Advertisment

Massive SI Recruitment Scam Uncovered: ପୋଲିସ SI ଚାକିରି ପାଇଁ ଚଞ୍ଚକତାର ଫିଟୁଛି ଗୁମର, ପ୍ରାର୍ଥୀ ପିଛା ହୋଇଥିଲା ୨୫ ଲକ୍ଷର ଡିଲ୍

ସାମ୍ନାକୁ ଆସିଛି ସିଣ୍ଡିକେଟ୍ ପଛର ସାଂଘାତିକ ସତ। ପଦବୀ ପିଛା ୨୫ ଲକ୍ଷର ଡିଲ୍। ଅଗ୍ରୀମ ୧୦ ଲକ୍ଷ ଟଙ୍କା, ଚାକିରି ପାଇଲେ ବଳକା ୧୫ ଲକ୍ଷ। ଏଭଳି ଡିଲ୍ କରିଥିଲେ ଦଲାଲ୍। ସେହି ଡିଲ୍ ଭିତରେ ଫସି ଟଙ୍କା ଗଣିଥିଲେ ଅନେକ ଚାକିରି ଆଶାୟୀ। ଯାହାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବ୍ରହ୍ମପୁର ପୋଲିସ।

Scam

Scam Photograph: (OTV)

Advertisment

ସରିଥିଲା ୨୫ ଲକ୍ଷର ଡିଲ୍। ଚୁକ୍ତି ଅନୁଯାୟୀ ନିଆଯାଇଥିଲା ଅଗ୍ରୀମ ୧୦ ଲକ୍ଷ। ଚାକିରୀ ପାଇଥିଲେ ଦେଇଥାନ୍ତେ ବଳକା ୧୫।ହେଲେ ଚାକିରି ଆଶା ତ ଗଲା, ପାଣିରେ ବି ପଡ଼ିଲା ଦଲାଲଙ୍କୁ ଗଣିଥିବା ସବୁ ଟଙ୍କା। ପୋଲିସ SI ପଦବୀ ପରୀକ୍ଷା ଘୋଟାଲାରେ ସଂପୃକ୍ତ ୩ ଦଲାଲ ସହ ଶତାଧିକ ଆଶାୟୀଙ୍କୁ ବାନ୍ଧି କୋର୍ଟଚାଲାଣ କରିଛି ବ୍ରହ୍ମପୁର ପୋଲିସ। 

Advertisment

ଯେଉଁମାନେ ପ୍ରଶ୍ନପତ୍ର ଆଣିବା ପାଇଁ ବିଜୟନଗରମ୍ ଯାଉଥିଲେ ରାତି ଅଧରେ, ସେମାନଙ୍କୁ ଅଧ ବାଟରେ ପୋଲିସ ଧରିଥିଲା। ତେବେ ଏହି କେଳେଙ୍କାରୀର ମାଷ୍ଟରମାଇଣ୍ଡ କିଏ, ତାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠୁଥିବାବେଳେ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଯାହାକୁ ନେଇ ତେଜିଛି ରାଜନୀତି।...

ଜାଲିଆତି ତ ନୁହେଁ, ବରଂ ମହାଘୋଟାଲା...ଚଞ୍ଚକତା ବି ନୁହେଁ, ବରଂ ଚାଞ୍ଚଲ୍ୟକର କେଳେଙ୍କାରୀ...ଲକ୍ଷେ ଦୁଇ ଲକ୍ଷ କଥା ଛାଡ଼ନ୍ତୁ, ପଚିଶି ପଚିଶି ଲକ୍ଷର ମହାଡିଲ୍ ଶୁଣି ହତାଶ୍ ପୋଲିସ ଚାକିରୀ ଆଶାୟୀ...ପୋଲିସ ବିଭାଗର ସବ ଇନିସପେକଟର ଭଳି ଗୁରୁତ୍ବପୂର୍ଣ୍ଣ ପଦବୀ ଲାଗି ପରୀକ୍ଷା ପୂର୍ବରୁ ମହାକେଳେଙ୍କାରୀର ଫିଟୁଛି ଗୁମର। 

Advertisment

ସାମ୍ନାକୁ ଆସିଛି ସିଣ୍ଡିକେଟ୍ ପଛର ସାଂଘାତିକ ସତ। ପଦବୀ ପିଛା ୨୫ ଲକ୍ଷର ଡିଲ୍। ଅଗ୍ରୀମ ୧୦ ଲକ୍ଷ ଟଙ୍କା, ଚାକିରି ପାଇଲେ ବଳକା ୧୫ ଲକ୍ଷ। ଏଭଳି ଡିଲ୍ କରିଥିଲେ ଦଲାଲ୍। ସେହି ଡିଲ୍ ଭିତରେ ଫସି ଟଙ୍କା ଗଣିଥିଲେ ଅନେକ ଚାକିରି ଆଶାୟୀ। ଯାହାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବ୍ରହ୍ମପୁର ପୋଲିସ। ତାହାରି ଭିତରେ ୩ ଦଲାଲ୍ ବି ଅଛନ୍ତି। 

ଗୋଳନ୍ଥରା ଥାନାରେ ମାମଲା ରୁଜୁ ପରେ ୧୧୭ ଜଣଙ୍କୁ ପୋଲିସ୍ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୮ ଯୁବତୀ। ଗିରଫ ପରେ ଆମ୍ବପୁଆସ୍ଥିତ ରିଜର୍ଭ ପୋଲିସ୍ ଅଫିସରେ ରଖାଯାଇଥିଲା ସମସ୍ତଙ୍କୁ। ତା’ସହ ପରୀକ୍ଷାର୍ଥୀଙ୍କୁ ଧରି ଆନ୍ଧ୍ର ପ୍ରଦେଶ ଯାଉଥିବା ୩ଟି AC SLEEPER ବସକୁ ବି ପୋଲିସ ସିଜ୍ କରିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଏମାନଙ୍କୁ ବରମୁଣ୍ଡା ନିକଟରୁ ୩ଟି ବସରେ ନିଆଯାଉଥିଲା ବିଜୟନଗରମର ଏକ ଅଜ୍ଞାତ ସ୍ଥାନକୁ। ଯୋଜନା ଥିଲା ବିଜୟନଗରମରୁ ପ୍ରଶ୍ନପତ୍ର ଧରି ଫେରିବା ସହ ପୋଲିସ SI ପରୀକ୍ଷା ଦେଇଥାନ୍ତେ। କିନ୍ତୁ ୨୯ ତାରିଖ ରାତି ପ୍ରାୟ ଗୋଟାଏରେ ଓଡ଼ିଶା-ଆନ୍ଧ୍ର ହାଇୱେର ଶ୍ରୀକାକୁଲମ୍ ପାଖରେ ଗାଡ଼ିକୁ ଅଟକାଇ ଏମାନଙ୍କୁ ଧରିଥିଲା ପୋଲିସ।

ତେବେ ଏହି କେଳେଙ୍କାରୀ ପଛରେ କେବଳ ଏମାନେ ନା ଆହୁରି ବି ଅଛନ୍ତି ? ଓଡ଼ିଶାରୁ ଆନ୍ଧ୍ର ଯାଏଁ ପ୍ରାର୍ଥୀ ପିଛା ୨୫ ଲକ୍ଷର ମହାଡିଲ ପଛରେ କିଏ ସେହି ମିଡିଲ୍ ମ୍ୟାନ୍? କ୍ରାଇମବ୍ରାଞ୍ଚ ସହ ମିଶି ତଦନ୍ତ କରୁଥିବା ବ୍ରହ୍ମପୁର ପୋଲିସ ପାଇଛି ତା’ର ସୁରାଗ୍। ତେଣୁ SI ପରୀକ୍ଷା ଜାଲିଆତି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। 
SI ପରୀକ୍ଷା ଜାଲିଆତିରେ ଆହୁରି ଅନେକ ଦଲାଲଙ୍କ ସଂପୃକ୍ତି ଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଥିବାବେଳେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି।

ଯୁବ ବିଜେଡ଼ି ସଭାପତି ଦାବି କରିଛନ୍ତି, ଯେହେତୁ ଏହା ଇଣ୍ଟର ଷ୍ଟେଟ୍ ସ୍କାମ୍, ତେଣୁ କ୍ରାଇମବ୍ରାଞ୍ଚ ନୁହଁ, ବରଂ ସିବିଆଇ ତଦନ୍ତ କରୁ। ଆଗକୁ ସ୍ବଛତାର ସହ ପରୀକ୍ଷା ନକଲେ ରାସ୍ତାରାସ୍ତାରେ ଆନ୍ଦୋଳନ ହେବ।...
ତେବେ ବିଜେପି ଯୁବ ମୋର୍ଚ୍ଚା କହିଛି, ଏହି ପରୀକ୍ଷାରେ ଆଗକୁ ସ୍ବଚ୍ଛତା ଆଣିବା ପାଇଁ ସାମୟିକ ଭାବେ ଏହାକୁ ସ୍ଥଗିତ ରଖାଯାଇଛି ଏବଂ ଲାଞ୍ଚର ଜାଲ ବିଛାଇଥିବା ବ୍ୟକ୍ତିଙ୍କୁ ଗିରଫ ବି କରାଯାଇଛି। ତେଣୁ ଆଗକୁ ମେଧା ପରୀକ୍ଷାର୍ଥୀ ହିଁ ଚାକିରି ପାଇବେ।

ଆସନ୍ତା ୫ ଓ ୬ ତାରିଖରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ-OPRB କରିଥାନ୍ତା ପୋଲିସ SI ପରୀକ୍ଷା। କିନ୍ତୁ ବଡ଼ କେଳେଙ୍କାରୀର ଆଗୁଆ ଆଭାସ ପାଇ ଏହାକୁ ସ୍ଥଗିତ ରଖାଯାଇ ଥିବାବେଳେ ଆଗକୁ କେବେ ଏହି ପରୀକ୍ଷା ହେବ ତାହା ସ୍ପଷ୍ଟ ହୋଇନାହିଁ। 

ଅପରପକ୍ଷରେ କେଳେଙ୍କାରୀ ପଛର ମାଷ୍ଟରମାଇଣ୍ଡ କିଏ ? ପରୀକ୍ଷା ପାଇଁ କୋଚିଂ ନାଁରେ କେଳେଙ୍କାରୀ ଚଳାଇଥିବା ITI ଟେକ୍ନୋଲୋଜି ସଂସ୍ଥା ସହ କାହାର ରହିଛି ଲିଙ୍କ୍ ? ତାହା କେବେ ସାମ୍ନାକୁ ଆସିବ, ତାକୁ ଅପେକ୍ଷା। 

Police Recruitment Scam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ