Advertisment

SI Recruitment Scam: ଗିରଫ ପରେ ଶଙ୍କର ପୃଷ୍ଟିର ଚାଞ୍ଚଲ୍ୟକର ବୟାନ, ପୂର୍ବ ସରକାରରେ ହୋଇଥିଲା ହଜାରେ କୋଟିର ଡିଲ୍ ?

କିଛି ଦିନର ଲୁଚକାଳି ପରେ ଧରାପଡ଼ିଛି ପୋଲିସ SI ନିଯୁକ୍ତି ସ୍କାମର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆଉ ଆଜି ଗିରଫ ହୋଇ ଓଡିଶାରେ ପହଞ୍ଚିବା ପରେ ଶଙ୍କର ଦେଇଛି ବଡ଼ ବୟାନ ।

Shankar-Prusty-SI-Deal

Shankar-Prusty-SI-Deal Photograph: (OTV)

Advertisment

ଗିରଫ ପରେ ଶଙ୍କର ପୃଷ୍ଟିର ଚାଞ୍ଚଲ୍ୟକର ବୟାନ... ଉଠାଇଲା ପୂର୍ବ ସରକାର କଥା, ବିଜେଡି ଆଡକୁ ମାରିଲା ତୀର ! ତା' ହେଲେ କଣ ଏସ୍‌ଆଇ କେଳେଙ୍କାରୀ ପାଇଁ ପୂର୍ବ ସରକାରରେ ହୋଇଥିଲା କି ହଜାରେ କୋଟିର ଡିଲ୍ ?

Advertisment

କିଛି ଦିନର ଲୁଚକାଳି ପରେ ଧରାପଡ଼ିଛି ପୋଲିସ SI ନିଯୁକ୍ତି ସ୍କାମର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି । ନେପାଳ ସୀମା ଉତ୍ତରାଖଣ୍ଡରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆଉ ଆଜି ଗିରଫ ହୋଇ ଓଡିଶାରେ ପହଞ୍ଚିବା ପରେ ଶଙ୍କର ଦେଇଛି ବଡ଼ ବୟାନ । ପୋଲିସ୍ SI ନିଯୁକ୍ତି କେଳେଙ୍କାରୀ ହଜାରେ କୋଟିର । ଏଥିରେ ପୂର୍ବ ସରକାର...ବାସ୍ ଏତିକି କହି ଅଟକି ଯାଇଛି ଶଙ୍କର

ପୂର୍ବ ସରକାରର ଅର୍ଥ କଣ ? କଣ କହିବାକୁ ଚାହୁଁଥିଲା ଶଙ୍କର ? ବିଜେଡି ସରକାର ବିରୋଧରେ କିଛି ତଥ୍ୟ ଶଙ୍କର ପାଖରେ ରହିଛି କି ? କାହାକୁ ଇଙ୍ଗିତ କରିବାକୁ ଚାହୁଁଥିଲା ? ଏବେ ଏମିତି କିଛି ପ୍ରଶ୍ନ ଛିଡ଼ା ହୋଇଛି । ସବୁଠାରୁ ବଡ଼ କଥା ହେଲା, ଏଇ ହଜାରେ କୋଟିର ସବୁ ତଥ୍ୟ ସରକାରକୁ ଦେବେ ବୋଲି କହିଛି ସେ । ଖାଲି ସେତିକି ନୁହେଁ ଗିରଫ ହୋଇଥିବା ସମସ୍ତ ୧୨୪ ଜଣଙ୍କ ଜନ୍ମକୁଣ୍ଡଳୀ ବାହାର କରାଯାଉ ବୋଲି କହିଛି ଶଙ୍କର ।

Advertisment

SI ନିଯୁକ୍ତି ଘୋଟାଲାର ପର୍ଦ୍ଦାଫାସ ପରଠୁ ପୋଲିସ ଓ କ୍ରାଇମବ୍ରାଞ୍ଚକୁ ଚକମା ଦେଇ ଫେରାର ଥିଲା ଶଙ୍କର ପୃଷ୍ଟି । ସେ ନେପାଳ ବର୍ଡର ଦେଇ ଦୁବାଇ ପଳାଇବାକୁ କରିଥିଲା ପ୍ଲାନ୍ । ତାକୁ ଧରିବା ପାଇଁ ସବୁ ବଳ ଲଗାଇ ଦେଇଥିଲା କ୍ରାଇମବ୍ରାଞ୍ଚ ସହ ପୋଲିସ । ଶେଷରେ ମାସକ ପରେ ପୋଲିସ ପଞ୍ଝାରେ ପଡିଛି ଶଙ୍କର ।

ଏହି ମାମଲାରେ ଶଙ୍କରକୁ ମିଶାଇ ମୋଟ ୧୦ ଦଲାଲ ଗିରଫ ହୋଇଛନ୍ତି । ମାମଲାରେ ପୂର୍ବରୁ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ଜାମିନ ପରେ ସେମାନେ ଜେଲରୁ ବାହାରି ସାରିଛନ୍ତି । କିନ୍ତୁ ୯ ଦଲାଲ ଏବେ ବି ଜେଲରେ । 

Advertisment

ଏବେ ପ୍ରଶ୍ନ ଉଠିଛି, ଶଙ୍କର ପୃଷ୍ଟିର ଗିରଫ ପରେ ପୂରା ଦଲାଲ ନେଟଓ୍ୱର୍କର ଖୁଲାସା କରିପାରିବ ତ କ୍ରାଇମବ୍ରାଞ୍ଚ ? ତା' ପଛରେ ଆଉ କେଉଁମାନେ ରହିଥିଲେ ? କାହା ବଳରେ ବଳିୟାନ ହୋଇଥିଲା ଶଙ୍କର ? ପୂର୍ବ ସରକାର ଆଡକୁ କି ଇସାରା କରିଥିଲା ସେ ?

ଏସବୁ ତନ୍ନ ତନ୍ନ ଯାଞ୍ଚ କରିବ ତଦନ୍ତକାରୀ ସଂସ୍ଥା । ଟ୍ରାନଜିଟ ରିମାଣ୍ଡରେ ଶଙ୍କରକୁ ଓଡ଼ିଶା ଆଣିବା ପରେ ତାଙ୍କୁ ପଚରାଉଚରା ପାଇଁ ଅଧିକ ଦିନ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ