Advertisment

ସରକାରଙ୍କ ଚିନ୍ତା ବଢାଉଛି ସ୍କୁଲ ଡ୍ରପ୍ ଆଉଟ୍ ହାର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି ସ୍କୁଲ ଡ୍ରପ୍ ଆଉଟ୍ ସଂଖ୍ୟା। ଗତ କିଛି ବର୍ଷ ଧରି ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ଡ୍ରପ୍ ଆଉଟ୍ ସଂଖ୍ୟା ବଢ଼ି ଚାଲିଥିବା ସଦ୍ୟ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ୨୦୧୧-୧୨ମସିହା ଆର୍ଥିକ ବର୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ପ୍ରାଥମିକ ଶ୍ରେଣୀରେ ଡ୍ରପ୍ ଆଉଟ୍ ହାର ଦଶମିକ ୪୩ରୁ ୫ ଦଶମିକ ୮୧ରେ ପହଞ୍ଚିଥିବା ବେଳେ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ଏହି […]

ସରକାରଙ୍କ ଚିନ୍ତା ବଢାଉଛି ସ୍କୁଲ ଡ୍ରପ୍ ଆଉଟ୍ ହାର

sameer

Advertisment

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି ସ୍କୁଲ ଡ୍ରପ୍ ଆଉଟ୍ ସଂଖ୍ୟା। ଗତ କିଛି ବର୍ଷ ଧରି ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ଡ୍ରପ୍ ଆଉଟ୍ ସଂଖ୍ୟା ବଢ଼ି ଚାଲିଥିବା ସଦ୍ୟ ପ୍ରକାଶିତ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Advertisment

୨୦୧୧-୧୨ମସିହା ଆର୍ଥିକ ବର୍ଷରୁ ୨୦୧୭-୧୮ ଆର୍ଥିକ ବର୍ଷ ମଧ୍ୟରେ ପ୍ରାଥମିକ ଶ୍ରେଣୀରେ ଡ୍ରପ୍ ଆଉଟ୍ ହାର ଦଶମିକ ୪୩ରୁ ୫ ଦଶମିକ ୮୧ରେ ପହଞ୍ଚିଥିବା ବେଳେ ଉଚ୍ଚ ପ୍ରାଥମିକ ଶ୍ରେଣୀରେ ଏହି ହାର ୩ ଦଶମିକ ୦୭ରୁ ୫ ଦଶମିକ ୪୫ରେ ପହଞ୍ଚିଛି।

ତେବେ ସରକାରଙ୍କର ଏତେ ସବୁ ଯୋଜନା ସତ୍ତ୍ୱେ ସ୍କୁଲରେ ଛାତ୍ର ଉପସ୍ଥାନ କାହିଁକି କମୁଛି, ସେ ନେଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ।

Advertisment

ସେହିଭଳି ବର୍ଷକୁ ଦୁଇଥର ହେଉଥିବା ଅଭିଭାବକ-ଶିକ୍ଷକ ବୈଠକକୁ ଏଣିକି ଚାରିଥର କରିବା ଲାଗି ବିଭାଗ ନିଷ୍ପତ୍ତି ନେଇଛି। ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ