air force recruitment
କୋରାପୁଟ : କୋରାପୁଟରେ ଚାଲିଛି ରାଜ୍ୟସ୍ତରୀୟ ବାୟୁସେନା ନିଯୁକ୍ତି ମେଳା । କୋରାପୁଟ ଷ୍ଟାଡିୟମରେ ଆୟୋଜିତ ଏହି ମେଗା ନିଯୁକ୍ତି ମେଳା ୨ଟି ପର୍ଯ୍ୟାୟରେ କରାଯାଉଛି। ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାର ବହୁ ଆଶାୟୀ ପ୍ରାର୍ଥୀ ଅଂଶଗ୍ରହଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ଭଦ୍ରକ, ଜଗତସିଂହପୁର, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, କଟକ, ନୟାଗଡ଼, ଖୋର୍ଦ୍ଧା, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ସୁବର୍ଣ୍ଣପୁର, ବଲାଙ୍ଗିର, ସୁନ୍ଦରଗଡ଼ ଆଦି ୧୫ଟି ଜିଲ୍ଲାର ୪୫୦ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରୁ ୧୬୯ ଜଣ ଲିଖିତ ପରୀକ୍ଷା ଲାଗି ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିପରି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ଆସନ୍ତା ୧୮ ଓ ୧୯ ତାରିଖରେ ହେବ। ଏଥିରେ ଅବଶିଷ୍ଟ ୧୫ଟି ଜିଲ୍ଲା ଢେଙ୍କାନାଳ, ଗଜପତି,ଗଞ୍ଜାମ, କନ୍ଧମାଳ, କେନ୍ଦ୍ରାପଡ଼ା, କଳାହାଣ୍ଡି, ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର, କୋରାପୁଟ, ପୁରୀ, ଦେବଗଡ଼, ରାୟଗଡ଼ା, ସମ୍ବଲପୁର ଜିଲ୍ଲା ଆଶାୟୀ ପ୍ରାର୍ଥୀ ପରୀକ୍ଷା ଦେବେ। ଏଥିରେ ଯୋଗ୍ୟ ବିବେଚିତ ହୋଇଥିବା ଯୁବକମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ନିମନ୍ତେ ଭୁବନେଶ୍ୱର ପଠାଯିବ।
ଏନେଇ ସୂଚନା ଦେଇଛନ୍ତି କୋରାପୁଟ କର୍ମ ନିୟୋଜନ ଅଧିକାରୀ କାହ୍ନୁଚରଣ ବେହେରା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/air-force-recruitment_1626682129.jpg)