Advertisment

ୟୁଜି ଓ ପିଜିରେ ଲାଗୁ ହେବନି ଏକକ ସିଲାବସ୍

ଭୁବନେଶ୍ୱର : ୟୁଜି ଓ ପିଜିରେ ଲାଗୁ ହେବନି ଏକକ ସିଲାବସ୍। ଆସନ୍ତା ଶିକ୍ଷା ବର୍ଷରୁ କେବଳ ଯୁକ୍ତ ତିନିରେ ଲାଗୁ ହେବ ଆଦର୍ଶ ବା ମଡେଲ୍ ସିଲାବସ୍। ସେହିପରି ପିଜି କ୍ଷେତ୍ରରେ କମନ୍ ଏଣ୍ଟ୍ରାନ୍ସ ବି ହେବନି। ଉଚ୍ଚ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବସିଥିବା ବୈଠକରେ ସର୍ବସମ୍ମତି କ୍ରମେ ବଦଳିଛି ନିଷ୍ପତ୍ତି। ୪ମାସ ତଳେ ଯୁକ୍ତ ତିନି ଓ ପିଜି ଲାଗି ସବୁ ବିଶ୍ୱବିଦ୍ୟାଳୟରେ ଏକକ ସିଲାବସ୍ ପ୍ରଚଳନ ଲାଗି ନିଷ୍ପତ୍ତି ହୋଇଥିଲା। ମାତ୍ର ପିଜି […]

ୟୁଜି ଓ ପିଜିରେ ଲାଗୁ ହେବନି ଏକକ ସିଲାବସ୍

ug

Advertisment

ଭୁବନେଶ୍ୱର : ୟୁଜି ଓ ପିଜିରେ ଲାଗୁ ହେବନି ଏକକ ସିଲାବସ୍। ଆସନ୍ତା ଶିକ୍ଷା ବର୍ଷରୁ କେବଳ ଯୁକ୍ତ ତିନିରେ ଲାଗୁ ହେବ ଆଦର୍ଶ ବା ମଡେଲ୍ ସିଲାବସ୍। ସେହିପରି ପିଜି କ୍ଷେତ୍ରରେ କମନ୍ ଏଣ୍ଟ୍ରାନ୍ସ ବି ହେବନି।

Advertisment

ଉଚ୍ଚ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବସିଥିବା ବୈଠକରେ ସର୍ବସମ୍ମତି କ୍ରମେ ବଦଳିଛି ନିଷ୍ପତ୍ତି। ୪ମାସ ତଳେ ଯୁକ୍ତ ତିନି ଓ ପିଜି ଲାଗି ସବୁ ବିଶ୍ୱବିଦ୍ୟାଳୟରେ ଏକକ ସିଲାବସ୍ ପ୍ରଚଳନ ଲାଗି ନିଷ୍ପତ୍ତି ହୋଇଥିଲା। ମାତ୍ର ପିଜି କ୍ଷେତ୍ରରେ ଏକକ ସିଲାବସ୍ ଲାଗୁ କରିବା ନିଷ୍ପତ୍ତିକୁ କିଛି ବିଶ୍ୱବିଦ୍ୟାଳୟ ବିରୋଧ କରିବାରୁ ନିଷ୍ପତ୍ତି ବଦଳିଛି।

ରାଜ୍ୟର ୧୧ଟି ବିଶ୍ୱବିଦ୍ୟାଳୟର କୁଳପତି ବୈଠକରେ ଯୋଗ ଦେଇ ଆଦର୍ଶ ସିଲାବସ୍‌କୁ କେବଳ ଯୁକ୍ତ ତିନି କ୍ଷେତ୍ରରେ ଲାଗୁ କରିବା ଲାଗି ସହମତି ହୋଇଛି।

Advertisment

ତେବେ କଣ ଏହି ମଡେଲ୍ ସିଲାବସ୍ ?

ଏହି ସିଲାବସ୍ ଅନୁଯାୟୀ ପ୍ରତି ବିଶ୍ୱବିଦ୍ୟାଳୟ ୯୦ ପ୍ରତିଶତ ପାଠ୍ୟ ଖସଡ଼ାକୁ ଗ୍ରହଣ କରିବାକୁ ବାଧ୍ୟ। ଆଉ ୧୦ ପ୍ରତିଶତ ବିଶ୍ୱବିଦ୍ୟାଳୟ ଗୁଡିକ ଚାହିଁଲେ ନିଜେ ବଦଳାଇପାରିବେ। ଏହାଦ୍ୱାରା ପ୍ରତି ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ଆଗ୍ରହ ଅନୁଯାୟୀ ସିଲାବସ୍ ପ୍ରସ୍ତୁତ ହୋଇପାରିବ ବୋଲି ଆଶା ରଖିଛନ୍ତି କୁଳପତି ମାନେ। ସେହିପରି ଆସନ୍ତା ବର୍ଷରୁ କମନ୍ ଏଣ୍ଟ୍ରାନ୍ସ ଲାଗୁ କରିବାକୁ ଲକ୍ଷ୍ୟ ରହିଛି।

ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ପ୍ରଦାନ ଲାଗି ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଏପରି ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି। ତେବେ ଏହି ମଡେଲ୍ ସିଲାବସ୍‌କୁ କିପରି ବିଶ୍ୱବିଦ୍ୟାଳୟ ଗୁଡିକ ଗ୍ରହଣ କରୁଛନ୍ତି ତା ଉପରେ ନଜର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ