Advertisment

Crorepati Officer Busted: ଦିନକରେ ଖୋଲିଲା ୨ କୋଟିପତି ବାବୁଙ୍କ ଗୁମର, ଶାଶୁଘରେ ବାବୁଙ୍କ କ୍ୟାସ ଦେଖି ଭିଜିଲାନ୍ସ ଟେରା

ବାରଙ୍ଗର ଅତିରିକ୍ତ ତହସିଲଦାର ଏବଂ ହାଟଡିହି PEOଙ୍କ କାହାଣୀ। ଏମାନେ କଳାପାହାଡ଼ ସାଜି କେମିତି ଖୋଳ କରି ବନିଯାଇଥିଲେ ଜଣେ ଜଣେ କୁବେର। ଯାହାଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ କରିଛି।

VIGILLANCE

VIGILLANCE Photograph: (OTV)

Advertisment

ପଦବୀ ଯାହା ଥାଉ, ଦରମା ଯେତିକି ମିଳୁ। ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ପରବାୟ ନାହିଁ। ଆଜି ଆମେ ବାରଙ୍ଗର ଅତିରିକ୍ତ ତହସିଲଦାର ଏବଂ ହାଟଡିହି PEOଙ୍କ କାହାଣୀ କଥା କହୁଛୁ। ଏମାନେ କଳାପାହାଡ଼ ସାଜି କେମିତି ଖୋଳ କରି ବନିଯାଇଥିଲେ ଜଣେ ଜଣେ କୁବେର। ଯାହାଙ୍କ ଉପରେ ଭିଜିଲାନ୍ସ ଚଢ଼ାଉ କରିଛି। ଆଉ ଏହାର ଉଦାହରଣ ଦେଇ, ନବ ନିଯୁକ୍ତ ପ୍ରଶାସନିକ ଅଧିକାରୀଙ୍କୁ ସିଏମ୍ ମୋହନ ଚେତାଇବା ସହ କହିଛନ୍ତି, କେବେ ଏମିତି ସମ୍ପତ୍ତି ରଖନି, କି ଦିନେ ଟିଭିରେ ବାହାରିବ। କାରଣ ଭିଜିଲାନ୍ସ ତତ୍ପର ରହିଛି।...

Advertisment

ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ଅଲଗା ଅନ୍ଦାଜରେ ଭିଜିଲାନ୍ସର ନବବର୍ଷ ଶୁଭେଚ୍ଛା। ଜାଲରେ ପଡ଼ିଲେ ୨ କୋଟିପତି ସରକାରୀ ବାବୁ। ଉଭୟଙ୍କ ନାଁ ଯେମିତି ସମାନ, କଳାକାରନାମା ବି ସମାନ। କଟକ ବାରଙ୍ଗ ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡା, ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ PEO ଜିତେନ୍ଦ୍ର କୁମାର ଜେନା। ପଦବୀ ଛୋଟ ମୋଟ ସିନା, ଉଭୟଙ୍କ ସମ୍ପତ୍ତି କୁବେର ଠାରୁ କମ୍ ନୁହଁ।...

ସିକ୍ରେଟ୍ ଚାମ୍ବରରୁ... 

ଜିତେନ୍ଦ୍ର ପଣ୍ଡାଙ୍କ ସମ୍ପୂର୍ଣ୍ଣ କେଳେଙ୍କାରୀ ଜାଣନ୍ତୁ । ଖଟ ଉପରେ ଭିଜିଲାନ୍ସ କର୍ମଚାରୀ ବିଛାଇଦେଇଥିଲେ ତାଙ୍କ ଘରୁ ବାହାରିଥିବା ପୁଳା ପୁଳା ନୋଟ୍ । ନଗଦ ପୂରା ୭୫ ଲକ୍ଷ ଟଙ୍କା। ଯେଉଁ ଟଙ୍କା ମିଳିଛି ବଡ଼ଗଡ଼ ବ୍ରିଟ୍ କଲୋନୀ ସ୍ଥିତ ତାଙ୍କ ଶାଶୁଙ୍କ ଘରେ ଥିବା ଏକ ସିକ୍ରେଟ୍ ଚାମ୍ବରରୁ। ଯାହାକୁ ଗଣିବା ପାଇଁ ବାରମ୍ବାର ବଦଳାଯାଇଥିଲା ମେସିନ୍। ଜିତେନ୍ଦ୍ର ରହୁଥିବା ସେହି ବଡ଼ଗଡ଼ର ଗୋପାଳୁଣୀନଗର ସ୍ଥିତ ଘରୁ ବି ମିଳିଛି ନଗଦ ୬ ଲକ୍ଷ ୨୦ ହଜାର ଟଙ୍କା। ଏଭଳି ୮୧ ଲକ୍ଷରୁ ଅଧିକ ନଗଦ ଟଙ୍କାକୁ ଦେଖି ଭିଜିଲାନସ୍ ଟେରା। 

Advertisment

କୋଠାବାଡ଼ି ବି କିଛି କମ୍ ନୁହଁ। ବଡ଼ଗଡ଼ରେ ୨ଟି ଲେଖାଏଁ ୩ ମହଲା କୋଠା, ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ୨ ମହଲା କୋଠା ମିଳିଛି। କେବଳ ଏତିକି ନୁହେଁ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ୪ଟି ଦାମୀ ପ୍ଲଟ ସହ ଉତ୍ତରା ଛକରେ ରହିଛି 2BHK FLAT। ଏବେ ସୁଦ୍ଧା ବ୍ୟାଙ୍କ ଲକର୍, ବ୍ୟାଙ୍କ ଓ ପୋଷ୍ଟାଲ୍ ଡିପୋଜିଟ୍ ର ହିସାବ ଜାରି ରହିଥିବାବେଳେ ଗୋଟିଏ ସୌଖୀନ କାର୍ ସହ ୪ଟି ୪ ଚକିଆ ଯାନ ପାଇଛି ଭିଜିଲାନ୍ସ। 

ନିର୍ମାଣାଧିନ ମାର୍କେଟ କଂପ୍ଲେକ୍ସ ପାଇଛି ଭିଜିଲାନ୍ସ ଟିମ୍

ଏବେ ଜାଣନ୍ତୁ ହାଟଡିହି PEO ଜିତେନ୍ଦ୍ର ଜେନାଙ୍କ କେଳେଙ୍କାରୀର ପ୍ରମାଣ ଉପରେ। ଠାବ ହୋଇଛି ବାବୁଙ୍କ ଦୁଇ ତାଲା ମାର୍କେଟ କଂପ୍ଲେକ୍ସ, ଯେଉଁଠି ରହିଛି ଇଲେକଟ୍ରୋନିକ୍ସ ସୋ’ରୁମ୍ ସହ ଅନ୍ୟ ଦୋକାନ୍। ଆଉ ଏକ ନିର୍ମାଣାଧିନ ମାର୍କେଟ କଂପ୍ଲେକ୍ସ ବି ପାଇଛି ଭିଜିଲାନ୍ସ ଟିମ୍। କେବଳ ଏତିକି ନୁହେଁ, କେନ୍ଦୁଝର ବିରଞ୍ଚିପୁରରେ ୩ ମହଲା କୋଠା, ବିଦ୍ୟାଧରପୁରରେ ଇଲେକ୍ରୋନିକ୍ସ ସୋ’ରୁମ, ୬ଟି ଦାମୀ ପ୍ଲଟ୍ ସହ ବହୁ ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି। 

Advertisment

ଉଭୟ ଜିତେନ୍ଦ୍ର ଛୋଟମୋଟ ପଦରେ ଥାଇ କେମିତି ଏତେ ସମ୍ପତ୍ତିର ହେଲେ ମାଲିକ ? ଏକଥା ସତ ଯେ, ଜିତେନ୍ଦ୍ର ଥିଲେ ଅତିରିକ୍ତ ତହସିଲଦାର। ତା’ପୁଣି କଟକ-ଭୁବନେଶ୍ବର ମଝି ବାରଙ୍ଗରେ। ଯେଉଁଠି ଗଢ଼ି ଉଠୁଛି ଦ୍ୱୈତନଗରୀର ଆଉ ଏକ ନୂଆ ଠିକଣା। ଏହି ମଉକା ଭିତରେ ସେ ମାରିନାହାଁନ୍ତି ତ ଚଉକା ?

ସେହିପରି ୨୨ଶହ ଟଙ୍କାରେ ପଞ୍ଚାୟତ ସେକ୍ରେଟାରୀରୁ ଚାକିରି ଆରମ୍ଭ କରିଥିବା PEO ଜିତେନ୍ଦ୍ର ବାବୁ ୩୦ ବର୍ଷ ଧରି ଗାଦି ମାଡ଼ି କେମିତି ହେଲେ କୋଟିପତି ? ସେ ବି ପଞ୍ଚାୟତକୁ ଖୋଳ କରିନାହାଁନ୍ତି ତ ? ଉଭୟ ୨ ଜିତେନ୍ଦ୍ରଙ୍କ ପଛରେ କେଉଁ ବଡ଼ ବଡ଼ିଆଙ୍କ ରହିଛି କି ଆଶୀର୍ବାଦ ? ଏଭଳି ପ୍ରଶ୍ନ ଭିତରେ ନବନିଯୁକ୍ତ ପ୍ରଶାସନିକ ଅଧିକାରୀଙ୍କୁ ସତର୍କ କରାଇଛନ୍ତି ସିଏମ୍ ମୋହନ ମାଝୀ।

ଅତିରିକ୍ତ ତହସିଲଦାର ଜିତେନ୍ଦ୍ରଙ୍କ କଥା ଉଠାଇ ପରାମର୍ଶ ଦେଇଛନ୍ତି, ଦୁର୍ନୀତିରୁ ଦୂରେଇ ରୁହ। କେବେ ଏମିତି ସମ୍ପତ୍ତି ରଖନି କି ଟିଭିରେ ବାହାରିବ। କାରଣ ଭିଜିଲାନ୍ସ ବିଭାଗ ଏବେ ତତ୍ପର ରହିଛି।
୨୦୨୪ ଜୁନରୁ ୨୦୨୫ ଅକ୍ଟୋବର। ୯୦ କ୍ଲାସ୍ ୱାନ୍ ଅଫିସରଙ୍କୁ ବାନ୍ଧିସାରିଲାଣି ଭିଜିଲାନ୍ସ। ଏବେ ବି ବର୍ଷ ବର୍ଷର ଗାଦି ମଡ଼ା ଦୁର୍ନୀତିଗ୍ରସ୍ତ ବାବୁଙ୍କ ଠିକଣା ଜାଗାରେ ମୋହନ ସରକାରଙ୍କ ପ୍ରହାର ଜାରି ରହିଛି। ତେଣୁ ଆଗକୁ କାହା ପାଳି, ତାକୁ ଅପେକ୍ଷା।... 

Vigilance
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ