V-DAY-BAR Photograph: (OTV)
ଭାଲେଣ୍ଟାଇନ୍ ଡେ'ରେ ନାଇଟ୍ ପାର୍ଟି
ରାତିଅଧରେ ମତୁଆଲା ଯୁବକ-ଯୁବତୀ
ଜନପଥରେ ନିୟମର ଉଡ଼ାଇଲେ ଧଜିଆ
ଅବକାରୀ ବିଭାଗକୁ ବାର ମାଲିକଙ୍କ ନାଲିଆଖି
ଚଢ଼ାଉ ବେଳେ ଧକ୍କା ମାରିଲେ ବାର ବାଉନସର
ଷ୍ଟ୍ରାଇକିଂ ଟିମକୁ ମରଣାନ୍ତକ ଆକ୍ରମଣ
ପ୍ରେମର ପର୍ବ ଭାଲେଣ୍ଟାଇନ୍ସ ଡେ’ରେ ରାଜଧାନୀରେ ଏମିତି କିଛି ଦୃଶ୍ୟ ସାମନାକୁ ଆସିଥିଲା। ସେଲିବ୍ରେସନ୍ ନାଁରେ ଉତୁରିଥିଲେ ଅମାନିଆ। ପ୍ରେମର ନିଶା ସାଙ୍ଗକୁ ଆହୁରି ଚଢ଼ିଥିଲା ମଦ ନିଶା। ବାରରେ ରାତି ତମାମ ମସଗୁଲ୍ ହୋଇ ନିୟମକାନୁନ ଓ ବ୍ୟବସ୍ଥାକୁ ଜଳାଞ୍ଜଳି ଦେଇଥିଲେ। OD O2 ବାର୍। ରାତି ସାଢେ ୨ଟା ଯାଏଁ ଡିଜେ ସାଙ୍ଗକୁ ମଦ ଓ ଡ୍ୟାନ୍ସ ଆସର ଚାଲିଥିଲା।
ମତୁଆଲା ହୋଇ ନାଚୁଥିଲେ ସମସ୍ତେ। ହାର୍ଟ ଅଫ୍ ଦି ସିଟି କୁହାଯାଉଥିବା ଖାରବେଳନଗର ଥାନାଠାରୁ ମାତ୍ର ୨ ଶହ ମିଟର ଦୂରରେ ଏହି ବାରରେ ଆଇନକାନୁନ ଆଖିରେ ଆଙ୍ଗୁଠି ଗେଞ୍ଜି ଏମିତି ଚାଲିଥିଲା ଭାଲେଣ୍ଟାଇନ୍ ଡେ ସେଲିବ୍ରେସନ୍।
ଖବର ପାଇ ଅବକାରୀ ବିଭାଗ ପହଞ୍ଚିବା ପରେ ଷ୍ଟ୍ରାଇକିଂ ଟିମର ବାଟ ଓଗାଳିବାକୁ ବଳ ଲଗାଇଥିଲେ ବାର୍ କର୍ତ୍ତୃପକ୍ଷ। ଡିଜେ ବନ୍ଦ କରିବା ବଦଳରେ ପାଲଟା ଅବକାରୀ ବିଭାଗ ଅଫିସରଙ୍କୁ ଆକ୍ରମଣ କରିଥିଲେ। ...
ଏମାନଙ୍କ ନିଶା ଏତେ ଉପରକୁ ଚଢ଼ିଥିଲା ଯେ ଅବକାରୀ ସୁପରିଟେଣ୍ଡେଣ୍ଟଙ୍କୁ ବି ଦୁର୍ବ୍ୟବହାର କରିବାକୁ ପଛାଇ ନଥିଲେ। Who r u ବୋଲି ପ୍ରଶ୍ନ କରିବା ସହ ପୋଲିସ ଉପସ୍ଥିତିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ବାଉନସର ବି ନିଜ ସୀମା ଭୁଲି ବାହୁ ବଳ ଦେଖାଇଥିଲେ। ଖାରବେଳନଗର ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ବାର ମ୍ୟାନେଜର ଅବିନାଶ ସାହୁଙ୍କୁ ଅଟକ ରଖିଛି। ଅସ୍ଥାୟୀ ଭାବେ ସିଲ କରାଯାଇଛି ବାର। ଲାଇସେନ୍ସ ରଦ୍ଦ ପାଇଁ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ସିସିଟିଭି ହାର୍ଡଡିସ୍କ ମଧ୍ୟ ଜବତ କରାଯାଇଥିବା କହିଛନ୍ତି ଅବକାରୀ ସୁପରିଟେଣ୍ଡେଣ୍ଟ। ...
ନିୟମକାନୁନ ଭିତରେ ହେଉ ସେଲିବ୍ରେସନ। କିନ୍ତୁ ପାଶ୍ଚାତ୍ୟ ସଂସ୍କୃତି ଅନୁକରଣରେ ଅନ୍ଧ ହୋଇ କିଛି ବାର ମାଲିକ ଓ ଯୁବପିଢ଼ି ଭୁଲି ଯାଉଛନ୍ତି ନିଜ ସୀମାରେଖା। ୱିକେଣ୍ଡରେ ରାଜଧାନୀରେ ଏମିତି କିଛି ବାର ଓ ପବ୍ ନିୟମର ଖୋଲାଖୋଲି ଧଜିଆ ଉଡ଼ାଉଛନ୍ତି। ପୋଲିସ ଓ ଅବକାରୀ ବିଭାଗକୁ ବେଖାତିର୍ କରି ରାତି ତମାମ ଚାଲୁଛି ବାର୍। ଆଗକୁ ଜୋରଦାର ଧରପଗଡ଼ ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରିଛି ଅବକାରୀ ବିଭାଗ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/15/v-day-bar-2026-02-15-20-18-57.jpg)