Advertisment

Uproar Over Bangladeshi Girl: ମାଳ ମାଳ ବାଂଲାଦେଶୀ ଯୁବତୀ ବୁଲୁଥିବା ତଥ୍ୟ ନେଇ ହଇଚଇ, ଲାଗିଛନ୍ତି ସେକ୍ସ ରାକେଟରେ

ଭୁବନେଶ୍ବର ଭଳି ରାଜ୍ୟର ପ୍ରମୁଖ ସହରମାନଙ୍କରେ କେତେ ରହିଛନ୍ତି ବାଂଲାଦେଶୀ ଯୁବତୀ। ଯେଉଁମାନଙ୍କୁ ଦଲାଲ ଲଗାଇଛନ୍ତି ସେକ୍ସ ରାକେଟରେ। କେଉଁଠି ଏମାନେ ଅଛନ୍ତି, କିଏ ସେମାନଙ୍କୁ ରଖିଛି ?

NIA-TRAP

NIA-TRAP Photograph: (OTV)

Advertisment

ପାଖରେ ଭିସା ନଥିଲେ ବି କେଉଁ ଡକ୍ୟୁମେଣ୍ଟ ଧରି ବୁଲୁଛନ୍ତି ବାଂଲାଦେଶୀ ଯୁବତୀ। ଏ ସବୁ ତଥ୍ୟ ଏବେ ଜାତୀୟ ତଦନ୍ତକାରୀ ସଂସ୍ଥା ତଥା ଏନଆଇଏ ହାତରେ। କାରଣ ଦେଶକୁ ବାଂଲାଦେଶୀ ଯୁବତୀ ଚାଲାଣ କରୁଥିବା ଦୁଇଜଣ ଦଲାଲଙ୍କୁ ଗିରଫ କରି ରିମାଣ୍ଡରେ ଆଣିଥିବା ଏନଆଇଏ ହାତରେ ଲାଗିଛି ବହୁ ବିସ୍ଫୋରକ ତଥ୍ୟ। ଯାହାକୁ ନେଇ ଆଗକୁ ଜୋରଦାର ଧରପଗଡ଼ କରିବା ପାଇଁ ଯୋଜନା ହେଉଛି। ...

Advertisment

ରାଜ୍ୟର ପ୍ରମୁଖ ସହରରେ ମାଳମାଳ ବାଂଲାଦେଶୀ ଯୁବତୀ ! ବେଆଇନ ଭାବେ ଦଲାଲ ରଖିଛନ୍ତି, ସେକ୍ସ ରାକେଟରେ ଲଗାଇଛନ୍ତି ।
ପଶ୍ଚିମବଙ୍ଗରୁ ଗିରଫ ଦଲାଲଙ୍କୁ ଜେରାରୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ପଶ୍ଚିମବଙ୍ଗ କୋଲକାତା ଓ ବନଗାଁଓ ଅଞ୍ଚଳର ଅମିର ଅଲ୍ଲୀ ଶେଖ ଓ ଅମଲ କ୍ରିଷ୍ଣା ମଣ୍ଡଳଙ୍କୁ ଉତ୍ତର ୨୪ ପ୍ରଗଣାରୁ ଗିରଫ କରିଛି ଏନଆଇଏ। ଏମାନଙ୍କ ନିକଟରୁ ବିପୁଳ ପରିମାଣର ଟଙ୍କା ସହ ବାଂଲାଦେଶୀ ଓ ଅନ୍ୟାନ୍ୟ ଦେଶର ବିଦେଶୀ ମୁଦ୍ରା ଜବତ ହୋଇଛି। 

ଏପରିକି ଏକାଧିକ ଜାଲ ପାସପୋର୍ଟ, ଆଧାରକାର୍ଡ, ଭୋଟର କାର୍ଡ ସହ ବ୍ୟାଙ୍କ ପାସବୁକ୍ ବି ହୋଇଛି ଜବତ। ତଦନ୍ତରୁ ଜଣାପଡିଛି ଉଭୟ ବାଂଲାଦେଶରୁ ଯୁବତୀଙ୍କୁ ଆଣି ଭାରତର ବିଭିନ୍ନ ସହରକୁ ସପ୍ଲାଇ କରନ୍ତି। ଏମାନଙ୍କୁ ଚାକିରି ଦେବାକୁ କହି ସେକ୍ସ ରାକେଟରେ ନିୟୋଜିତ କରାଯାଏ। ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ ଭୁବନେଶ୍ବର ଶାଖା ପକ୍ଷରୁ ଚଢାଉ କରାଯାଇ ଏହି ଦୁଇ କୁଖ୍ୟାତ ଦଲାଲଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରି ରିମାଣ୍ଡରେ ଆଣିବା ପରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । 

Advertisment

ଏଥିସହ ଭୁବନେଶ୍ବର, କଟକ, ସମ୍ବଲପୁର ଓ ବାଲେଶ୍ବର ଭଳି ପ୍ରମୁଖ ସହରରେ କେତେ ବାଂଲାଦେଶୀ ଯୁବତୀ ରହିଛନ୍ତି ତାହାର ସୁରାକ୍ ମଧ୍ୟ ଏନଆଇଏ ହାତରେ ଲାଗିଛି। ଯାହାକୁ ନେଇ ଅଧିକ ତଦନ୍ତ ପରିସରକୁ ବ୍ୟାପକ କରିବା ସହ ଖୁବ୍ଶୀଘ୍ର ବଡ ଧରଣର ରେଡ କରିବା ପାଇଁ ଯୋଜନା ହେଉଥିବା ଜଣାପଡିଛି। କାରଣ ପୂଜା ବଜାର ଗରମ କରି ଏହି ଯୁବତୀଙ୍କୁ ଲଗାଇ ମାଲେମାଲ ହେବାକୁ ଯୋଜନା କରିଛନ୍ତି ଦଲାଲ।...

୨୦୨୪ ନଭେମ୍ବରରେ କଟକ ମଧୁପାଟଣା ଅଞ୍ଚଳରୁ ଜଣେ ବାଂଲାଦେଶୀ ନାବାଳିକା ଉଦ୍ଧାର ପରେ ସମ୍ନାକୁ ଆସିଥିଲା ଏହି ମାମଲା । ପରେ ଅନ୍ୟଜଣେ ବାଂଲାଦେଶୀ ଯୁବତୀ ଖୋଲିଥିଲେ ମୁହଁ। ସେମାନଙ୍କୁ କିଭଳି ଖରାପ କାର୍ଯ୍ୟରେ ନିୟୋଜିତ କରାଯାଉଛି। କଥା ନ ମାନିଲେ ମାଡ ମରାଯାଉଛି। ସେକ୍ସ ରାକେଟର ଏମିତି ଅନେକ ଗୁମର ଖୋଲିଥିଲେ ସେ । ଏପରିକି ସାମ୍ନାକୁ ଆସିଥିଲା ଟ୍ବିନସିଟିରେ ବେଆଇନ ଭାବେ ବିଭିନ୍ନ ସ୍ଥାନରେ ରହି ସେକ୍ସରାକେଟରେ କାମ କରୁଥିବା ଯୁବତୀଙ୍କ ଫଟୋ । 

Advertisment

ଏହାକୁ ନେଇ କଟକ ମଧୁପାଟଣା ଥାନାରେ ମାମଲା ରୁଜୁ ହେବା ସହ ପୋଲିସ ପକ୍ଷରୁ ଜୋରଦାର ଚଢାଉ କରାଯାଇଥିଲା । ପରେ ଏହି ମାମଲା ଏନଆଇଏ ନେବା ସହ ଏଥିରେ ଅନ୍ତର୍ଜାତୀୟ ରାକେଟର ଚେର ଖୋଜିଥିଲା । ଏବେ ଏନଆଇଏ ତଦନ୍ତ କରିବା ପରେ ରାଜ୍ୟ ତଥା ଦେଶରେ ଚାଲିଥିବା ସେକ୍ସ ରାକେଟ ସହ ମାନବ ଚାଲାଣ କରୁଥିବା ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା ରଖିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ।

ଗିରଫ ଦଲାଲଙ୍କ ଠାରୁ ଜବତ ହୋଇଥିବା ଡିଜିଟାଲ ଡିଭାଇସରୁ ଏକାଧିକ ବିଜନେସମ୍ୟାନ, ରାଜନେତା ସହ ବଡବଡିଆଙ୍କ ସୁରାକ ପାଇଛି ଏନଆଇଏ। ଯାହାକୁ ନେଇ ଖୋଲତାଡ଼ ଚାଲିଛି। ସେପଟେ ଗିରଫ ଦୁଇ ଦଲାଲଙ୍କ ମୋବାଇଲରୁ ମିଳିଛି ଓଡିଶାକୁ ବାଂଲାଦେଶୀ ଆସୁଥିବା ରୁଟମ୍ୟାପ।... 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ