Advertisment

Shocking Mob Rule: କଙ୍ଗାରୁ କୋର୍ଟରେ ଝିଅକୁ ନିର୍ଯାତନା, ବିଷ ପିଇ ପ୍ରାଣ ହରାଇଲେ ବୃଦ୍ଧ

ତଥାପି ରାଗ ଶାନ୍ତ ହୋଇନଥିଲା ବେଳେ ଝିଅର ବାପାକୁ ଡାକି ଖରାପ ବ୍ୟବହାର କରି ଅପମାନିତ କରିଥିଲେ। ପରେ ଏକ ଲକ୍ଷ ଟଙ୍କା ଜୋରିମାନା କରିବା ସହିତ ନଗଦ ୧୦ ହଜାର ଟଙ୍କା ନେବା ପରେ ତାଙ୍କୁ ଉତ୍ତ୍ୟକ୍ତ ମହିଳା ଛାଡ଼ିଥିଲେ ।

Kangaroo Court

Kangaroo Court Photograph: (OTV)

Advertisment

ଭଦ୍ରକ ଜିଲ୍ଲା ଚାନ୍ଦବାଲି ଵାଂଶଡା ଥାନା ଅଧୀନସ୍ଥ ଚଡଦିଆ ପଞ୍ଚାୟତରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ। କଙ୍ଗାରୁ କୋର୍ଟ ନିର୍ଯାତନା ସହି ନ ପାରି ଜଣେ ବୃଦ୍ଧ ଆତ୍ମହତ୍ୟା କରିଛନ୍ତି l ଆତ୍ମହତ୍ୟା କରିଥବା ବୃଦ୍ଧ ହେଉଛନ୍ତି ଚରଦିଆ ପଞ୍ଚାୟତର ଲମ୍ବୋଧର ତରେଇ। ଗାଁରେ ଚୋରା ମଦ ବିକ୍ରି ଅଭିଯୋଗରେ ଚରଦିଆ ପଞ୍ଚାୟତରେ ମହିଳା ଗୋଷ୍ଠୀ ଓ କିଛି ଯୁବକ ଆଇନ ହାତକୁ ନେଇ ଲମ୍ବୋଧର ତରେଇଙ୍କ ଝିଅଙ୍କ ଘର ଭିତରେ ପଶି ଆକ୍ରମଣ କରିବା ସହ ଘରଦ୍ୱାର ଭଙ୍ଗାରୁଜା କରିଥିଲେ । 

Advertisment

କଙ୍ଗାରୁ କୋର୍ଟରେ ଜୋରିମାନା

ସେତିକିରେ ମହିଳା ଗୋଷ୍ଠୀଙ୍କ ରାଗ ଶାନ୍ତ ପଡି ନ ଥିଲା, ପରେ ସେମାନେ ଝିଅଙ୍କୁ ମାଡ ମାରି ଗାଁ ଦାଣ୍ଡରେ ଚଲେଇ ଚଲେଇ ନେବା ସହିତ ଚରଦିଆ ଵଜାରରେ ଶତାଧିକ ଲୋକଙ୍କ ସମ୍ମୁଖରେ ଗାଳିଗୁଲଜ କରିଥିଲେ। ତଥାପି ରାଗ ଶାନ୍ତ ହୋଇନଥିଲା ବେଳେ ଝିଅର ବାପାକୁ ଡାକି ଖରାପ ବ୍ୟବହାର କରି ଅପମାନିତ କରିଥିଲେ।

ପରେ ଏକ ଲକ୍ଷ ଟଙ୍କା ଜୋରିମାନା କରିବା ସହିତ ନଗଦ ୧୦ ହଜାର ଟଙ୍କା ନେବା ପରେ ତାଙ୍କୁ ଉତ୍ତ୍ୟକ୍ତ ମହିଳା ଛାଡ଼ି ଥିବା ଵାଂଶଡା ଥାନାରେ ଅଭିଯୋଗ ହୋଇଛି l 

Advertisment

ତେବେ ଏହି ଘଟଣାରେ ତାଙ୍କ ବାପା  ମାନସିକ ଭାରସାମ୍ୟ ହରାଇ ରାତ୍ରୀରେ ବିଷ ପାନ କରିଥିଲେ ବୋଲି ଅଭିଯୋଗ ହୋଇଛି । ପରିବାର ଲୋକେ ବୃଦ୍ଧଙ୍କୁ ଉଦ୍ଧାର କରି ଚାନ୍ଦବାଲି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା l ଏହି ଘଟଣାରେ ମୃତକଙ୍କ ପରିବାର ପକ୍ଷରୁ ବାଂଶଡା ଥାନାରେ ଅଭିଯୋଗ ପରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି l

Bhadrak Kangaroo Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ