Advertisment

Wedding Turned to Mourning: ବାହାଘରର ଦୁଇ ଦିନ ପୂର୍ବରୁ ଯୁବତୀଙ୍କୁ ହତ୍ୟା, ଏକତରଫା ପ୍ରେମରୁ…

ଶିଖା ସପନା କୁଲୁ ଶୁକ୍ରବାର ସନ୍ଧ୍ୟାରେ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ପ୍ରାୟ ଏକ ଘଣ୍ଟା ପରେ ପରିବାର ଲୋକଙ୍କୁ ଫୋନ୍ ଆସିଥିଲା ଯେ, ଗୋବିରା ଗୀର୍ଜାଟୋଲା ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଖା ପଡିଛନ୍ତି।

MURDER

MURDER Photograph: (OTV)

Advertisment

ଏକ ତରଫା ପ୍ରେମରୁ ବୀଭତ୍ସ ହତ୍ୟା। ବିବାହର ୨ ଦିନ ପୂର୍ବରୁ ଯୁବତୀଙ୍କୁ ଛୁରୀଭୁସି ହତ୍ୟା। ଅଭିଯୋଗ ପରେ ଗିରଫ ହେଲା ଅଭିଯୁକ୍ତ । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଅଧିନସ୍ଥ କୁଆଁରମୁଣ୍ଡା ପାଣ୍ଡି ଅନ୍ତର୍ଗତ ଗୋବିରା ଗିର୍ଜାଟୋଲା ବସ୍ତିରେ ଘଟିଛି ଏଭଳି ଘଟଣା।

Advertisment

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର

ସୂଚନା ଅନୁସାରେ , ଗୋବିରା ଗ୍ରାମ ସିମ୍ବେରଟୋଲା ବସ୍ତିର ଶିଖା ସପନା କୁଲୁ ଶୁକ୍ରବାର ସନ୍ଧ୍ୟାରେ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ। ପ୍ରାୟ ଏକ ଘଣ୍ଟା ପରେ ପରିବାର ଲୋକଙ୍କୁ ଫୋନ୍ ଆସିଥିଲା ଯେ, ଗୋବିରା ଗୀର୍ଜାଟୋଲା ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଖା ପଡିଛନ୍ତି।

ଖବର ପାଇ ପରିବାର ଲୋକ ଘଟଣା ସ୍ଥଳରେ ପହଞ୍ଚି ଶିଖାଙ୍କୁ ଚିକିତ୍ସା ପାଇଁ କୁଆଁରମୁଣ୍ଡା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଇଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Advertisment

ଏକତରଫା ପ୍ରେମ... 

ଏ ନେଇ ପରିବାର ପକ୍ଷରୁ ବୀରମିତ୍ରପୁର ଥାନାରେ ହତ୍ୟା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଶିଖାଙ୍କର ଚଳିତ ମାସ ୧୨ ତାରିଖ ଦିନ ବିବାହ ହେବାର ଥିଲା। କିନ୍ତୁ ବିଶ୍ରା ଥାନା କାରକାଟାର ଗ୍ରାମର ମୁକେଶ କୁଲୁ ତାଙ୍କ ବିବାହକୁ ନେଇ ଆପତ୍ତି କରିଥିଲେ । ତେଣୁ ପରିବାର ବର୍ଗଙ୍କ ଅଭିଯୋଗ ଯେ, ମୁକେଶ ହିଁ ଛୁରୀ ଭୁସି ଶିଖାଙ୍କୁ ହତ୍ୟା କରିଛି। ଏତଲା ମୁତାବକ ପୁଲିସ ମୁକେଶକୁ ଗିରଫ କରିଛି ।

ଅପର ପକ୍ଷରେ ଘଟଣା ସ୍ଥଳରେ ପୁଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା ଆରମ୍ଭ କରିଛି । ଏହା ଏକତରଫା ପ୍ରେମଜନିତ ହତ୍ୟାକାଣ୍ଡ ହୋଇଥିବା ପୋଲିସ ସୂଚନା ଦେଇଛି। 

Advertisment

ସୁନ୍ଦରଗଡ଼ରେ ନୃଶଂସ ହତ୍ୟାକାଣ୍ଡ
ରକ୍ତରେ ଜୁଡୁବୁଡୁ ଅବସ୍ଥାରେ ମିଳିଲା ଯୁବତୀଙ୍କ ଦେହ
ବିବାହକୁ ବିରୋଧ ପରେ ହତ୍ୟା ସନ୍ଦେହ 
ଯୁବତୀ ହତ୍ୟା ଘଟଣାରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ
ହସଖୁସିର ବିବାହ ଘରେ ଶୋକ

Murder One Sided Love
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ