exam
ଭୁବନେଶ୍ୱର: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) , ମ୍ୟାନେଜମେଣ୍ଟ ଆଡମିଶନ ଟେଷ୍ଟ (JIPMAT) ର ମିଳିତ ଇଣ୍ଟିଗ୍ରେଟେଡ୍ ପ୍ରୋଗ୍ରାମ୍ ସମ୍ବନ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ବିଜ୍ଞପ୍ତି ପ୍ରକାଶ କରିଛି । JIPMAT ହେଉଛି ଏକ ଜାତୀୟ ସ୍ତରୀୟ ପ୍ରବେଶିକା ପରୀକ୍ଷା ଯାହାକି ୨୦୨୧-୨୦୨୨ ଶିକ୍ଷାବର୍ଷ ପାଇଁ ଆଇଆଇଏମ୍ ବୋଧ ଗୟା ଏବଂ ଆଇଆଇଏମ୍ ଜମ୍ମୁରେ ମ୍ୟାନେଜମେଣ୍ଟରେ 5 ବର୍ଷର ସମନ୍ୱିତ ପାଠ୍ୟକ୍ରମରେ ଆଡମିଶନ ପାଇଁ ଅନୁଷ୍ଠିତ ହୁଏ ।
ମୁଖ୍ୟ ତାରିଖ, ନିର୍ଦ୍ଦେଶାବଳୀ:
ଅନଲାଇନ୍ ପଞ୍ଜୀକରଣ ଏବଂ JIPMAT-2021 ପାଇଁ ଅନଲାଇନ୍ ଆବେଦନ ଫର୍ମ ଦାଖଲ ସମୟ: ଏପ୍ରିଲ୍ ୧ ରୁ ୨୦୨୧ ରୁ ୩୦ ଏପ୍ରିଲ୍ ୨୦୨୧ ସନ୍ଧ୍ୟା ପାଞ୍ଚଟା (ଅପରାହ୍ନ ୫:୦୦ )ପର୍ଯ୍ୟନ୍ତ ।
SBI / HDFC କ୍ରେଡିଟ୍ କାର୍ଡ / ଡେବିଟ୍ କାର୍ଡ / ନେଟ୍ ବ୍ୟାଙ୍କିଙ୍ଗ୍ ଏବଂ ପେଟିଏମ୍ ପେମେଣ୍ଟ ମୋଡ୍ ରେ ପରୀକ୍ଷା ଫି ଦାଖଲ କରିବାର ଶେଷ ତାରିଖ ହେଉଛି ଏପ୍ରିଲ୍ ୩୦,୨୦୨୧ ।
ଫର୍ମରେ କୌଣସି ତ୍ରୁଟି ଥିଲେ ତାକୁ ଅନଲାଇନ ରେ ସଂଶୋଧନ କରିବାପାଇଁ ଆବେଦନ କରିପାରିବେ ଏଇ ଆବେଦନ ମଇ ୫,୨୦୨୧ ରୁ ମେ ୧୦,୨୦୨୧ ଭିତରେ କରିପାରିବେ ।
JIPMAT-୨୦୨୧ ପାଇଁ ପରୀକ୍ଷା ତାରିଖ: ଜୁନ୍ ୨୦, ୨୦୨୧ ।
ପରୀକ୍ଷା ର ସମୟ ଅବଧି : ୧୫୦ ମିନିଟ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/1_1626945105.jpg)