Advertisment

Love Beyond Death: ପ୍ରେମିକର ଶବକୁ ବାହା ହେଲା ପ୍ରେମିକା, ଲଗାଇଲା ସିନ୍ଦୁର...ପିନ୍ଧିଲା ମଙ୍ଗଳସୂତ୍ର

ପ୍ରକୃତ ପ୍ରେମ ଆଗରେ ସବୁକିଛି ଫିକା ପଡିଯାଏ। ସେ ତା ଜୀବନସାଥୀ ସହ ବଞ୍ଚିବାକୁ ଚାହେଁ ଆଉ ମରିବାକୁ ବି। ଯଦି କେହି ବାଧା ସୃଷ୍ଟି କରେ, ସେ ଏପରି କାମ କରିବସେ ଯେ ଯାହା ତାକୁ କେଦାର-ଗୌରୀ, ହିର-ରାଞ୍ଝା, ଲୈଲା-ମଜନୁଙ୍କ ପରି ଅମର ପ୍ରେମ କାହାଣୀ ତାଲିକାରେ ସାମିଲ କରିଦିଏ।

Aanchal-Saksham-Love-Story

Aanchal-Saksham-Love-Story Photograph: (OTV)

Advertisment

ପ୍ରକୃତ ପ୍ରେମ ଆଗରେ ସବୁକିଛି ଫିକା ପଡିଯାଏ। ସେ ତା ଜୀବନସାଥୀ ସହ ବଞ୍ଚିବାକୁ ଚାହେଁ ଆଉ ମରିବାକୁ ବି। ଯଦି କେହି ବାଧା ସୃଷ୍ଟି କରେ, ସେ ଏପରି କାମ କରିବସେ ଯେ ଯାହା ତାକୁ କେଦାର-ଗୌରୀ, ହିର-ରାଞ୍ଝା, ଲୈଲା-ମଜନୁଙ୍କ ପରି ଅମର ପ୍ରେମ କାହାଣୀ ତାଲିକାରେ ସାମିଲ କରିଦିଏ। ବର୍ତ୍ତମାନ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଜଣେ ଯୁବତୀ ତା’ ପ୍ରେମିକର ମୃତଦେହକୁ ବିବାହ କରିଛି।

Advertisment

ଯେତେବେଳେ ପ୍ରେମିକା ଜଣଙ୍କ ଜାଣିବାକୁ ପାଇଥିଲା ଯେ ତା’ ପ୍ରେମିକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି, ସେ ଅନ୍ତିମ ସଂସ୍କାର ପୂର୍ବରୁ ତାଙ୍କ ଘରେ ପହଞ୍ଚିଯାଇଥିଲା। ସେ ଶବ ପାଖରେ ବସି ଦେହରେ ହଳଦୀ ଲଗାଇବା ସହ ସିନ୍ଥିରେ ସିନ୍ଦୁର ଆଉ ବେକରେ ମଙ୍ଗଳସୂତ୍ର ପକାଇ ବିବାହ କରିଛି। ଖାଲି ଏତିକି ନୁହେଁ ସେ ନିଜ ପ୍ରେମିକର ଘରେ ସବୁଦିନ ପାଇଁ ରହିବାକୁ ନିଷ୍ପତ୍ତି ମଧ୍ୟ ନେଇଛି।

ରିପୋର୍ଟ ଅନୁସାରେ ଆଞ୍ଚଲ ନାମକ ଜଣେ ଯୁବତୀ ସକ୍ଷମ ତାଟେ ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ ଆଉ ବିବାହ କରିବାକୁ ଯାଉଥିଲେ। କିନ୍ତୁ, ସକ୍ଷମ ଅଲଗା ଜାତିର ହୋଇଥିବାରୁ ଆଞ୍ଚଲଙ୍କ ପରିବାର ଏହି ସମ୍ପର୍କକୁ ଗ୍ରହଣ କରି ନଥିଲେ। ଫଳରେ ଆଞ୍ଚଲଙ୍କ ବାପା ଏବଂ ଭାଇ ମିଶି ସକ୍ଷମଙ୍କୁ ହତ୍ୟା କରିଛନ୍ତି। ସେମାନେ ପ୍ରଥମେ ତାଙ୍କୁ ନିର୍ମମ ଭାବରେ ପିଟିଥିଲେ ଆଉ ତା'ପରେ ମୁଣ୍ଡକୁ ଗୁଳି କରିବା ସହ ପଥରରେ ଛେଚି ଫଟେଇଦେଇଛନ୍ତି।

Advertisment

ତେବେ ସକ୍ଷମଙ୍କ ହତ୍ୟା ପରେ ତାଙ୍କ ଶବକୁ ବିବାହ କରିଥିବା ଆଞ୍ଚଲ କହିଛନ୍ତି, "ଆମର ପ୍ରେମ ଜିତିଗଲା, ମୃତ୍ୟୁ ପରେ ବି ସେ ଜିତିଗଲେ। ମୋ ବାପା ଏବଂ ଭାଇ ହାରିଗଲେ।" ବର୍ତ୍ତମାନ ସକ୍ଷମଙ୍କ ହତ୍ୟାକାରୀଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି ଆଞ୍ଚଲ। ଏଭଳି ଏକ ମର୍ମନ୍ତୁଦ ଘଟଣା ମହାରାଷ୍ଟ୍ରର ନାନ୍ଦେଡ଼ ଜିଲ୍ଲାରୁ ଆସିବା ପରେ ଚାରିଆଡେ ଚର୍ଚ୍ଚାର ବିଷୟ ହୋଇଛି। ଏହି ମାମଲାରେ ପୋଲିସ ବିଭିନ୍ନ ଧାରା ଅନୁଯାୟୀ ୬ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ