ରଛାତ୍ରୀଙ୍କ ଉନ୍ନତ ପ୍ରଣାଳୀରେ ଶିକ୍ଷା ଦେବା ପାଇଁ […]

ଏଣିକି ସ୍କୁଲରେ ଅନ୍‌ଲାଇନ୍‌ରେ ଉପସ୍ଥାନ

biometric

Advertisment

ଭୁବନେଶ୍ୱର : ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ପାଇଁ ଲାଗୁହେବ ଅନ୍‌ଲାଇନ୍‌ରେ ଉପସ୍ଥାନ ବ୍ୟବସ୍ଥା। ପ୍ରଥମେ ଗୋଟିଏ ଜିଲ୍ଲାର ଗୋଟିଏ ସ୍କୁଲରେ ପାଇଲଟ୍‌ ପ୍ରକଳ୍ପ ଭାବେ ଏହି ବ୍ୟବସ୍ଥା ଲାଗୁ ହେବ। ଏହା ମାଧ୍ୟମରେ ସ୍କୁଲରେ କେଉଁ ଶିକ୍ଷକ ଓ କେତେ ପିଲା ଉପସ୍ଥିତ ଅଛନ୍ତି, ତାହା ସହଜରେ ଜାଣିହେବ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ।

Advertisment

publive-imageଛାତ୍ରଛାତ୍ରୀଙ୍କ ଉନ୍ନତ ପ୍ରଣାଳୀରେ ଶିକ୍ଷା ଦେବା ପାଇଁ ରାଜ୍ୟର ୧୦୦ଟି ସ୍କୁଲକୁ ‘ସ୍କୁଲ ଅଫ୍‌ ଏକ୍ସଲେନ୍ସ’ ଭାବେ ଚିହ୍ନଟ କରାଯିବ। ଉକ୍ତ ୧୦୦ଟି ସ୍କୁଲରେ ସ୍ପୋକନ ଇଂଲିଶ ସହ ଅନ୍ୟ ଭିତ୍ତିଭୂମି ଯୋଗାଇ ଦିଆଯିବ। ଏହାସହ ନୂଆ ଷ୍ଟୁଡେଣ୍ଟ ହେଲ୍‌ପଲାଇନ୍‌ ନମ୍ବର ଜାରି କରିଛି ଗଣଶିକ୍ଷା ବିଭାଗ। ନୂଆ ଷ୍ଟୁଡେଣ୍ଟ ହେଲ୍‌ପଲାଇନ୍‌ ନମ୍ବର- ୧୪୪୧୭୧ ରହିଛି। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ।

publive-imageସୂଚନାରୁ ପ୍ରକାଶ, ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଠିକ୍‌ ନଥିବା ବାରମ୍ୱାର ଅଭିଯୋଗ ହେଉଥିଲା। ହେଲେ ଏହାକୁ ଶିକ୍ଷା ବିଭାଗର ଉଚ୍ଚ ପଦସ୍ଥ ଅଧିକାରମାନେ ବାରମ୍ୱାର ଖଣ୍ଡନ କରୁଥିଲେ। ତେବେ କିଛି ଦିନ ତଳେ ରାୟଗଡ଼ା ଓ କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଥିଲା ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର। ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ ସେବାଶ୍ରମ ସ୍କୁଲ ଗସ୍ତରେ ଯାଇ ଲ୍ୟାବ୍‌ରେ କମ୍ପ୍ୟୁଟର ସମ୍ପର୍କରେ ପଚାରିଥିଲେ। ମାତ୍ର ପିଲାମାନେ ଜାଣିନଥିବା ମୁଣ୍ଡ ହଲାଇଥିଲେ। ଯାହା ମନ୍ତ୍ରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

Advertisment

ଠିକ୍‌ ସମାନ ଚିତ୍ର କେନ୍ଦୁଝରରେ ଦେଖିବାକୁ ମିଳିଥିଲା। ଜିଲ୍ଲାର ଏକ ପ୍ରତିଷ୍ଠିତ ହାଇସ୍କୁଲର ଛାତ୍ରଛାତ୍ରୀମାନେ ଭାରତର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ନାଁ ଜାଣିନଥିବା ଦେଖିବାକୁ ମିଳିଥିଲା। ଏଥିରୁ ସ୍ପଷ୍ଟ ଭାବେ ବାରି ହୋଇପଡ଼ୁଥିଲା ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଅସଲ ଚିତ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ