Advertisment

Youth Stabbed to Death: ପାଟିତୁଣ୍ଡ ପରେ ଯୁବକଙ୍କୁ ଛୁରୀ ଭୁଶିଦେଲେ, ଅଭିଯୁକ୍ତ ଛୁ’

ତ୍ରିବେଣୀ ମହୋତ୍ସବର ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ହତ୍ୟାକାଣ୍ଡ। ନାଥସାହିର ୧୮ ବର୍ଷ ବୟସର ଲିପୁନା ନାଥ ନାମକ ଯୁବକକୁ ଛୁରୀରେ ଭୁଶି ହତ୍ୟା କରିଛି ସେହି ଗାଁର ଯୁବକ ମିଥୁନ ନାଥ। ହତ୍ୟାକାଣ୍ଡ ଘଟାଇ ମିଥୁନ ଫେରାର ହୋଇଯାଇଛି।

Murder

Murder Photograph: (OTV)

Advertisment

ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ଭାପୁର ନାଥସାହିରେ ଯୁବକଙ୍କୁ ହତ୍ୟା। ଗାଁର ଜଣେ ଯୁବକଙ୍କ ସହ ବଚସାରୁ ହତ୍ୟା ଅଭିଯୋଗ। 
ତ୍ରିବେଣୀ ମହୋତ୍ସବର ଦ୍ୱିତୀୟ ଦିନ କାର୍ଯ୍ୟକ୍ରମ ଚାଲୁଥିବା ବେଳେ ଘଟିଛି ଏହି ହତ୍ୟାକାଣ୍ଡ।

Advertisment

ନାଥସାହିର ୧୮ ବର୍ଷ ବୟସର ଲିପୁନା ନାଥ ନାମକ ଯୁବକକୁ ଛୁରୀରେ ଭୁଶି ହତ୍ୟା କରିଛି ସେହି ଗାଁର ଯୁବକ ମିଥୁନ ନାଥ। ହତ୍ୟାକାଣ୍ଡ ଘଟାଇ ମିଥୁନ ଫେରାର ହୋଇଯାଇଛି। ବାଲିପାଟଣା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଅଭିଯୁକ୍ତ ପରିବାରକୁ ଉଠାଇ ନେଇ ଥାନାରେ ଅଟକ ରଖିଛି। 

ଅଭିଯୁକ୍ତ ନାମରେ ପୂର୍ବରୁ ଅନେକ ଅଭିଯୋଗ ଥିବା ସହ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଗ୍ରାମବାସୀଙ୍କୁ ଧମକ ଚମକ୍ ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ମୃତ ଲିପୁନା ଉମେଶ ନାଥଙ୍କ ଏକ ମାତ୍ର ପୁଅ ଥିଲେ।

Advertisment

ଆହତ ଯୁବକଙ୍କୁ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଇଛି।

Murder Bhubaneswar Niali
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ