Orissa-High-Court
କଟକ : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ରବିବାର ତଥା ୨୦ ତାରିଖରେ ହିଁ ହେବ ଆସିଷ୍ଟାଣ୍ଡ ସେକ୍ସନ ଅଫିସର-ଏଏସ୍ଓ ପରୀକ୍ଷା। ପରୀକ୍ଷା ଘୁଞ୍ଚାଇବା ପାଇଁ ଦାଏର ପିଟିସନକୁ ଖାରଜ କରି ପରୀକ୍ଷା ଆଉ ଘୁଞ୍ଚିପାରିବନି ବୋଲି କହିଛନ୍ତି ହାଇକୋର୍ଟ।
ମଝିରେ ମାତ୍ର ଦିନଟିଏ ଥିବାରୁ ପରୀକ୍ଷା ଉପରେ ସ୍ଥଗିତାଦେଶ ଦେବାକୁ ହାଇକୋର୍ଟ ସିଧାସଳଖ ମନାକରିଦେଇଛନ୍ତି। ଗୋଟିଏ ଦିନରେ ଏଏସ୍ଓ ପରୀକ୍ଷା ସହ ଜାତୀୟସ୍ତରର ଆଇବିପିଏସ୍ ମେନ୍ ଏବଂ ଆର୍ଆର୍ବି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ରହିଛି।
ତେଣୁ ରାଜ୍ୟସ୍ତରରେ ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖି ଅନ୍ୟ ଦିନରେ କରିବା ପାଇଁ କେତେକ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଏହି ପରୀକ୍ଷା ଡିସେମ୍ବର ୨୩ରେ ହେବାକୁ ଥିବାବେଳେ କୌଣସି କାରଣବଶତଃ ଏହାକୁ ଜାନୁୟାରୀ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Orissa-High-Court_1626421643.jpg)