Soldier-Killed-On-Moving-Train Photograph: (OTV)
ଚଳନ୍ତା ଟ୍ରେନରେ ସୈନିକଙ୍କୁ ହତ୍ୟା । କମ୍ବଳ ମାଗିବାରୁ ଆଟେଟାଣ୍ଟଙ୍କ ସହ ହେଲା ଯୁକ୍ତି । ଗୋଡରେ ମାରିଦେଲେ ଛୁରୀ, କଟିଗଲା ଶିରା । ଛୁଟି ନେଇ ଘରକୁ ବୁଲିବାକୁ ଆସୁଥିଲେ ସୈନିକ । ଏହି ଘଟଣା ଏବେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ଭାରତୀୟ ସୈନିକଙ୍କ ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଜାତୀୟ ମାନବାଧିକାର କମିଶନ ବା NHRC ଦାବି କରିଛି। ଅଭିଯୁକ୍ତ ରେଳ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ଏବଂ ସୈନିକଙ୍କ ପରିବାରକୁ ନ୍ୟାୟ ଦେବାକୁ ମାନବାଧିକାର ସଂଗଠନ ପ୍ରତିଶ୍ରୁତି ଦେଇଛି।
ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଜମ୍ମୁ ତାୱି-ସାବରମତୀ ଏକ୍ସପ୍ରେସରେ କମ୍ବଳ ଏବଂ ଚାଦର ମାଗିବାକୁ ନେଇ ବିବାଦ ପରେ ଜଣେ ରେଳ କର୍ମଚାରୀ ଜଣେ ସୈନିକଙ୍କୁ ହତ୍ୟା କରିଛନ୍ତି।
ରିପୋର୍ଟ ଅନୁସାରେ ଭାରତୀୟ ସେନାର ସୈନିକ ଜିଗର ଚୌଧୁରୀ ଛୁଟି ନେଇ ନିଜ ଘର ଗୁଜୁରାଟର ସାବରମତୀ ଅଭିମୁଖେ ଯାଉଥିଲେ। ନଭେମ୍ବର ୨ ତାରିଖ ରାତିରେ, ସେ ପଞ୍ଜାବର ଫିରୋଜପୁର ଷ୍ଟେସନରେ ଏକ ସ୍ଲିପର କୋଚରେ ଟ୍ରେନ୍ ନମ୍ବର ୧୯୨୨୪, ଜମ୍ମୁ ତାୱି-ସାବରମତୀ ଏକ୍ସପ୍ରେସରେ ଚଢ଼ିଥିଲେ। ଯାତ୍ରା ସମୟରେ, ସେ B4 AC କୋଚର ଆଟେଟାଣ୍ଟଙ୍କୁ ଏକ କମ୍ବଳ ଏବଂ ବେଡସିଟ୍ ମାଗିଥିଲେ।
ଅଭିଯୋଗ ଅନୁଯାୟୀ, ଆଟେଡାଣ୍ଟ ତାଙ୍କୁ କମ୍ବଳ ଏବଂ ଚାଦର ଦେବାକୁ ମନା କରିଦେଇଥିଲେ। ଏହା ପ୍ରଥମେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କର ରୂପ ନେଇଥିଲା, ଏବଂ ଖୁବ୍ ଶୀଘ୍ର ଶାରୀରିକ ଝଗଡ଼ାରେ ପରିଣତ ହୋଇଥିଲା। ମାମଲା ଏତେ ବଢିଗଲା ଯେ କୋଚ୍ ଆଟେଣ୍ଡାଣ୍ଟ ଚୌଧୁରୀଙ୍କ ଗୋଡରେ ଛୁରୀ ମାରିଦେଲେ, ଯାହା ଫଳରେ ସୈନିକଙ୍କ ଏକ ଶିରା କଟିଗଲା ଏବଂ ଘଟଣାସ୍ଥଳରେ ମୃତ୍ୟୁ ହୋଇଗଲା।
ବିକାନେରରେ ପହଞ୍ଚିବା ପରେ, TTEଙ୍କ ଅଭିଯୋଗ ଆଧାରରେ ରେଳବାଇ ପୋଲିସ ଏକ FIR ରୁଜୁ କରିଛି। ଅଭିଯୁକ୍ତ କୋଚ୍ ଆଟେଡାଣ୍ଟଙ୍କ ବିରୁଦ୍ଧରେ IPCର ଧାରା ୧୦୩(୧) ଅନୁଯାୟୀ ହତ୍ୟା ମାମଲା ରୁଜୁ ହୋଇଛି।
ତେବେ ଏହି ମାମଲାରେ ଅଭିଯୁକ୍ତ ଆଟେଡାଣ୍ଟ ଜୁବୈର ମେମନଙ୍କୁ ଛୁରୀ ସହିତ ଗିରଫ କରାଯାଇଛି। ରେଳବାଇ ଅନୁଯାୟୀ, ଜୁବୈରଙ୍କୁ ଜଣେ ଠିକାଦାରଙ୍କ ମାଧ୍ୟମରେ ନିଯୁକ୍ତି ଦିଆଯାଇଥିଲା ଏବଂ ବର୍ତ୍ତମାନ ତାଙ୍କୁ ବହିଷ୍କାର କରାଯାଇଛି। ଏହି ମାମଲାର ଅଧିକ ତଦନ୍ତ ଚାଲିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/08/soldier-killed-on-moving-train-2025-11-08-16-37-08.jpg)