jee
ଭୁବନେଶ୍ୱର: ଓଜେଇଇ ପ୍ରବେଶିକା ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଆସନ୍ତା ମେ’ ୧୨ ଏବଂ ୧୩ ତାରିଖରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।
ଆସନ୍ତା ୧୨ ତାରିଖରେ ଛାତ୍ରଛାତ୍ରୀ ଲିଖିତ ପରୀକ୍ଷା ଦେବେ। ସେହିପରି ୧୩ ତାରିଖ ପରୀକ୍ଷା ଛାତ୍ରଛାତ୍ରୀ କମ୍ପ୍ୟୁଟରରେ ଦେବେ। ୧୨ରେ ପ୍ରଥମ ସିଟିଂରେ ବି. ଫାର୍ମ,ବି. ଟେକ୍, ବିଏସ୍ସି, ଲାଟେରାଲ ଏଣ୍ଟ୍ରି ବି. ଫାର୍ମା ଓ ଡି ଫାର୍ମା ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଦ୍ୱିତୀୟ ସିଟିଂରେ ବି. ଟେକ୍ ଲାଟେରାଲ ଏଣ୍ଟ୍ରି ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।
୧୩ରେ ପ୍ରଥମ ସିଟିଂରେ ଏମ୍ବିଏ, ଏମ୍. ଟେକ୍, ମାଷ୍ଟର ଇନ୍ ଆର୍କିଟେକ୍ଟ, ଏମ୍ସିଏ, ଏବଂ ଲାଟେରାଲ ଏମ୍ସିଏ ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଦ୍ୱିତୀୟ ସିଟିଂରେ ଏମ୍. ଫାର୍ମା ଏବଂ ଏମ୍. ପ୍ଲାନ୍ ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ।
୨୦୧୯ ଓଜେଇଇ ପରୀକ୍ଷା ପାଇଁ ଛାତ୍ରୀଛାତ୍ରୀମାନେ ସେମାନଙ୍କ ଆଡମିଟ୍ କାର୍ଡ ojee.nic.in ୱେବ୍ସାଇଟ୍ରୁ ଡାଉନ୍ଲୋଡ୍ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jee-1_1625929386.jpg)