Advertisment

Viral Video: ପ୍ରଥମେ ଫ୍ଲାଇଂ କିସ୍ , ପରେ ଜୋରଜବରଦସ୍ତ ଚୁମ୍ବନ...ସୀମା ଡେଇଁଲେ ଯୁବକ

ଜଣେ ସୁନା ବ୍ୟବସାୟୀ ପୁଅ ପ୍ରଥମେ ଯୁବତୀଙ୍କୁ ଏକ ଫ୍ଲାଇଂ କିସ୍ ଦେଉଛନ୍ତି, ତା’ପରେ ତାଙ୍କ ପାଖକୁ ଆସି ତାଙ୍କୁ ଆଲିଙ୍ଗନ କରୁଛନ୍ତି। ଏହା ପରେ ସେ ତାଙ୍କୁ ଜୋରଜବରଦସ୍ତ ଚୁମ୍ବନ ମଧ୍ୟ ଦେଉଛନ୍ତି।

Viral-Video-Forcing-Kisses

Viral-Video-Forcing-Kisses Photograph: (OTV)

Advertisment

ଲଜ୍ଜାର ସୀମା ଡେଇଁଲେ ଯୁବକ । ପ୍ରଥମେ Flying Kiss । ତା’ପରେ ପାଖକୁ ଯାଇ କଲେ ଆଲିଙ୍ଗନ । ଜୋରଜବରଦସ୍ତ ଦେଲେ ଚୁମ୍ବନ । ଏଭଳି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଯାହା ଯୁବ ସମାଜର କଳଙ୍କିତ ଅଧ୍ୟାୟକୁ ପଦାରେ ପକାଇଛି।

Advertisment

ଏହି ଭାଇରାଲ ଭିଡିଓ ଅନୁଯାୟୀ, ଜଣେ ସୁନା ବ୍ୟବସାୟୀ ପୁଅ ପ୍ରଥମେ ଯୁବତୀଙ୍କୁ ଏକ ଫ୍ଲାଇଂ କିସ୍ ଦେଉଛନ୍ତି, ତା’ପରେ ତାଙ୍କ ପାଖକୁ ଆସି ତାଙ୍କୁ ଆଲିଙ୍ଗନ କରୁଛନ୍ତି। ଏହା ପରେ ସେ ତାଙ୍କୁ ଜୋରଜବରଦସ୍ତ ଚୁମ୍ବନ ମଧ୍ୟ ଦେଉଛନ୍ତି। ଏହି ଭିଡିଓ ଭାଇରାଲ ହେବା ମାତ୍ରେ ପୋଲିସ ଆକ୍ସନ୍ ମୁଡ୍‌କୁ ଆସିଛି ଆଉ ଯୁବତୀଙ୍କ ଅଭିଯୋଗ ପରେ ବ୍ୟବସାୟୀଙ୍କ ପୁଅକୁ ଗିରଫ କରିଛି।

ଏହି ପୂରା ଘଟଣାଟି ଉତ୍ତର ପ୍ରଦେଶ ଝାନ୍ସୀ ଜିଲ୍ଲାର ନାବାଦ ପୋଲିସ ଷ୍ଟେସନ ଅଞ୍ଚଳର ଆଲ୍ଲାହାବାଦ ବେଞ୍ଚ ସ୍କୋୟାରରେ ଥିବା ଏକ ରେଷ୍ଟୁରାଣ୍ଟରେ ଘଟିଛି। ଭିଡିଓରେ ଦେଖାଯାଉଛି ଯେ ସୁନା ବ୍ୟବସାୟୀଙ୍କ ପୁଅ ରିସେପ୍ସନ ଡେସ୍କରେ ଥିବା ଜଣେ ଯୁବତୀଙ୍କ ସହ କଥାବାର୍ତ୍ତା କରୁଛନ୍ତି।

Advertisment

ଅନ୍ୟ ଦୁଇଜଣ ଝିଅ ମଧ୍ୟ ସେଠାରେ ଅଛନ୍ତି। ଯୁବକ ଜଣକ ପ୍ରଥମେ ଝିଅଟିକୁ ଏକ ଫ୍ଲାଇଂ କିସ୍ ଦେଉଛନ୍ତି ଆଉ ଲିଫ୍ଟ ଆଡକୁ ଯାଉଛନ୍ତି। କିନ୍ତୁ ସେ ହଠାତ୍ ଯୁବତୀଙ୍କ ପାଖକୁ ଫେରି ଆସି ତାଙ୍କୁ ଆଲିଙ୍ଗନ କରୁଛନ୍ତି, ଆଉ ତା'ପରେ ତାଙ୍କ ଗାଲରେ ଚୁମ୍ବନ ଦେଉଛନ୍ତି।

ପାଖରେ ଠିଆ ହୋଇଥିବା ଅନ୍ୟ ଦୁଇ ଝିଅ ଯୁବକଙ୍କ ଏଭଳି କାମ ଦେଖି ହସୁଥିବା ଦେଖାଯାଏ। ସମଗ୍ର ଘଟଣାଟି ରେଷ୍ଟୁରାଣ୍ଟରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ସିସିଟିଭି ଫୁଟେଜକୁ ଦୃଷ୍ଟିରେ ରଖି ପୋଲିସ ବ୍ୟବସାୟୀଙ୍କ ପୁଅକୁ ଗିରଫ କରିଛି। ସୂଚନା ଅନୁଯାୟୀ, ବ୍ୟବସାୟୀଙ୍କ ପୁଅର ନାମ ଅମନ ଅଗ୍ରୱାଲ ବୋଲି ଜଣାପଡିଛି।

Advertisment

ଯୁବକଙ୍କ ହଠାତ୍ ଏପରି ବ୍ୟବହାର ଦେଖି ରିସେପ୍ସନିଷ୍ଟ ପ୍ରଥମେ ବିଚଳିତ ହୋଇଯାଇଥିଲେ। ପରେ, ସେ ଅନ୍ୟ କର୍ମଚାରୀମାନଙ୍କୁ ଜଣାଇବାରୁ ପୋଲିସରେ ଅଭିଯୋଗ ହୋଇଥିଲା। ଅଭିଯୋଗରେ ଯୁବକ ଜଣଙ୍କ ମଦ୍ୟପାନ କରି ଏଭଳି କାଣ୍ଡ କରିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ