Advertisment

Brahmapur police arrest Uma Bishoyi: ପୀତବାସ ପଣ୍ଡା ହତ୍ୟା ମାମଲାରେ ସୁପାରି ଡିଲର ଗିରଫ, ଉମା ବିଷୋୟୀକୁ ବାନ୍ଧିଲା ବ୍ରହ୍ମପୁର ପୋଲିସ

ସୁପାରି ଡିଲର୍ ଉମା ବିଷୋୟୀ ଗିରଫ। ବହୁଚର୍ଚ୍ଚିତ ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଉମାକୁ ଗିରଫ କରାଯାଇଛି । ସେ ଶାର୍ପସୁଟରଙ୍କ ସହ ଯୋଗାଯୋଗ କରି ସୁପାରି ଡିଲ୍ କରିଥିଲା ବୋଲି କହିଛି ପୋଲିସ ।

Uma Bishoyi

Uma Bishoyi Photograph: (OTV)

Advertisment

ସୁପାରି ଡିଲର୍ ଉମା ବିଷୋୟୀ ଗିରଫ। ବହୁଚର୍ଚ୍ଚିତ ବ୍ରହ୍ମପୁରର ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାରେ ଉମାକୁ ଗିରଫ କରାଯାଇଛି । ସେ ଶାର୍ପସୁଟରଙ୍କ ସହ ଯୋଗାଯୋଗ କରି ସୁପାରି ଡିଲ୍ କରିଥିଲା ବୋଲି କହିଛି ପୋଲିସ । ସେ ସୁପାରି ଡିଲର ଥିଲା । ଉମାକୁ ବାନ୍ଧିଛି ବ୍ରହ୍ମପୁର ପୋଲିସ। ଏହି ସମ୍ୱେଦନଶୀଳ ହତ୍ୟା ମାମଲାରେ ଜଣକ ପରେ ଜଣକୁ ଗିରଫ କରିବାରେ ଲାଗିଛି ପୋଲିସ । 

Advertisment

ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଏବେ ବି ଛାନଭିନ୍ ଚଳାଇଛି ବ୍ରହ୍ମପୁର ପୋଲିସ। ମାମଲାରେ ଆଉ ଜଣେ ଅଭିଯୁକ୍ତ ଏ ଯାଏଁ ଫେରାର ଅଛି। ସେ ହେଲା କୁରୁପତି ଭୂୟାଁ । ତେଣୁ ତାକୁ ସ୍କାନରରେ ରଖିଛି ବ୍ରହ୍ମପୁର ପୋଲିସ। 

ସେପଟେ ଘଟଣାରେ ଆଉ କିଛି କର୍ପୋରେଟର ଓ ଅନ୍ୟ ରାଜନୈତିକ ବ୍ୟକ୍ତିଙ୍କ ସଂପୃକ୍ତି ରହିଥିବା ନେଇ ପୋଲିସ ସନ୍ଦେହ କରୁଛି। ଏପଟେ ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହଯୋଗୀ କୁହାଯାଉଥିବା ସୁନୀଲ ହୋତାକୁ କୋରାପୁଟ ଜୟପୁରରୁ ଉଠାଇ ଆଣିଥିଲା ବ୍ରହ୍ମପୁର ପୋଲିସ। ସୁନୀଲ ତା ଫାର୍ମ ହାଉସରେ ସାର୍ପ ସୁଟର କୁରୁପତି ଭୂୟାଁକୁ ଆଶ୍ରୟ ଦେଇଥିଲା ବୋଲି ଅଭିଯୋଗ ରହିଛି। 
ବିକ୍ରମ ପଣ୍ଡାଙ୍କ ଗିରଫଦାରୀକୁ ସହଜରେ ଗ୍ରହଣ କରିପାରୁନି ବିଜେଡି। ଏହି ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଓ ବ୍ରହ୍ମପୁରର ପୂର୍ବତନ ମେୟର ପିଣ୍ଟୁ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ପିଣ୍ଟୁ ଦାସଙ୍କୁ ବ୍ରହ୍ମପୁରରୁ ଫୁଲବାଣୀ ଜେଲକୁ ସ୍ଥାନାନ୍ତର କରାଯାଇଛି ।

Advertisment

ଆଖି ତରାଟିଲା ଭଳି ଅପରାଧର ଗୁମର ଖୋଲିଥିଲେ ଏସପି ଶ୍ରବଣା ବିବେକ ଏମ୍। ଆଉ ବାନ୍ଧିଥିଲେ ସହରର ହାଇପ୍ରୋଫାଇଲ୍ ବିଜେଡ଼ି ନେତା ବିକ୍ରମ ପଣ୍ଡା, ପୂର୍ବତନ ମେୟର ପିଣ୍ଟୁ ଦାସ ସହ ଅନ୍ୟ ଅଭିଯୁକ୍ତମାନଙ୍କୁ ।

ଏସପି କହିଥିଲେ, ସେପଟେମ୍ବର ୧୦ରୁ ଅକଟୋବର ୫। ପୀତବାସ ପଣ୍ଡାଙ୍କୁ ହତ୍ୟା ପାଇଁ ଦୀର୍ଘ ୨୬ଦିନର ଲଗାତର ଅପରେସନ୍। ଶେଷରେ ଅକଟୋବର ୬, ରାତି ୧୦ଟା ୧ରେ ଗୁଳି କରି ଖତମ୍ କରିଦେଲେ ଅପରାଧୀ। ଆଉ ଏକ ବାଇକରେ ହୋଇଯାଇଥିଲେ ସୀମାପାର୍। ଯେଉଁ ବାଇକକୁ ଖୋର୍ଦ୍ଧା ରାମେଶ୍ବରରେ ଛାଡ଼ି ଖସିପଳାଇଥିଲେ। ସେହି ବାଇକ୍ ଚୋରି କରି କବାଡ଼ି ବାଲାକୁ ଦେଇଥିବା ଚୋର ଧରାଇ ଦେଲା ପୀତବାସ ହତ୍ୟାକାରୀଙ୍କୁ। ଖୋଲିଦେଇଥିଲା ସବୁ ଗୁମର। 

Advertisment

Pitabas Panda Pitabas Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ