+2 exam
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ। ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପ୍ରସ୍ତୁତି। ଏବର୍ଷ ୩ ଲକ୍ଷ ୬୯ ହଜାର ୫୩୭ଜଣ ଛାତ୍ରଛାତ୍ରୀ ୧ହଜାର ୯୧ଟି ପରୀକ୍ଷା ସେଣ୍ଟରରେ ପରୀକ୍ଷା ଦେବେ।
ଏଥିପାଇଁ ୨୦୨ଟି ଏଗ୍ଜାମିନେସନ ମ୍ୟାନେଜମେଣ୍ଟ ହବ୍ କରାଯାଇଛି। ମାଟ୍ରିକ୍ ପରୀକ୍ଷା ଭଳି ପ୍ରଶ୍ନପତ୍ର ଯେପରି ଭାଇରାଲ୍ ନହୁଏ, ସେଥିପାଇଁ ତ୍ରି-ସ୍ତରୀୟ ସ୍କ୍ୱାର୍ଡ ଓ ପର୍ଯ୍ୟାପ୍ତ ଅବଜର୍ଭର ନିଯୁକ୍ତ ହେବେ। ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍, ସ୍ମାର୍ଟ ୱାଚ୍ ଏବଂ କାଲ୍କୁଲେଟର ନେବା ଉପରେ ବ୍ୟାନ୍ କରାଯାଇଛି।
ସିସିଟିଭି ନଜରରେ ରହିବ ପୁରା ପରୀକ୍ଷା କେନ୍ଦ୍ର। ସକାଳ ସାଢ଼େ ୯ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ କଡ଼ା ସୁରକ୍ଷାରେ ପହଞ୍ଚିବ ପ୍ରଶ୍ନପତ୍ର। ମାଓ ଅଞ୍ଚଳରେ ମଧ୍ୟ ପରୀକ୍ଷା ପରିଚାଳନାକୁ ମଧ୍ୟ ଫୋକସ ରଖିଛି ବିଭାଗ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/2-exam_1626430618.jpg)