Advertisment

YouTuber Stabs Twin Sister | ନିଜ ଘରେ ରକ୍ତର ନଦୀ ବୁହାଇଲା ୟୁଟ୍ୟୁବର

ନିଜ ଘରେ ରକ୍ତର ନଦୀ ବୁହାଇଲା ୟୁଟ୍ୟୁବର। ଯାଆଁଳା ଭଉଣୀ ଶରୀରରେ ୪୦ ଥର ଭୁସିଲା ଛୁରୀ। ଅଫିସରୁ ଡାକିଆଣି ମାଆଙ୍କ ଜୀବନ ନେବାକୁ କରିଲା ଚେଷ୍ଟା। ଲୋମଟାଙ୍କୁରି ଦେଉଛି ଏହି ଖବର ।

Bareilly-Murder-Case-Voshota
Advertisment

ନିଜ ଘରେ ରକ୍ତର ନଦୀ ବୁହାଇଲା ୟୁଟ୍ୟୁବର। ଯାଆଁଳା ଭଉଣୀ ଶରୀରରେ ୪୦ ଥର ଭୁସିଲା ଛୁରୀ। ଅଫିସରୁ ଡାକିଆଣି ମାଆଙ୍କ ଜୀବନ ନେବାକୁ କରିଲା ଚେଷ୍ଟା। ଲୋମଟାଙ୍କୁରି ଦେଉଛି ଉତ୍ତର ପ୍ରଦେଶର ମୁରାଦାବାଦ ଜିଲ୍ଲାରୁ ଆସିଥିବା ଏହି ଖବର। ହୋଲି ପାଳନ କରିବାକୁ ଆସି ନିଜ ପରିବାର ରକ୍ତରେ ରଙ୍ଗ ଖେଳିଛି ଏହି ସଇତାନ ଯୁବକ। ଆଉ ନିଜ ଯମଜ ଭଉଣୀର ଜୀବନ ନେବା ସହ ନିଜ ମାଙ୍କୁ ସବୁଦିନ ପାଇଁ ଶେଷ କରିଦେବାକୁ ରଚିଛି ପ୍ଲାନ୍। 

Advertisment


ରିପୋର୍ଟ ମୁତାବକ, ଅଭିଯୁକ୍ତ ୨୫ ବର୍ଷୀୟ ହାର୍ଦ୍ଦିକ ନିଜ ଇଞ୍ଜିନିୟରିଂ ଡିଗ୍ରୀ ସମାପ୍ତ କରିବା ପରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। କିନ୍ତୁ ପ୍ରାୟ ଏକ ବର୍ଷ ପୂର୍ବରୁ ସେ ଚାକିରି ଛାଡି ଜଣେ YouTuber ହୋଇଗଲେ। ତାଙ୍କ ଯମଜ ଭଉଣୀ ୨୫ ବର୍ଷିୟା ହିମଶିଖା ଗୁରୁଗ୍ରାମର ଏକ IT କମ୍ପାନୀରେ ଆସିଷ୍ଟାଣ୍ଟ ମ୍ୟାନେଜର ଥିଲେ। ଦୁହେଁ ଏକାଠି ରହୁଥିଲେ। ତେବେ ମାର୍ଚ୍ଚ ୩ ତାରିଖରେ ଦୁଇ ଭାଇଭଉଣୀ ହୋଲି ପାଳନ କରିବାକୁ ଘର ମୋରାଦାବାଦକୁ ଆସିଥିଲେ। ୬ ତାରିଖ ଦିନ ସେମାନଙ୍କୁ ଫେରିବାର ଥିଲା। ହେଲେ ସେଦିନ ହିଁ ଭାଇଭଉଣୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ବିବାଦ। ଆଉ କ୍ରୋଧିତ ହୋଇ ହାର୍ଦ୍ଦିକ ରୋଷେଇ ଘରରୁ ଏକ ଛୁରୀ ଉଠାଇ ହିମଶିଖାଙ୍କୁ ଆକ୍ରମଣ କରି ତାଙ୍କ ଜୀବନ ନେଇଯାଇଥିଲେ। ହିମଶିଖାଙ୍କ ବେକ, ମୁହଁ, ପିଠି ଏବଂ ପେଟରେ 40 ରୁ ଅଧିକ କ୍ଷତ ସୃଷ୍ଟି ହୋଇଥିଲା । 


ହିମଶିଖାଙ୍କ ଜୀବନ ନେବା ପରେ ଅଟକିନଥିଲେ ହାର୍ଦ୍ଦିକ। ମା' ନୀଳିମାଙ୍କୁ ଅଫିସରୁ ଘରକୁ ଡାକି ତାଙ୍କୁ ମଧ୍ୟ ଛୁରିରେ ଆକ୍ରମଣ କରିଥିଲା। ତେବେ ପଡ଼ୋଶୀଙ୍କ ହୋହାଲ୍ଲା ଶୁଣି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ ପୋଲିସ। ହେଲେ ପୋଲିସ ଦ୍ୱାରା ତାଙ୍କୁ ଗିରଫ କରାଯାଇଥିଲା। ଆହତ ନୀଳିମାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ତଦନ୍ତ ହିସାବରେ, ହାର୍ଦ୍ଦିକ ଜଣେ ଝିଅକୁ ବିବାହ କରିବାକୁ ଚାହୁଁଥିଲେ, ଯେଉଥିରେ ତାଙ୍କ ମା' ଏବଂ ଭଉଣୀ ରାଜି ନଥିଲେ। ଯାହାଫଳରେ ରାଗରେ ହାର୍ଦ୍ଦିକ ସେମାନଙ୍କୁ ମାରିଦେବାକୁ ପ୍ଲାନ କରିଥିଲେ। ଏବେ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି ।          

 

Advertisment

Crime Murder Indian YouTuber YouTube
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ