Advertisment

ଦ୍ୱିତୀୟ ଜେଇଇ ମେନ୍‌କୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ

ଭୁବନେଶ୍ୱର :  ଦ୍ୱିତୀୟ ଜେଇଇ ମେନ୍ ଲାଗି ଆବେଦନ ଶେଷ ହୋଇଛି। ଆସନ୍ତା ଏପ୍ରିଲ୍‌ରେ ଅନୁଷ୍ଠିତ ହେବ ଜେଇଇ ମେନ୍। ତେବେ ଜାନୁଆରୀରେ ପ୍ରଥମ ଜେଇଇ ମେନ୍ ଦେଇଥିବା ୭୦ ପ୍ରତିଶତ ଛାତ୍ରଛାତ୍ରୀ ପୁଣିଥରେ ଆବେଦନ କରିଛନ୍ତି। ଅର୍ଥାତ ମାତ୍ର ୩୦ ପ୍ରତିଶତ ଦ୍ୱିତୀୟ ସୁଯୋଗ ଲାଗି ମନ ବଳାଇ ନାହାଁନ୍ତି । ନ୍ୟାସ୍‌ନାଲ୍ ଟେଷ୍ଟିଂ ଏଜେନ୍ସି( NTA) ଚଳିତ ବର୍ଷ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିଶନ୍ ଲାଗି ବାର୍ଷିକ ଦୁଇଥର ଜେଇଇ ମେନ୍ କରିବାକୁ ନିଷ୍ପତ୍ତି ନେବା […]

ଦ୍ୱିତୀୟ ଜେଇଇ ମେନ୍‌କୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ

jee

Advertisment

ଭୁବନେଶ୍ୱର :  ଦ୍ୱିତୀୟ ଜେଇଇ ମେନ୍ ଲାଗି ଆବେଦନ ଶେଷ ହୋଇଛି। ଆସନ୍ତା ଏପ୍ରିଲ୍‌ରେ ଅନୁଷ୍ଠିତ ହେବ ଜେଇଇ ମେନ୍। ତେବେ ଜାନୁଆରୀରେ ପ୍ରଥମ ଜେଇଇ ମେନ୍ ଦେଇଥିବା ୭୦ ପ୍ରତିଶତ ଛାତ୍ରଛାତ୍ରୀ ପୁଣିଥରେ ଆବେଦନ କରିଛନ୍ତି। ଅର୍ଥାତ ମାତ୍ର ୩୦ ପ୍ରତିଶତ ଦ୍ୱିତୀୟ ସୁଯୋଗ ଲାଗି ମନ ବଳାଇ ନାହାଁନ୍ତି ।

Advertisment

publive-imageନ୍ୟାସ୍‌ନାଲ୍ ଟେଷ୍ଟିଂ ଏଜେନ୍ସି( NTA) ଚଳିତ ବର୍ଷ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆଡମିଶନ୍ ଲାଗି ବାର୍ଷିକ ଦୁଇଥର ଜେଇଇ ମେନ୍ କରିବାକୁ ନିଷ୍ପତ୍ତି ନେବା ପରେ ଛାତ୍ରଛାତ୍ରୀମାନେ ଏହାର ସୁଯୋଗ ନେବାକୁ ହାତଛଡା କରିନାହାଁନ୍ତି।

ଦୁଇଟି ପରୀକ୍ଷାରୁ ଶ୍ରେଷ୍ଠ ପ୍ରଦର୍ଶନକୁ ଆଧାର କରି ରାଙ୍କ୍ ପ୍ରସ୍ତୁତ କରାଯିବ। ଦୁଇଟି ଜେଇଇ ମେନ୍ ଦ୍ୱାରା ଆଇଆଇଟି, ଏନ୍ଆଇଟି ଭଳି ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ପଢ଼ିବା ପାଇଁ ଛାତ୍ରଛାତ୍ରୀ ଅଧିକ ପରିମାଣରେ ଆବେଦନ କରିଛନ୍ତି।

Advertisment

publive-imageଦ୍ୱିତୀୟ ଜେଇଇ ମେନ୍ ଲାଗି ସାରା ଦେଶରେ ୯ଲକ୍ଷ ୩୪ ହଜାର ଛାତ୍ରଛାତ୍ରୀ ରେଜିଷ୍ଟ୍ରେସନ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୬ଲକ୍ଷ ୬୯ ହଜାର ପ୍ରଥମ ଜେଇଇ ମେନ୍ ଦେଇସାରିଛନ୍ତି।  ୩ ଲକ୍ଷ ୧୪ ହଜାର ନୂଆ ଆବେଦନକାରୀ ଅଛନ୍ତି।

ଦୁଇଟି ଜେଇଇ ମେନ୍ ସରିବା ପରେ ଏନ୍‌ଟିଏ ଚୂଡ଼ାନ୍ତ ମେରିଟ୍ ଲିଷ୍ଟ ପ୍ରକାଶ କରିବ। ଏହି ପ୍ରକ୍ରିୟାକୁ ଓଡିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ ସ୍ୱାଗତ କରିଛି। ତେବେ ବିଶେଷଜ୍ଞଙ୍କ ମତ ହେଲା ଜେଇଇ ଆଡ୍‌ଭାନ୍ସ ବଦଳରେ ଓ୍ୱାନ୍ ନେସନ୍ ଓ୍ୱାନ୍ ଏକ୍‌ଜାମ୍ ଧାରାରେ ଜେଇଇ ମେନ୍‌ରୁ ଆଇଆଇଟି ଓ ଏନ୍ଆଇଟି ଭଳି ସଂସ୍ଥାରେ ଆଡମିଶନ ହେଲେ ସମାନ ସୁଯୋଗ ଛାତ୍ରଛାତ୍ରୀଙ୍କୁ ମିଳିବ।

Advertisment

ଏପଟେ ଆଜିଠାରୁ ରେଜିଷ୍ଟ୍ରେସନ୍ କରିଥିବା ଛାତ୍ରଛାତ୍ରୀମାନେ ଜେଇଇ ମେନ୍ ଡଟ୍ ଏନ୍ଆଇସି ୱେବ୍‌ସାଇଟ୍‌ରେ ନିଜ ଫର୍ମକୁ କରେକ୍ସନ୍ କରିପାରିବେ। ସେହିପରି ଆର୍ଥିକ ଅନଗ୍ରସର କୋଟା ଲାଗି ମଧ୍ୟ ଆଜିଠାରୁ ଅନ୍‌ଲାଇନ୍‌ରେ ଆବେଦନ କରିହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ