Advertisment

Student Raped: ଟଏଲେଟରେ ସିନିୟର ଛାତ୍ରୀଙ୍କୁ ଦୁଷ୍କର୍ମ କଲା ଜୁନିୟର ଛାତ୍ର , ଫୋନ କରି ପଚାରିଲା....

କଲେଜ ଟଏଲେଟ ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ । ଏଭଳି ଅଭାବନୀୟ ଘଟଣା ଘଟିଛି ଦକ୍ଷିଣ ବେଙ୍ଗାଲୁରୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ । ଜଣେ ଜୁନିୟର ଛାତ୍ର କଲେଜର ସିନିୟର ଛାତ୍ରୀଙ୍କୁ ପୁରୁଷ ଟଏଲେଟ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

RAPE

RAPE Photograph: (OTV)

Advertisment

କଲେଜ ଟଏଲେଟ ଭିତରେ ଛାତ୍ରୀଙ୍କୁ ଦୁଷ୍କର୍ମ । ଏଭଳି ଅଭାବନୀୟ ଘଟଣା ଘଟିଛି ଦକ୍ଷିଣ ବେଙ୍ଗାଲୁରୁର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ । ଜଣେ ଜୁନିୟର ଛାତ୍ର କଲେଜର ସିନିୟର ଛାତ୍ରୀଙ୍କୁ ପୁରୁଷ ଟଏଲେଟ ଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କଥା ସେତିକିରେ ଅଟକିନଥିଲା ଦୁଷ୍କର୍ମ ପରେ ଅଭିଯୁକ୍ତ ପୀଡ଼ିତାଙ୍କୁ ଫୋନ କରିଥିଲା । ଆଉ ପଚାରିଥିଲା ତୁମକୁ ବଟିକା ଦରକାର କି ? ଏହି ଘଟଣାରେ ୨୧ ବର୍ଷୀୟ ଇଞ୍ଜିନିୟରିଂ ଛାତ୍ରଙ୍କୁ ଗିରଫ କରାଯାଇଛି। 

Advertisment

ପୁଲିସ କହିଛି ଯେ ଅଭିଯୁକ୍ତ ଜୀବନ ଗୌଡା କଲେଜରେ ଷଷ୍ଠ ସେମିଷ୍ଠାର ଛାତ୍ର । ତାଙ୍କୁ ବୁଧବାର ଦିନ ହେପାଜତରେ ନିଆଯାଇଥିଲା। ପରେ ଅଭିଯୁକ୍ତକୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ଏହି ଘଟଣା ୧୦ ଅକ୍ଟୋବରରେ ଘଟିଥିଲା ।

ପୀଡିତା ଜଣକ ସେହି କଲେଜରେ ସପ୍ତମ ସେମିଷ୍ଟର ଛାତ୍ରୀ । ସେ ଘଟଣାର ପାଞ୍ଚ ଦିନ ପରେ ୧୫ ଅକ୍ଟୋବରରେ ଅଭିଯୋଗ ଦାୟର କରିଥିଲେ। 
ଏଫଆଇଆର ଅନୁସାରେ , ଭାରତୀୟ ନ୍ୟାୟ ସଂହିତାର ଧାରେ ୬୪ ଅନୁଯାୟୀ ଜୀବନ ବିରୋଧରେ ମାମଲା ହୋଇଛି। ଏଫଆଇଆରରେ କୁହାଯାଇଛି ଯେ ଅଭିଯୁକ୍ତ ଓ ପୀଡ଼ିତା ପରସ୍ପରକୁ ପ୍ରାୟ ୩ ମାସ ହେଲା ଜାଣିଥିଲେ। ବାସ୍ତବରେ ଉଭୟ ସମାନ ସେମିଷ୍ଟରର ଶିକ୍ଷାର୍ଥୀ ଥିଲେ। କିନ୍ତୁ ଜୀବନ ଫେଲ ହୋଇଯିବାରୁ ସେ ପୀଡ଼ିତାଙ୍କ ଜୁନିୟର ହୋଇଯାଇଥିଲା । ତଥାପି ସେମାନଙ୍କ ମଧ୍ୟରେ ଯୋଗାଯୋଗ ରହିଥିଲା। 

Advertisment

ଘଟଣା ଦିନ ପୀଡିତା ଜୀବନ ଗୌଡାଙ୍କ ଠାରୁ କିଛି ଜିନିଷ ନେବା ପାଇଁ ପ୍ରଥମେ ତାଙ୍କୁ ଭେଟିଥିଲେ। ମଧ୍ୟାହ୍ନ ଭୋଜନର ବିରତି ସମୟରେ, ଜୀବନ ପୀଡ଼ିତାଙ୍କୁ ଅନେକ ଥର ଫୋନ କରି ସପ୍ତମ ମହଲାରେ ଆର୍କିଟେକ୍ଚର ବ୍ଲକ ପାଖରେ ଭେଟିବାକୁ ଡାକିଥିଲେ। ପୀଡ଼ିତା ସେଠାରେ ପହଞ୍ଚିବାରୁ, ଜୀବନ ତାଙ୍କୁ ଜୋରଜବରଦସ୍ତ ଚୁମ୍ବନ କରିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ସେ ଲିଫ୍ଟରେ ଯିବାକୁ ଚେଷ୍ଟା କରୁଥିଲେ, ଗୌଡା ତାଙ୍କୁ ପିଛା କରି ଷଷ୍ଠ ମହଲାକୁ ପହଞ୍ଚିଥିଲେ । ଷଷ୍ଠ ମହଲାରେ ଥିବା ପୁରୁଷ ଶୌଚାଳୟକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ । 

ରିପୋର୍ଟ ଅନୁଯାୟୀ, ଦୁଷ୍କର୍ମ ସମୟରେ ପୀଡ଼ିତାଙ୍କ ଫୋନ ରିଙ୍ଗ ହୋଇଥିଲା । ଜୀବନ ତାଙ୍କ ଫୋନ ନେଇ ଯାଇଥିଲେ ଓ ଶୌଚାଳୟର କବାଟ ବନ୍ଦ କରି ଦୁଷ୍କର୍ମ କରିଚାଲିଥିଲେ । ଦିନ ୧.୩୦ରୁ ୧.୫୦ ମିନିଟ ମଧ୍ୟରେ ସେ ଏପରି କାଣ୍ଡ ଘଟାଇଥିବା ପୁଲିସ୍‌ ଜାଣିବାକୁ ପାଇଛି। 

Advertisment

ଘଟଣା ପରେ, ପୀଡିତା ତାଙ୍କର ଦୁଇ ସାଙ୍ଗକୁ ଏ ବିଷୟରେ କହିଥିଲେ। ଏଫଆଇଆରରେ ମଧ୍ୟ ଲେଖାଯାଇଛି ଯେ ଜୀବନ ଗୌଡା ପୀଡ଼ିତାଙ୍କୁ ଫୋନ କରି ପଚାରିଥିଲେ ତୁମକୁ ବଟିକା ଦରକାର କି ? ପୁଲିସ କହିଛି ଯେ ମହିଳା ପ୍ରଥମେ ଭୟଭୀତ ଏବଂ ବିଚଳିତ ଥିଲେ, ତେଣୁ ସେ ଅଭିଯୋଗ ଦାୟର କରିବାରେ ଦ୍ୱିଧା କରିଥିଲେ। ପରେ ସେ ତାଙ୍କ ପିତାମାତାଙ୍କୁ ଏହା ଜଣାଇଥିଲେ ।

ଗୁରୁବାର ଦିନ ଘଟଣା ସ୍ଥଳରେ ସିନ ରିକ୍ରିଏସନ କରାଯାଇଥଇଲା ।  ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଯେଉଁ ମହଲାରେ ଘଟଣା ଘଟିଥିଲା, ସେଠାରେ କୌଣସି ସିସିଟିଭି କ୍ୟାମେରା ନଥିଲା, ଯାହା ପ୍ରମାଣ ସଂଗ୍ରହ କରିବାକୁ କଷ୍ଟକର କରିପାରେ। ତଥାପି, ଫୋରେନସିକ ଏବଂ ଡିଜିଟାଲ ପ୍ରମାଣର ଯାଞ୍ଚ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ