Advertisment

Valentine’s Week Horror: ପ୍ରେମ ସପ୍ତାହରେ ଚାଞ୍ଚଲ୍ୟକର ପାପ କାହାଣୀ, ତ୍ରିକୋଣୀୟ ପ୍ରେମକୁ ନେଇ ଜଘନ୍ୟ ହତ୍ୟା

ରାଜଧାନୀର ମଝି ରାତିରେ ରକ୍ତରଂଜିତ ଅପରାଧ। ପ୍ରେମ ସପ୍ତାହରେ ଚାଞ୍ଚଲ୍ୟକର ପାପ କାହାଣୀ। ଯିଏ ଶୁଣୁଛି ତାଟକା ହୋଇଯାଉଛି, ଦୃଶ୍ୟକୁ ଯିଏ ଦେଖୁଛି ଲୋମଟାଙ୍କୁରି ଉଠୁଛି। ଶିଶୁଭବନ ଛକ ଓଭରବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ତଦନ୍ତ କରୁଛି ପୋଲିସ୍ ।

ACCIDENT-MURDER

ACCIDENT-MURDER Photograph: (OTV)

Advertisment

ଭୟଙ୍କର ଦୁର୍ଘଟଣା...ଛିନଛତ୍ର ହୋଇଯାଇଛି କାର୍...ଭାଙ୍ଗିଯାଇଛି ବ୍ରିଜର ବାଡ଼...ଘର ଉପରେ ଗଳି ପଡ଼ିଛି କାର୍...ସୌଭାଗ୍ୟକୁ କୌଣସି ପ୍ରାଣହାନି ଭଳି ଅଘଟଣ ଘଟିନି ସତ, କିନ୍ତୁ ଏହି ଦୁର୍ଘଟଣା ପଛରେ ଥିବା ରହସ୍ୟକୁ ନେଇ ବଢ଼ିଛି ଚର୍ଚ୍ଚା। ସ୍ଥାନ ଶିଶୁ ଭବନ ଛକ ଓଭରବ୍ରିଜ୍। ସମୟ ସକାଳ ପ୍ରାୟ ୫ଟା ୪୦। ଶିଶୁଭବନ ଛକରୁ ରବି ଟକିଜ୍ ମୁହାଁ ହୋଇ ଦ୍ରୁତଗତିରେ ଯିବାବେଳେ ଖସିପଡ଼ିଥିଲା କାରଟି। ବ୍ରିଜର ବାଡ଼ ଭାଙ୍ଗି ସିଧା ଗଳିପଡ଼ିଥିଲା ବ୍ରିଜ୍ ତଳେ ବସ୍ତି ଉପରେ।

Advertisment

ଖବର ପାଇ ପୋଲିସ ବି ପହଞ୍ଚିଥିଲା। ଆଉ କ୍ରେନ୍ ଲଗାଇ ଉଦ୍ଧାର କରିଥିଲା କିଛି ସମୟର କସରତ ପରେ। କୁହାଯାଉଛି, କାରଟି ବ୍ରିଜ୍ ଉପରୁ ତଳକୁ ଗଳିପଡ଼ିବା ଆଗରୁ କାରରେ ଥିବା ଏକମାତ୍ର ଡ୍ରାଇଭର୍ ଡେଇଁପଡ଼ିଥିଲେ। ସେପଟେ ଦୁର୍ଘଟଣାଗ୍ରସ୍ତ କାରର ମାଲିକାଣୀ ଚନ୍ଦ୍ରଶେଖରପୁର ଥାନାରେ ପହଞ୍ଚିଥିଲେ। କିଏ ଚଲାଉଥିଲେ କାରଟିକୁ ? ସଂପୃକ୍ତ ଡ୍ରାଇଭର୍ କାରକୁ ନେଇ କୁଆଡ଼େ ଯାଉଥିଲେ ? କାହିଁକି ଘଟିଲା ଏହି ଦୁର୍ଘଟଣା ? ତଥ୍ୟ ଆଦାୟ କରୁଛି ଚନ୍ଦ୍ରଶେଖରପୁର ପୋଲିସ। 

ଜାଣି ଆଶ୍ଚର୍ଯ୍ୟ ହେବେ, ଏହି କାର୍ ଆକ୍ସିଡେଣ୍ଟ ପଛରେ ରହିଛି ଏକ ରକ୍ତରଂଜିତ କାହାଣୀର ଲିଙ୍କ। ରାଜଧାନୀରେ ମଝି ରାତିରେ ମଣିଷ ମାରିବାର ଲୋମଟାଙ୍କୁରା ଅପରାଧ ସହ ଜଡ଼ିତ ରହିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ସତ୍ୟବ୍ରତ ପ୍ରଧାନ। ପେସାରେ ଜଣେ ଡ୍ରାଇଭର୍। ଘର ବ୍ରହ୍ମଗିରିର ହାସିନାପୁର।

Advertisment

ମିଳିଥିବା ସୂଚନା ଅନୁଯାୟୀ, ସତ୍ୟବ୍ରତ ଏବଂ ଏକ ପାର୍ଲରରେ କାମ କରୁଥିବା ଜଣେ ଯୁବତୀଙ୍କ ମଧ୍ୟରେ କୁଆଡ଼େ ଥିଲା ମିଛି ମିଛିକା ପ୍ରେମ ସଂପର୍କ। ଅସଲ ପ୍ରେମିକ ଥିଲେ ଦିନେଶ ନାମକ ଜଣେ ଯୁବକ। ତେଣୁ ଭାଲେଣ୍ଟାଇନ୍ ସପ୍ତାହରେ ଏହି ମାମଲାର ରଫାଦଫା ପାଇଁ ନିଳାଦ୍ରୀବିହାର ସେକ୍ଟର-୨ରେ ରହୁଥିବା ସଂପୃକ୍ତ ଯୁବତୀଙ୍କ ଭଡ଼ା ଘରେ ସତ୍ୟବ୍ରତ ପହଞ୍ଚିଥିଲେ ଏହି କାରକୁ ଧରି। ସେତେବେଳକୁ ଦିନେଶ ନାଁରେ ଥିବା ଭଡ଼ାଘରେ ଦିନେଶ ସହ ସଂପୃକ୍ତ ଯୁବତୀ ଓ ଅନ୍ୟ ୨ ସହଯୋଗୀ ଉପସ୍ଥିତ ଥିଲେ।

ସତ୍ୟବ୍ରତ ପହଞ୍ଚିବା କ୍ଷଣି ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଆଉ ସେହି ଗଣ୍ଡଗୋଳ ଭିତରେ ରକ୍ତରଂଜିତ ଅବସ୍ଥାରେ ସତ୍ୟବ୍ରତ ଘର ଭିତରୁ ଦୌଡ଼ି ଦୌଡ଼ି ରାସ୍ତା ଉପରକୁ ଆସିଥିଲେ। ସେଠାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଆଜି ଭୋରରେ ସତ୍ୟବ୍ରତଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଆକ୍ରମଣ ଭିତରେ ସାଢ଼େ ୪ ଟାରେ ମାମଲାର ମାଷ୍ଟରମାଇଣ୍ଡ ଯୁବତୀ ଜଣକ ଇନଷ୍ଟାଗ୍ରାମରେ ନିଜ ଷ୍ଟାଟସରେ ଏକ ରିଲ୍ସ ବି ପୋଷ୍ଟ କରିଥିଲେ। 

Advertisment

କାର୍ ମାଲିକାଣୀ ସହ ପ୍ରେମିକା ଅଟକ

ପୋଲିସର କହିବା କଥା, ଏହି କାରକୁ ଧରି ନିଳାଦ୍ରୀବିହାର ସେକ୍ଟର-୨ରେ ରହୁଥିବା ସଂପୃକ୍ତ ଯୁବତୀଙ୍କ ଘରକୁ ସତ୍ୟବ୍ରତ ଯାଇଥିଲେ ଏକୁଟିଆ। ଏଠାରେ ପ୍ରଶ୍ନ, ସତ୍ୟବ୍ରତଙ୍କ ମୃତ୍ୟୁ ପରେ କିଏ ଏହି କାରଟିକୁ ଧରି ଘଟଣାସ୍ଥଳରୁ ଫେରାର୍ ମାରୁଥିଲେ ? କୁହାଯାଉଛି, କାରର ମାଲିକାଣୀ ଅନ୍ୟ ଜଣେ ଡ୍ରାଇଭର ସହାୟତାରେ ମର୍ଡର୍ ସ୍ପଟରୁ ଗାଡ଼ିଟିକୁ ଗାୟବ କରିବା ପାଇଁ ପ୍ଲାନ୍ କରିଥିଲେ।

କାର୍ ଗାୟବ ଉଦ୍ୟମ ପଛରେ ମାଲିକାଣୀଙ୍କ ହାତ ଥିବା ସନ୍ଦେହ କରି ପୋଲିସ ଥାନାକୁ ଡାକି ପଚରାଉଚରା କରୁଛି। ତାସହ ପୋଲିସ ୩ଟି ଟିମ୍ ଗଠନ କରି ମାମଲାର ତଦନ୍ତ କରୁଛି। ତେବେ ଏନେଇ କାରର ମାଲିକାଣୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି। 

Murder Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ