neet topper
ବଲାଙ୍ଗିର: ବଲାଙ୍ଗିର ଯୁବୋଦୟ କଲେଜର ଯୁକ୍ତ ୨ ଛାତ୍ର ଆଶୁତୋଷ ପଣ୍ଡା NEET ପରୀକ୍ଷାରେ ଓଡ଼ିଶା ଟପ୍ପର ହୋଇଛନ୍ତି। ମୋଟ୍ ୭୨୦ ନମ୍ବରରୁ ୬୮୨ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ଆଶୁତୋଷ ୭୩ ରାଙ୍କ୍ରେ ଅଛନ୍ତି।
ସେହିପରି ଓଡ଼ିଶାର ସଙ୍ଗୀତା ଅଗ୍ରୱାଲ୍ ୬୮୦ ନମ୍ବର ରଖି ସର୍ବଭାରତୀୟ ସ୍ତରରେ ୯୧ ରାଙ୍କ୍ରେ ଅଛନ୍ତିା
ଓଡ଼ିଶାର ୩୨ ହଜାର ୩୭୮ ଜଣ ପିଲା NEET ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯ ହଜାର ୨୪୪ ପିଲା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ରାଜ୍ୟରେ ପାସ୍ ହାର ୫୯.୪୪ ପ୍ରତିଶତ ରହିଛି।
ଗତକାଲି NEET ରେଜଲ୍ଟ ପ୍ରକାଶିତ ହୋଇଥିଲା। ରାଜସ୍ଥାନ ଛାତ୍ର ନଳିନୀ ଖଣ୍ଡେଲୱାଲ୍ ସର୍ବଭାରତୀୟ ଟପ୍ପର ହୋଇଥିବା ବେଳେ ଦିଲ୍ଲୀର ଭାବିକ ବଂଶଲ ୨ୟ ଓ ଉତ୍ତରପ୍ରଦେଶର ଅକ୍ଷତ କୌଶିକ ୩ୟ ଟପ୍ପର ହୋଇଛନ୍ତି। ଛାତ୍ରୀଙ୍କ ମଧ୍ୟରେ ତେଲେଙ୍ଗାନାର ମାଧୁରୀ ରେଡ୍ଡୀ ଟପ୍ପର ହୋଇଛନ୍ତି। ଶ୍ରେଷ୍ଠ ୧୦୦ ମଧ୍ୟରେ ୨୦ ଜଣ ଛାତ୍ରୀ ରହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error753-1_1625940526.jpg)