Murder Case Photograph: (OTV)
ବ୍ରହ୍ମପୁରର ବହୁଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ଚାର୍ଜସିଟକୁ ନେଇ ଚହଳ। ପୀତବାସଙ୍କୁ କାହିଁକି ହୋଇଥାଇପାରେ ହତ୍ୟା ? ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ ଭିତରୁ ଓଟିଭି ହାତରେ ଲାଗିଥିବା କିଛି ଫର୍ଦ୍ଦ ଇସାରା କରୁଛି, ମର୍ଡର ପଛର ମିଷ୍ଟ୍ରି। କାଲି ଆମେ କହିଥିଲୁ ପୀତବାସଙ୍କ ପଇତା ଚାବିରୁ ଖୋଲାଯାଇଥିବା ଆଲମିରାର ସିକ୍ରେଟ୍ ଚାମ୍ବର, ବିଜେଡି ନେତା ବିକ୍ରମ ପଣ୍ଡାଙ୍କ ସହ ଏକ ଖଟରେ ଆପତ୍ତିଜନକ ଭାବେ ଜଣେ ମହିଳାଙ୍କ ଉପସ୍ଥିତିକୁ ନେଇ ଫଟୋ ସଂପର୍କିତ ଚାର୍ଜସିଟର କଥା।
ଆଜି ଦର୍ଶାଉଛୁ କିଛି ତଥ୍ୟ ସହ ହତ୍ୟା ପଛର ସମ୍ଭାବ୍ୟ ଦିଗ। ଓଟିଭି ହାତରେ ଲାଗିଥିବା ପୋଲିସ ଚାର୍ଜସିଟ ଭିତରୁ ଆଉ ଏକ ପୃଷ୍ଠା। ସ୍ପଷ୍ଟ ଭାବେ ଦର୍ଶାଯାଇଛି, ୪ଟି A-4 ସାଇଜର ରଙ୍ଗୀନ ଫଟୋରେ ବିକ୍ରମଙ୍କ ସହ ଯେଉଁ ମହିଳା ଅଛନ୍ତି, ସିଏ ବ୍ରହ୍ମପୁର ସହରର ଜଣେ ପ୍ରତିଷ୍ଠିତ ମହିଳା।
ଖଟ ଉପରେ ମହିଳାଙ୍କ ସହ...
ଉଭୟେ ଖଟ ଉପରେ ଶୋଇ ହାତ ଧରାଧରି ହୋଇ ପରସ୍ପରକୁ ଅନାଇଛନ୍ତି। ଖଟ ଉପରେ ୨ଟି ଗ୍ଲାସରେ ମଦ ଥିବା ଜଣାପଡୁଛି। ଜବତ ୮ ଜିବିର ପେନଡ୍ରାଇଭରେ ବି ଏହାର ସଫ୍ଟକପି ରହିଛି। ଏହାକୁ ଦେଖାଇ ନିଜେ ପୀତବାସ କହି ବୁଲିବା ସହ ସୋସିଆଲ୍ ମିଡ଼ିଆରେ ଭାଇରାଲର ଧମକ ଦେଇ ଆସୁଥିଲେ।
ଏପରିକି ବିକ୍ରମଙ୍କ ରାଜନୈତିକ କ୍ୟାରିୟର ବରବାଦ କରିଦେବି ବୋଲି ବିକ୍ରମଙ୍କ ସମର୍ଥକଙ୍କୁ କହିବା ସହ ଚାଲେଞ୍ଜ କରୁଥିଲେ। ଯାହାକୁ ନେଇ ବିକ୍ରମ କୁଆଡ଼େ ଭୟଭୀତ ଥିଲେ ବୋଲି ପୋଲିସ ଚାର୍ଜସିଟରେ ଦର୍ଶାଇଛି। ତେବେ ଏ ସଂପର୍କରେ ବିକ୍ରମଙ୍କ ପ୍ରତିକ୍ରିୟା ମିଳିନଥିଲେ ବି ତାଙ୍କ ସହଯୋଗୀ କହିଛନ୍ତି, ବିକ୍ରମ ଯେ କାହାକୁ ହତ୍ୟା କରିବେ, ତାହା ଅସମ୍ଭବ। ତାଙ୍କୁ ଫସାଇବା ପାଇଁ ଏଭଳି ଉଦ୍ୟମ ଚାଲିଛି।
ତେବେ ଏହି ଆପତ୍ତିଜନକ ଫଟୋ ହିଁ କ’ଣ ଅପରାଧର ପୃଷ୍ଠଭୂମି ? ଏହି ଫଟୋ ଅସଲି ନା ନକଲି ? ଯଦି ଅସଲି, ତେବେ କିଏ ସେହି ପ୍ରତିଷ୍ଠିତ ମହିଳା ? ସଂପୃକ୍ତ ମହିଳାଙ୍କ ବୟାନ ରେକର୍ଡ କରିଛି କି ପୋଲିସ ? ଏହି ଫଟୋ ହିଁ ଯଦି ପୀତବାସ ହତ୍ୟାର ମୁଖ୍ୟ କାରଣ, ତେବେ ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ବିକ୍ରମ୍ ରଚିଥିଲେ କି ହତ୍ୟାର ଷଡ଼ଯନ୍ତ୍ର ?
ପ୍ରଥମେ ବନ୍ଧୁତା, ଆଉ ପରେ ରାଜନୈତିକ ଶତ୍ରୁତାରୁ ତିକ୍ତତା ବଢ଼ିବା ପରେ ଏହି ଫଟୋକୁ ଧରି ବିକ୍ରମଙ୍କୁ ବ୍ଲାକମେଲ୍ କରୁଥିଲେ କି ପୀତବାସ ? ଆପତ୍ତିଜନକ ଅବସ୍ଥାରେ ଥିବା ଏହି ଫଟୋକୁ ଉଠାଇଥିଲେ କିଏ ? କେମିତି ଏହି ଫଟୋ ପୀତବାସଙ୍କ ହାତରେ ଲାଗିଲା ? ଏବେ ଏଭଳି ନାନା ପ୍ରଶ୍ନ ଭିତରେ ଗତକାଲି ଏହି ଫଟୋ କଥା ଉଠାଇ ଏହାର ସତ୍ୟାସତ୍ୟ ଯାଞ୍ଚ ହେବା ଉଚିତ ବୋଲି କହିଥିଲେ ବିକ୍ରମଙ୍କ ଓକିଲ।
ପୀତବାସ ପଣ୍ଡାଙ୍କ ହତ୍ୟାକୁ ବିତିଗଲାଣି ୪ ମାସ। ତେବେ ୩୦ ହଜାର ପୃଷ୍ଠାର ଚାର୍ଜସିଟର ତଥ୍ୟ ଏବଂ ସତ୍ୟକୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଥିବାବେଳେ ଅପେକ୍ଷା କୋର୍ଟଙ୍କ ଚୂଡ଼ାନ୍ତ ରାୟକୁ।.....
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/13/murder-case-2026-02-13-19-35-44.jpg)