Advertisment

No Clues Yet in Pitabas Murder Case: ବ୍ରହ୍ମପୁର ଓକିଲ ପୀତବାସଙ୍କ ହତ୍ୟାକାରୀ ଗଲେ କୁଆଡ଼େ ? ୪ ଦିନ ପରେ ପୋଲିସ ହାତ ଶୂନ

ସମୟ ଗଡୁଛି, ସସପେନ୍ସ ବଢୁଛି। ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ କିଏ ଓ କାହିଁକି ହତ୍ୟା କଲା, ୪ ଦିନ ପରେ ବି ସାମ୍ନାକୁ ଆସୁନି ସତ। ଯାହାକୁ ନେଇ ଉଦବେଗ ପ୍ରକାଶ କରିଥିବା ପୀତବାସଙ୍କ ପୁଅ, ହତ୍ୟାକାରୀଙ୍କୁ ଆଜୀବନ ସଜା ହେଉ କି ଫାଶୀ ହେଉ, କିନ୍ତୁ ତୁରନ୍ତ ଧରାଯାଉ ବୋଲି ଦାବି କରିଛନ୍ତି।

PITABAS_MURDER

PITABAS_MURDER Photograph: (OTV)

Advertisment

ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ କିଏ ଓ କାହିଁକି ହତ୍ୟା କଲା, ୪ ଦିନ ପରେ ବି ସାମ୍ନାକୁ ଆସୁନି ସତ। ଯାହାକୁ ନେଇ ଉଦବେଗ ପ୍ରକାଶ କରିଥିବା ପୀତବାସଙ୍କ ପୁଅ, ହତ୍ୟାକାରୀଙ୍କୁ ଆଜୀବନ ସଜା ହେଉ କି ଫାଶୀ ହେଉ, କିନ୍ତୁ ତୁରନ୍ତ ସେମାନଙ୍କୁ ଧରାଯାଉ ବୋଲି ଦାବି କରିଛନ୍ତି। କେବଳ ପୀତବାସଙ୍କ ପୁଅ ନୁହଁନ୍ତି, ସହରବାସୀ ବି ହତ୍ୟାକାରୀଙ୍କ ପତ୍ତା ନମିଳିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।...

Advertisment

ବାପା ଯିବାର ୪ ଦିନ ହୋଇଗଲାଣି...ଘର ଭିତରେ ଦେଖିଲା ଦେଖିଲା ଭଳି ଲାଗୁଥିବ...କାନରେ ଏବେ ବି ନିଶ୍ଚୟ ଶୁଭୁଥିବ ବାପାଙ୍କ ସେହି ସ୍ନେହ ବୋଳା କଥା ‘ପପୁରେ ଖାଇଲୁଣୁ କି’...ପପୁ ତୁ କ’ଣ କରୁଛୁ...ପପୁ ଭଲ ମଣିଷଟିଏ ଆଗ ହ। କାରଣ ସେ ଚାହୁଁଥିଲେ ପପୁ ବି ଓକିଲଟିଏ ହେଉ...। ଆଜି ବାପାଙ୍କ ସେହି କଥା ଭାବି ଭାବି ଲୁହରେ ବତୁରିଗଲାଣି ୨୩ ବର୍ଷୀୟ ପପୁଙ୍କ ଆଖି। ସରକାର ତଥା ପ୍ରଶାସନକୁ କେବଳ ଗୁହାରୀ କରିଛନ୍ତି, ତାଙ୍କ ବାପାଙ୍କ ହତ୍ୟାକାରୀକୁ ଫାଶୀ ହେଉ କି ଆଜୀବନ କାରାଦଣ୍ଡ...କିନ୍ତୁ ଜଲଦି ଧରାଯାଉ।

ବ୍ରହ୍ମପୁରର ନିହତ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ୨୩ ବର୍ଷୀୟ ପୁଅ ସୌରଭ ପଣ୍ଡା, ଡାକ ନାଁ ପପୁ। ଆଇନ ପାଠ୍ୟକ୍ରମ ସାରି ବାପାଙ୍କୁ ସାହାଯ୍ୟ କରୁଥିଲେ ବୃତ୍ତିରେ। ଏହି ଚାମ୍ବରରେ ଅଳିଅଳ ପୁଅ ସହ ବସି କାମ କରୁଥିଲେ ପୀତବାସ। କହିଛନ୍ତି, ଘର ପାଖ ହୋଟେଲରୁ ଖାଇବା ଧରି ଆସୁଥିଲେ ବାପା। ଘରେ ସମସ୍ତେ ଅପେକ୍ଷା ବି କରିଥିଲେ। କିନ୍ତୁ ତାଙ୍କୁ ଗୁଳି କରି ହତ୍ୟା କରାଯିବାର ୪ ଦିନ ହୋଇଗଲାଣି। ହେଲେ ଅଜାତ ଶତ୍ରୁ ଥିବା ତାଙ୍କ ବାପାଙ୍କୁ କିଏ ଓ କାହିଁକି ହତ୍ୟା କଲେ ? ବାପ ଛେଉଣ୍ଡ ପୁଅ ମନରେ କ୍ରୋଧ ଆସୁଛି, ଶୋକାତୁର ପୁଅ ନ୍ୟାୟ ଚାହିଁଛନ୍ତି। 

Advertisment

ପୀତବାସ ହତ୍ୟା ମାମଲାର ଯେତିକି ସମୟ ଗଡୁଛି, ଯେତିକି ସସ୍ପେନ୍ସ ବଢୁଛି। କିଏ ସେହି ଧଳାସାର୍ଟ ଓ ହେଲମେଟ୍ ପିନ୍ଧା ଦୁଇ ଦୁର୍ବୃତ୍ତ ? ପତ୍ତା ପାଇନି ପୋଲିସ। ଆଶଙ୍କା କରାଯାଉଛି, ସାର୍ପ ସୁଟର୍ ସୁପାରୀ କିଲର ଦେଶୀ ବନ୍ଧୁକରେ ପୀତବାସଙ୍କ ପ୍ରାଣ ନେଇଛନ୍ତି। ହେଲେ କୁଆଡ଼େ ଖସି ପଳାଇଲେ ମଣିଷ ମାରି ? ୪ ଦିନ ପରେ ବି ତଥ୍ୟ ଶୂନ୍। ବରିଷ୍ଠ ଅଧିକାରୀଙ୍କୁ ନେଇ ଗଠିତ ୬ଟି ଟିମ୍ ସହର ଭିତରେ ଓ ବାହାରେ ଛାନଭିନ୍ ଚଳାଇଛନ୍ତି।

ସାଦା ପୋଷାକରେ ବୁଲି ବୁଲି କୁଆଡ଼େ ତଥ୍ୟ ସଂଗ୍ରହ କରୁଛନ୍ତି। ୫୦ରୁ ଅଧିକ ସିସିଟିଭି ଫୁଟେଜକୁ ଧରି ଯାଞ୍ଚ କରୁଛନ୍ତି। ତା’ଭିତରୁ ଏ ହେଉଛି ଅନ୍ୟତମ ସିସିଟିଭି। ପୀତବାସଙ୍କ ଚାମ୍ବର ଥିବା SNT ରୋଡ୍ ଛକର ଏହି ସିସିଟିଭି ଯଦି ସଚଳ, ତା’ହେଲେ ଦୁର୍ବୃତ୍ତ ମାନେ ହତ୍ୟା ପୂର୍ବରୁ ପୀତବାସଙ୍କ ପିଛା କରିଥିବାର ଦୃଶ୍ୟ କଏଦ୍ ହୋଇଥିବ ନିଶ୍ଚୟ। କୁହାଯାଉଛି, ହତ୍ୟାକାରୀ ମାନେ ବ୍ରହ୍ମପୁର ବାହାରର। ଅର୍ଥାତ ହତ୍ୟା ପରେ ସୀମା ପାର୍ ହୋଇଯାଇଥିବେ।

Advertisment

ସେ ଯାହା ବି ହେଉ, ସହର ଭିତରେ ରାସ୍ତା ମଝିରେ ଜଣେ ବରିଷ୍ଠ ଓକିଲ ତଥା ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିବାର ୪ ଦିନ ପରେ ବି ନା ଦୁର୍ବୃତ୍ତ ଧରାପଡ଼ିଛନ୍ତି ନା ହତ୍ୟାର ରହସ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ସହରବାସୀ ଏବଂ ପୀତବାସଙ୍କ ବନ୍ଧୁ। 

ହତ୍ୟାର ପ୍ରମାଣ ମିଳିଛି, କିନ୍ତୁ ହତ୍ୟାକାରୀ କିଏ ? କାହିଁକି ଖୁଲାସା କରିପାରୁନି ପୋଲିସ ? ଅଭିଜ୍ଞ ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଧରି ଛଅ ଛଅଟି ଟିମ୍ ଗଠନ କରାଯାଇଥିଲେ ବି କେଉଁଠି ରହୁଛି ସମସ୍ୟା ? ମଝି ରାସ୍ତାରେ ମଣିଷ ମାରି ଖସିଯାଇଥିବା ଦୁର୍ବୃତ୍ତ ବ୍ରହ୍ମପୁର ଭିତରେ ଅଛନ୍ତି ନା ହୋଇଗଲେଣି ସୀମାପାର୍ ?

ସିସିଟିଭିରୁ ଯଦି ପ୍ରମାଣ ମିଳୁଛି, ତେବେ ଠାବ କରିବାରେ କି ଚିହ୍ନଟ କରିବାରେ ଅସୁବିଧା କ’ଣ ? ଏଭଳି ପ୍ରଶ୍ନ ଭିତରେ ବ୍ରହ୍ମପୁର ଅତିରିକ୍ତ ଏସପି ସୀମା ସ୍ବାଇଁଙ୍କୁ ଅନ୍ୟତ୍ର ବଦଳି କରି ଅଭିଜ୍ଞ ଆଲୋକ ଜେନାଙ୍କ ନିଯୁକ୍ତିକୁ ନେଇ ବଢ଼ିଛି ଚର୍ଚ୍ଚା। ହେଲେ ଅପେକ୍ଷା, କେବେ ଧରାପଡୁଛନ୍ତି ଦୁର୍ବୃତ୍ତ ଓ କେବେ ଉନ୍ମୋଚନ ହେଉଛି ମାମଲା। 

Murder Berhampur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ