Advertisment

ପିଲାମାନଙ୍କୁ ସହଜରେ କେମିତି କରାଇବେ ହୋମୱାର୍କ

ପିଲାମାନେ କେମିତି ଭଲ ପାଠ ପଢ଼ିବେ ସେଥିପାଇଁ ପିତାମାତା ସର୍ବଦା ଧ୍ୟାନ ଦେଇଥାନ୍ତି। ସେଥିପାଇଁ ପିଲାମାନେ ସ୍କୁଲରୁ ଫେରିଲା ପରେ ଅଧିକାଂଶ ମାଆ ହିଁ ପିଲାଙ୍କୁ ହୋମ୍‌ୱାର୍କ କରାଇଥାନ୍ତି। ତେବେ ଦେଖାଯାଏ ହୋମୱାର୍କ ନକରିବା ପାଇଁ ପିଲାମାନେ ବିଭିନ୍ନ ପ୍ରକାର ବାହାନା କରିଥାନ୍ତି। କିଛି ଉପାୟ ଅଛି ଯାହାକୁ ଆପଣାଇଲେ ପିଲାମାନଙ୍କର ହୋମୱାର୍କ ସହିତ ବନ୍ଧୁତା ବଢ଼ିଯାଇଥାଏ। କଥା ଦେଇ କଥା ରଖନ୍ତୁ- ଦେଖାଯାଏ ପିଲାମାନଙ୍କଠାରୁ କାମ ଆଦାୟ କରିବା ପାଇଁ ମାଆମାନେ ତାଙ୍କ ପସନ୍ଦ ମୁତାବକ […]

ପିଲାମାନଙ୍କୁ ସହଜରେ କେମିତି କରାଇବେ ହୋମୱାର୍କ

homework

Advertisment

ପିଲାମାନେ କେମିତି ଭଲ ପାଠ ପଢ଼ିବେ ସେଥିପାଇଁ ପିତାମାତା ସର୍ବଦା ଧ୍ୟାନ ଦେଇଥାନ୍ତି। ସେଥିପାଇଁ ପିଲାମାନେ ସ୍କୁଲରୁ ଫେରିଲା ପରେ ଅଧିକାଂଶ ମାଆ ହିଁ ପିଲାଙ୍କୁ ହୋମ୍‌ୱାର୍କ କରାଇଥାନ୍ତି। ତେବେ ଦେଖାଯାଏ ହୋମୱାର୍କ ନକରିବା ପାଇଁ ପିଲାମାନେ ବିଭିନ୍ନ ପ୍ରକାର ବାହାନା କରିଥାନ୍ତି। କିଛି ଉପାୟ ଅଛି ଯାହାକୁ ଆପଣାଇଲେ ପିଲାମାନଙ୍କର ହୋମୱାର୍କ ସହିତ ବନ୍ଧୁତା ବଢ଼ିଯାଇଥାଏ।

Advertisment

କଥା ଦେଇ କଥା ରଖନ୍ତୁ- ଦେଖାଯାଏ ପିଲାମାନଙ୍କଠାରୁ କାମ ଆଦାୟ କରିବା ପାଇଁ ମାଆମାନେ ତାଙ୍କ ପସନ୍ଦ ମୁତାବକ ଜିନିଷ ଦେବା ପାଇଁ ପ୍ରତିଶ୍ରୁତି ଦେଇଥାନ୍ତି। ହେଲେ କାମ ସରିଗଲା ପରେ ଏହାକୁ ସେମାନେ ଭୁଲିଯାଆନ୍ତି। ଯାହାକି ପିଲାମାନଙ୍କର ନିଜ ପିତାମାତାଙ୍କ ପ୍ରତି ଧିରେ ଧିରେ ବିଶ୍ୱାସ କମି କମିଯାଏ। ସବୁବେଳେ ନିଜ ସୁବିଧାକୁ ଗୁରୁତ୍ୱ ନଦେଇ ପିଲାମାନଙ୍କ କଥାକୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ସେଥିପାଇଁ ପିଲାମାନଙ୍କୁ ଦେଇଥିବା କଥାକୁ ପୂରଣ କରିବାକୁ ଚେଷ୍ଟା କରନ୍ତୁ। publive-image

 ହୋମ୍‌ୱାର୍କର ଗୁରୁତ୍ୱ ବୁଝାନ୍ତୁ- ପିଲାମାନଙ୍କୁ ହୋମୱାର୍କର ଗୁରୁତ୍ୱ ବୁଝାଇବା ଜରୁରୀ ହୋଇଥାଏ। ଅନେକ ପିତାମାତା ହୋମୱାର୍କ ନିଜେ କରିଦିଅନ୍ତି। ଏମିତି କରିବା ଅନୁଚିତ। ପିଲାମାନଙ୍କୁ ସେମାନଙ୍କ ଦାୟିତ୍ୱବୋଧ ସମ୍ପର୍କରେ ସଚେତନ କରାଇବା ଆବଶ୍ୟକ। ଧିରେ ଧିରେ ସେମାନଙ୍କର ଠିକ୍‌ ସମୟରେ ହୋମୱାର୍କ ସାରିବାରେ ଅଭ୍ୟାସ ହୋଇଯିବ।

Advertisment

ପଢ଼ିବା ସମୟ ନିର୍ଘଣ୍ଟ କରନ୍ତୁ-ପିଲାମାନଙ୍କ ପଢିବା ସମୟ ନିର୍ଘଣ୍ଟ କରନ୍ତୁ। ସମୟ ହେବାମାତ୍ରେ ପିଲାମାନଙ୍କୁ ପଢ଼ିବାକୁ ଉତ୍ସାହିତ କରନ୍ତୁ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସ୍କୁଲରୁ ହୋମୱାର୍କ ମିଳୁ କି ନମିଳୁ ଡେଲି ରୁଟିନ୍‌ରେ କୌଣସି ପରିବର୍ତ୍ତନ କରାନ୍ତୁ ନାହିଁ। ଅନ୍ୟ ଏକ କଥା ହେଉଛି ପିଲାମାନଙ୍କୁ କାମ ଦେଇ ତାଙ୍କ ପାଖରେ ବସନ୍ତୁ। ଏହି ସମୟରେ ଫୋନ୍‌ରେ କଥା ହୁଅନ୍ତୁ ନାହିଁ। କୌଣସି ବଡ଼ ବିଷୟ ହୋଇଥିଲେ ଆପଣ ପଢ଼ି ପିଲାଙ୍କୁ ଶୁଣାଇବା ସହିତ ତାଙ୍କୁ ବୁଝାଇବାକୁ ଚେଷ୍ଟା କରନ୍ତୁ।

publive-image

ତଥ୍ୟ ଓ ଉଦାହରଣ ଦିଅନ୍ତୁ- ପିଲାମାନଙ୍କୁ ପଢ଼ାଇବା ସମୟରେ କେବଳ ବହି ଉପରେ ନିର୍ଭର କରନ୍ତୁ ନାହିଁ। କୌଣସି ବିଷୟରେ ପଢ଼ାଇବା ସମୟରେ ସେମାନଙ୍କୁ ବହୁତରୁ ବହତୁ ଉଦାହରଣ ଦେବା ପାଇଁ ଭୁଲନ୍ତୁ ନାହିଁ। ଏହା ବ୍ୟତୀତ ସେହି ବିଷୟରେ ୟୁଟ୍ୟୁବ୍‌ରେ ଥିବା ଭିଡିଓକୁ ମଧ୍ୟ ଦେଖାନ୍ତୁ। ତେବେ ୟୁ ଟ୍ୟୁବ୍‌ ବ୍ୟବହାରରେ ସତର୍କତା ଜରୁରୀ। ଆପଣଙ୍କ ଅନୁପସ୍ଥିତିରେ ପିଲାଙ୍କୁ ୟୁଟ୍ୟୁବ୍ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ।

Advertisment

publive-image

ଅଯଥା ଚାପ ପକାନ୍ତୁ ନାହିଁ-ସାଧାରଣତଃ ମାତାପିତାମାନେ ପାଲାମନଙ୍କ ହୋମୱାର୍କ ପାଇଁ ବ୍ୟସ୍ତ ହୋଇପଡ଼ନ୍ତି। ସେମାନଙ୍କ ଉପରେ ଚାପ ପକାଇବାକୁ ବି ପଛାନ୍ତି ନାହିଁ। ହେଲେ ଏହା ଦ୍ୱାରା ପିଲାମନଙ୍କ ମନରେ ଡର ଜନ୍ମ ହୋଇଥାଏ। ଯାହାକି ଆପଣଙ୍କ ସମ୍ପର୍କରେ କୁପ୍ରଭାବ ପକାଇଥାଏ। ସେଥିପାଇଁ ପିଲାମାନଙ୍କ ସହିତ ବନ୍ଧୁ ଭଳି ମିଶିବା ସହିତ ସେମାନଙ୍କୁ ହସ ଖୁସିରେ ପାଠ ପଢ଼ିବାକୁ ଉତ୍ସାହିତ କରନ୍ତୁ। ପିଲାଦିନ ଥରେ ନଷ୍ଟ ହୋଇଗଲେ ପିଲାର ଜୀବନ ନଷ୍ଟ ହେବା ସହ ଆପଣ ବି ପଶ୍ଚାତାପ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ