Advertisment

Shocking Truth Behind Elephant Death: ହାତୀ ମୃତ୍ୟୁକୁ ନେଇ ସଂଘାତିକ କାଣ୍ଡ, ଖଣ୍ଡ ଖଣ୍ଡ କରି ପୋତି ଦେଲେ!

ହାତୀ ମୃତ୍ୟୁକୁ ନେଇ ସଂଘାତିକ କାଣ୍ଡ। ହାତୀକୁ ଖଣ୍ଡ ଖଣ୍ଡ କରି ପୋତି ଦେଇଥିବା ଖବର ସତ ବୋଲି କହିଛନ୍ତି ବାଲିଗୁଡ଼ା ଡିଏଫ୍ଓ। କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ବେଲଘର ବନାଞ୍ଚଳରୁ ହାତୀ ମୃତ୍ୟୁକୁ ନେଇ ଆସିଛି ସାଂଘାତିକ ତଥ୍ୟ।

ELEPHANT DEATH

ELEPHANT DEATH Photograph: (OTV)

Advertisment

ବେଲଘର ବନାଞ୍ଚଳରେ ହାତୀ ମୃତ୍ୟୁକୁ ନେଇ ସଂଘାତିକ କାଣ୍ଡ। ହାତୀକୁ ଖଣ୍ଡ ଖଣ୍ଡ କରି ପୋତି ଦେଇଥିବା ଖବର ସତ ବୋଲି କହିଛନ୍ତି ବାଲିଗୁଡ଼ା ଡିଏଫ୍ଓ। କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ବେଲଘର ବନାଞ୍ଚଳରୁ ହାତୀ ମୃତ୍ୟୁକୁ ନେଇ ଆସିଛି ସାଂଘାତିକ ତଥ୍ୟ।

Advertisment

ହାତୀ ମୃତ୍ୟୁ ଘଟଣାକୁ ଲୁଚାଇବା ପାଇଁ ବନ କର୍ମଚାରୀ ମୃତ ହାତୀକୁ ଖଣ୍ଡ ଖଣ୍ଡ କାଟି ଅନ୍ୟ ସ୍ଥାନରେ ପୋତି ଦେଇଛନ୍ତି । ଏନେଇ ବାଲିଗୁଡା ବନଖଣ୍ଡ ଅଧିକାରୀ ଘନଶ୍ୟାମ ମହନ୍ତ ଓଟିଭି ଆଗରେ ସତ ବୋଲି ମାନିଛନ୍ତି । ଝିରିପାଣି ଅଞ୍ଚଳରେ ଘଟିଛି ଏହି ଘଟଣା ।

ବନ୍ୟ ପ୍ରାଣୀ ସୁରକ୍ଷାରେ ନିୟୋଜିତ ଥିବା ଫରେଷ୍ଟର, ରେଞ୍ଜର ଓ ହୋମଗାର୍ଡ ଏଥିରେ ସାମିଲ ଥିବା ଜଣାପଡିଛି । ଗତ ୫ ତାରିଖରେ ହାତୀର ମୃତ୍ୟୁ ପରେ ଘଟଣାକୁ ଚପାଇବା ପାଇଁ ବେଲଘର ବନ କର୍ମଚାରୀ ପ୍ରୟାସ କରି ଏବେ ହରଡ଼ ଘଣାରେ ପଡ଼ିଛନ୍ତି ।

Advertisment

ଏହି ଘଟଣା ପଦାକୁ ଆସିବା ପରେ ପ୍ରଥମେ ବେଲଘର ବନାଞ୍ଚଳ କର୍ମଚାରୀ ମିଛ ବୋଲି ସଫେଇ ଦେଇଥିଲେ । କିନ୍ତୁ ବାଲିଗୁଡା ଡ଼ିଏଫଓ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ପରେ ଘଟଣା ସତ ବୋଲି ଜାଣିବାକୁ ପାଇଥିଲେ। ଏହି ଘଟଣାର ଅଧିକ ସତ୍ୟତା ଜାଣିବାକୁ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି ଡିଏଫଓ । 

DFO Baliguda Elephant Dead Body Elephant Dead Elephant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ