ojee
ନୂଆଦିଲ୍ଲୀ/ଭୁବନେଶ୍ୱର: ଜେଇଇ ମେନ୍ର ୨୦୧୯ର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ୨୪ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଶହେ ଏନ୍ଟିଏ ସ୍କୋର ହାସଲ କରିଛନ୍ତି। ଚଳିତ ବର୍ଷ କମନ୍ ରାଙ୍କ ଲିଷ୍ଟରେ କଟ୍ ଅଫ୍ ମାର୍କ ୮୯.୭୫ ପ୍ରତିଶତ ଥିବା ବେଳେ ଆର୍ଥିକ ଦୁର୍ବଳ ଶ୍ରେଣୀ ବର୍ଗରେ ୭୮.୨୧ ପ୍ରତିଶତ, ଓବିସି ବର୍ଗରେ ୭୪.୩୧ ପ୍ରତିଶତ, ଏସ୍ସି ବର୍ଗରେ ୫୪.୦୧ ପ୍ରତିଶତ ଏବଂ ଏସ୍ଟି ବର୍ଗରେ ୪୪.୩୩ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି।
ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଛାତ୍ର ପ୍ରତୀକ୍ ଚୌଧୁରୀ ୯୯.୯୯ ପର୍ସେଣ୍ଟାଇଲ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି। ସେ ସର୍ବଭାରତୀୟ ସ୍ତରରେ ୨୬ ତମ ସ୍ଥାନ ହାସଲ କରିଛନ୍ତ॥
ଚଳିତ ବର୍ଷ ପ୍ରଥମ ଥର ପାଇଁ ୨ଟି ପର୍ଯ୍ୟାୟରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଜାନୁଆରୀରେ ପ୍ରାୟ ୬ ଲକ୍ଷରୁ ଅଧିକ ଓ ଏପ୍ରିଲରେ ପ୍ରାୟ ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ। ତେବେ ଯେଉଁଥିରେ ଭଲ ସ୍କୋର ହୋଇଥିବ ତାହା ଗ୍ରହଣ କରାଯିବ। ୨ ଲକ୍ଷ ୨୪ ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ୍ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଆସନ୍ତା ମେ’ ୩ ତାରିଖରୁ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନେ ନିଜର ନାମ ପଞ୍ଜୀକରଣ କରିପାରିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ojee-11_1625929381.jpg)