Advertisment

Hope Fades with Time: ୨ ମାସ ହେଲା ନିଖୋଜ ଝିଅର ମିଳୁନି ପତ୍ତା , ବାପାମା’ଙ୍କ ଆଖିରୁ ଲୁହ ଶୁଖୁନି

ଝିଅ ବଞ୍ଚିଛି ବୋଲି ଆଉ ଭରସା ବି ପାଉନି ବାପାମାଆଙ୍କର । ଉଠାଇ ନେଇଛି ଡେଲିଭରୀ ବୟ । ଝିଅ  କଲେଜରେ ପଢ଼ୁଥିଲା । ଚାକିରି କଲେ ଦୁଃଖ ଦୂର ହେବ ବୋଲି ଭାବିଥିଲେ ଗରିବ ବାପାମା’ । ହେଲେ ଦୁଇ ମାସ ହେଲା ଝିଅର ପତ୍ତା ମିଳୁନି ।

KIDNAP

KIDNAP Photograph: (OTV)

Advertisment

ଝିଅ ବଞ୍ଚିଛି ବୋଲି ଆଉ ଭରସା ବି ପାଉନି ବାପାମାଆଙ୍କର । ଉଠାଇ ନେଇଛି ଡେଲିଭରୀ ବୟ । ଝିଅ  କଲେଜରେ ପଢ଼ୁଥିଲା । ଚାକିରି କଲେ ଦୁଃଖ ଦୂର ହେବ ବୋଲି ଭାବିଥିଲେ ଗରିବ ବାପାମା’ । ହେଲେ ଦୁଇ ମାସ ହେଲା ଝିଅର ପତ୍ତା ମିଳୁନି। ନା ଖୋଜଖବର ମିଳୁଛି ନା କଲ୍ ଆସୁଛି। ବଞ୍ଚିଥିବା ବେଳେ ଝିଅକୁ ଖୋଜୁନି ପୋଲିସ୍, ମରିବା ପରେ ଡେଡବଡ଼ି ଧରାଇବ ବୋଲି କହି ବାହୁନି ହେଉଛି ହତଭାଗିନୀ ମା’ ।

Advertisment


ଏମିତି ଏକ ସାଂଘାତିକ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରୁ । ୨ ମାସରୁ ଉର୍ଦ୍ଧ୍ବ ସମୟ ହେଲାଣି, ଜଣେ ନାବାଳିକା ଝିଅର ଅପହରଣ ଘଟଣାରେ ଅଭିଯୁକ୍ତର ଟେର ପାଉନି ଚାନ୍ଦବାଲି ପୋଲିସ।  ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିବା ଜଣେ ଡେଲିଭରି ବୟ ସହିତ କିଛି ଯୁବକ ଗାଁ ମୁଣ୍ଡରୁ ନାବାଳିକାକୁ ଅପହରଣ କରି ଗାଁରୁ ଉଠାଇ ନେଇ ଯାଇଥିବା ବାପା ଚାନ୍ଦବାଲି ଥାନାରେ ଅଭିଯୋଗ କରିଛନ୍ତି।

ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ

ଝିଅକୁ ଠାବ କରିବାକୁ ପୋଲିସ ଏ ଯାବତ ୭ ହଜାର ଟଙ୍କା ନେଇ ସାରିଥିଲେ ବି ଝିଅର ଖୋଜ ଖବର ମିଳୁ ନ ଥିବା ଅଭିଯୋଗ ହୋଇଛି।ନାବାଳିକାଙ୍କ ବାପାମା’ ଥାନା ସମ୍ମୁଖରେ ଧାରଣାରେ ବସିଥିବା ବେଳେ  ଝିଅକୁ ଖୋଜି ନ ଆଣିଲେ ପେଟ୍ରୋଲ ଢାଳି ଜୀବନ ହାରିବାକୁ ଚେତାବନୀ ଦେଇଛନ୍ତି । ଏହି ଘଟଣାରେ ପୋଲିସର ପ୍ରତିକ୍ରିୟା ମିଳି ପାରିନଥିବା ବେଳେ କେବେ ଘରକୁ ଫେରିବ ଝିଅ ତାକୁ ଚାହିଁ ରହିଛନ୍ତି ପରିବାର ଲୋକେ ।

Advertisment

ଏ ସମ୍ପର୍କରେ ବାରମ୍ବାର ଚାନ୍ଦବାଲି ଥାନାକୁ ଆସିବା ସହିତ ଭଦ୍ରକ ଏସପିଙ୍କ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ଅପହୃତ ନାବାଳିକା ଝିଅର ବାପା ଏବଂ ମାଆଙ୍କୁ ନ୍ୟାୟ  ମିଳିନାହିଁ । ପୋଲିସ କାହା ଚାପରେ ଚୁପ୍ ବସିଛି ବୋଲି ପ୍ରଶ୍ନ  କରିଛନ୍ତି ପରିବାର ଲୋକେ। ଏହି ଘଟଣାରେ ଚାନ୍ଦବାଲି ପୋଲିସ ଏକ କେସ୍ ରୁଜୁ କରିଛି ।

ପୋଲିସ ଅପହରଣକାରୀଙ୍କ ବିରୋଧରେ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏ ସମ୍ପର୍କରେ ଚାନ୍ଦବାଲି ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। 

Advertisment

Delivery Boy Kidnap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ